Advertisment

ନୂଆ ଅଧିନାୟକଙ୍କ ନାଁ ଘୋଷଣା କଲା ଗୁଜରାଟ, ହାର୍ଦ୍ଦିକଙ୍କ ସ୍ଥାନ ନେଲେ ଶୁଭମନ୍‌

୨୦୨୨ରେ ପ୍ରଥମ ଥର ପାଇଁ ଆଇପିଏଲ୍‌କୁ ଆସିଥିଲା ଗୁଜରାଟ ଟାଇଟନ୍ସ। ପ୍ରଥମ ସିଜିନ୍‌ରୁ ହିଁ ଗୁଜରାଟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା।

Shubman Gill

Shubman Gill

Advertisment

ଆଇପିଏଲ୍‌ ସିଜିନ୍‌ ୧୭ ଆରମ୍ଭ ହେବା ପୂର୍ବରୁ ସାମ୍ନାକୁ ଆସିଛି ବଡ଼ ଖବର। ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇକୁ ଆସିବା ପରେ ନୂଆ ଅଧିନାୟକଙ୍କ ନାଁ ଘୋଷଣା କରିଛି ଗୁଜରାଟ ଟାଇଟନ୍ସ। ୨୪ ବର୍ଷୀୟ ଶୁଭମନ ଗିଲ୍‌ଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛି ଗୁଜରାଟ। ଅଧିନାୟକ ହେବା ରେସ୍‌ରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ୍‌ଙ୍କ ନାଁ ରହିଥିଲା। କିନ୍ତୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶୁଭମନ୍‌ ଗିଲ୍‌ଙ୍କୁ ଅଧିନାୟକ କରିଛି ଫ୍ରାଞ୍ଚାଇଜ୍‌।

Advertisment

୨୦୨୨ରେ ପ୍ରଥମ ଥର ପାଇଁ ଆଇପିଏଲ୍‌କୁ ଆସିଥିଲା ଗୁଜରାଟ ଟାଇଟନ୍ସ। ପ୍ରଥମ ସିଜିନ୍‌ରୁ ହିଁ ଗୁଜରାଟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ହାର୍ଦ୍ଦିକଙ୍କ ନେତୃତ୍ୱ ଦଳ ପ୍ରଥମ ଡେବ୍ୟୁ ସିଜିନ୍‌ରେ ହିଁ ଚାମ୍ପିଅନ୍‌ ହେବା ସହ ଗତ ସିଜିନ୍‌ରେ ଫାଇନାଲରେ ପହଞ୍ଚିଥିଲା। କିନ୍ତୁ ୨୦୨୪ ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଗୁଜରାଟକୁ ଗୁଡ୍‌ ବାଏ କହି ମୁମ୍ବାଇରେ ଯୋଗ ଦେଇଛନ୍ତି ହାର୍ଦ୍ଦିକ । ତେଣୁ ହାର୍ଦ୍ଦିକଙ୍କ ପରେ ଶୁଭମନ୍‌ ଗିଲ୍‌ଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛି ଗୁଜରାଟ ଟାଇଟନ୍ସ।

Advertisment

ସୂଚନା ଅନୁସାରେ ଶୁଭମନ୍‌ ଗିଲ୍‌ ପ୍ରଥମେ କୋଲକାତା ନାଇଟୋ ରାଇଡର୍ସ ପକ୍ଷରୁ ଖେଳିବା ପରେ ୨୦୨୨ରେ ଗୁଜରାଟ ଟାଇଟନ୍ସରେ ଯୋଡ଼ି ହୋଇଥିଲେ। ଗୁଜରାଟ ପକ୍ଷରୁ ଗିଲ୍‌ ୨୦୨୨ ସିଜିନ୍‌ରେ ୪୮୩ ରନ୍‌ କରିଥିବାବେଳେ ୨୦୨୩ ସିଜିନ୍‌ରେ ୮୯୦ ରନ୍‌ କରିଥିଲେ।

Hardik Pandya IPL Shubman Gill Gujarat Titans
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ