• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ତୃତୀୟଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ପାକିସ୍ତାନୀ କ୍ରିକେଟର୍‌ ସୋଏବ ମଲ୍ଲିକ୍‌ । ସେ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦ୍‌ଙ୍କୁ ବିବାହ କରିଛନ୍ତି । ସାନିଆଙ୍କ ସହ ବିବାହ ବିଚ୍ଛେଦର ଚର୍ଚ୍ଚା ଭିତରେ ସେ ସନାଙ୍କ ହାତ ଧରିଛନ୍ତି । ସୋସିଆଲ୍‌ ମିଡିଆରେ ସେ ନିଜ ବାହାଘର ଫଟୋକୁ ସେୟାର କରିଛନ୍ତି । ସେ ପ୍ରଥମେ ଭାରତର ପୂର୍ବତନ ଟେନିସ୍‌ ଖେଳାଳି ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ । ତେବେ ସୋଏବଙ୍କ ତୃତୀୟ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Shoaib MalikShoaib Malik

ଅଭିନେତ୍ରୀ ସାନା ଜାଭେଦ୍‌ ମଧ୍ୟ ବିବାହର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପୂର୍ବରୁ ବହୁଥର ସୋଏବ ସନାଙ୍କୁ ଡେଟ୍‌ କରୁଥିବାର ଶୁଣିବାକୁ ମିଳିଥିଲା । ତାହା ଆଜି ସତ ପ୍ରମାଣିତ ହୋଇଛି । ଗତବର୍ଷ ସନାଙ୍କ ଜନ୍ମଦିନରେ ଶୋଏବ ସନାଙ୍କ ସହ ଫଟୋ ପୋଷ୍ଟ କରିବା ପରେ ଚର୍ଚ୍ଚା ବଢ଼ିଥିଲା ।

୨୦୧୦ ରେ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ପାକିସ୍ତାନ କ୍ରିକେଟର ସୋଏବ ମଲିକଙ୍କୁ ବିବାହ କରିଥିଲେ । ୨୦୧୮ ରେ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । କିନ୍ତୁ ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା । ପାକିସ୍ତାନ ମୋଡେଲ ଆଏଶାଙ୍କୁ ଶୋଏବ୍ ଡେଟ୍ କରୁଥିବା କୁହାଯାଉଥିଲା। ସୋଶାଲ ମିଡିଆରେ ସେମାନେ ପୋଷ୍ଟ କରିଥିବା ଫଟୋ ମଧ୍ୟ ଡିଲିଟ୍ କରିଦେଇଥିଲେ ।

ନିକଟରେ ସାନିଆ ମିର୍ଜା ମଧ୍ୟ ଏକ ଦୁଃଖପୂର୍ଣ୍ଣ ପୋଷ୍ଟ ଶେୟାର କରି ଲେଖିଥିଲେ, 'ବିବାହ ଓ ଛାଡ଼ପତ୍ର ଉଭୟ ଖୁବ୍ କଠିନ'। ଉଭୟ ସୋଏବ ଓ ସାନିଆ କିନ୍ତୁ ଏନେଇ କୌଣସି ପ୍ରତିକ୍ରିୟା ଦେଇନଥିଲେ ।