Advertisment

ନିଜ ଗୋଡ଼ରେ କୁରାଢୀ ମାରିଲେ ସୋଏବ, ପୋଷ୍ଟ କରି ହେଲେ ଟ୍ରୋଲ୍

ସଚିନଙ୍କୁ ଆଉଟ ବେଳର ଫଟୋ ପୋଷ୍ଟ କରି ଟ୍ରୋଲ ହେଲେ ସୋଏବ । ଫ୍ୟାନ୍ସ କହିଲେ କଲ୍ ଅଗର କୁଛ୍ ଐସା ହୁଆ ତୋ ..

ଅଦ୍ୟତନ ହୋଇଛି
shoaib akhtar

shoaib akhtar

Advertisment

କୌଣସି ନା କୌଣସି କାରଣ ପାଇଁ ପାକିସ୍ତାନ ଖେଳାଳି ସବୁବେଳ ଚର୍ଚ୍ଚାରେ ରହି ଆସିଛନ୍ତି । ସେମାନଙ୍କ ପଡ଼ିଆ ଭିତରେ ବ୍ୟବହାର ହେଉ କିମ୍ବା ଖେଳରେ ପ୍ରଦର୍ଶନ । ଅହମଦାବାଦରେ ଭାରତ-ପାକିସ୍ତାନ ମହାମୁକାବିଲା ଚାଲିଛି । ଏନେଇ ଫ୍ୟାନ୍ସମାନଙ୍କ ମଧ୍ୟରେ ଜୋଶ ମଧ୍ୟ ପୁରା ଭରପୂର ରହିଛି । ସମୟ ଗଡ଼ିବା ସହ ଲଢ଼େଇ ମଧ୍ୟ ଜମୁଛି ।

Advertisment

ପାକିସ୍ତାନର ପୂର୍ବ କ୍ରିକେଟର ସୋଏବ ଅଖତର୍ ସୋସିଆଲ ମିଡିଆ ଆପ ଏକ୍ସରେ ପୋଷ୍ଟ କରି ଜବରଦସ୍ତ ଭାବେ ଟ୍ରୋଲ ହୋଇଛନ୍ତି । ସୋଏବ ଗତକାଲି ନିଜ ଏକ୍ସ ଆକାଉଣ୍ଟରେ ସଚିନଙ୍କ ଫଟୋ ଦେଇ ଲେଖିଥିଲେ, କଲ୍ ଅଗର୍ କୁଛ୍ ଐସା ହୁଆ ତୋ .. !! ତେବେ ଏନେଇ କ୍ରିକେଟପ୍ରେମୀଙ୍କ ମଧ୍ୟ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଫଟୋଟିରେ ସଚିନ ଆଉଟ ହେବାର ଦୃଶ୍ୟ ରହିଛି । ଏହା ସହ ସଚିନଙ୍କ ଆଉଟକୁ ଅଖତର୍ ସେଲିବ୍ରେଟ କରୁଥିବା ଦେଖିବାକୁ ମିଳୁଛି । ହ୍ୟାସ ଟ୍ୟାଗ ଦେଇ ଥଣ୍ତ୍ ରଖ ବୋଲି ଲେଖିଛନ୍ତି ।

Advertisment

ଫଟୋଟି ଏସିଆନ ଟେଷ୍ଟ ଚାମ୍ପିଅନସିପ ବେଳର । କୋଲକାତାରେ ପ୍ରଥମ ମ୍ୟାଚ ବେଳେ ଫଟୋଟି ଉଠା ଯାଇଥିଲା । ୪୬ ରନରେ ଉକ୍ତ ମ୍ୟାଚକୁ ପାକିସ୍ତାନ ଜିତି ନେଇଥିଲା । 

ମ୍ୟାଚ ସମୟରେ ଏପରି ପୋଷ୍ଟକୁ ଗ୍ରହଣ କରି ପାରି ନାହାଁନ୍ତି କ୍ରିକେଟ ପ୍ରେମୀ । ସଙ୍ଗେ ସଙ୍ଗେ ପୋଷ୍ଟରେ ରିଆକ୍ଟ କରିଛନ୍ତି ଭାରତୀୟ ଫ୍ୟାନ୍ସ । ବିଶ୍ବ କପରେ ୫୦ ଓଭର ମ୍ୟାଚରେ ଭାରତ କେବେ ହାରି ନାହିଁ ବୋଲି ମନେ ସୋଏବଙ୍କୁ ମନେ ପକାଇ ଦେଇଛନ୍ତି ।

Advertisment

ଆଉ କେତେଜଣ ବିରାଟ କୋହଲିଙ୍କ ମେଲବୋର୍ଣ୍ଣ ଇଂନିସକୁ ମନେ ପକାଇ ଲେଖଛନ୍ତି କଲ ଅଗର୍ କୁଛ୍ ଐସା ହୁଆ ତୋ ।.. ଥଣ୍ତ୍ ରଖ୍ ।.. ସେହିପରି ଅନ୍ୟଜଣେ ୟୁଜର୍ସ ସଚିନ, ସୋଏବଙ୍କୁ ଛକା ମାରି ତଳେ ପକାଇ ଦେଇଥିବାର ଫଟୋ ପୋଷ୍ଟ କରିଛନ୍ତି ।


— Ankit 🚬 (@Imankit6908) October 13, 2023

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ବକପରେ ଉଭୟ ଦଳ ଅପରାଜେୟ ରହିଛନ୍ତି । ଦିନିକିଆ ବିଶ୍ବକପରେ ଉଭୟ ମୋଟ ୭ ଥର ଭେଟା ଭେଟି ହୋଇଥିବା ବେଳେ, ସମସ୍ତ ମ୍ୟାଚ ଭାରତ ଜିତିଛି 

Sachin Tendulkar Shoaib Akhtar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ