Advertisment

BCCI ସିନିୟର ଚୟନ କମିଟିର ଚୟନକର୍ତ୍ତା ଭାବେ ଶିବସୁନ୍ଦର ଦାସଙ୍କୁ ନିଯୁକ୍ତି

ଚୟନ କମିଟିର ଅଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ଚେତନ ଶର୍ମା।

Shiv Sundar Das

Shiv Sundar Das

Advertisment

ଶିବସୁନ୍ଦର ଦାସ ସିନିୟର ଚୟନ କମିଟିର ଚୟନକର୍ତ୍ତା ନିଯୁକ୍ତ। BCCI ସିନିୟର ଚୟନ କମିଟିର ଚୟନକର୍ତ୍ତା ନିଯୁକ୍ତ ହୋଇଛନ୍ତି। ଇଷ୍ଟ ଜୋନରୁ ଶିବସୁନ୍ଦର ଚୟନକର୍ତ୍ତା ନିଯୁକ୍ତ ହୋଇଛନ୍ତି। ଦେବାଶିଷ ମହାନ୍ତିଙ୍କ ସ୍ଥାନ ନେଇଛନ୍ତି ଶିବସୁନ୍ଦର। ୨୩ଟି ଟେଷ୍ଟ ଓ ୪ଟି ଦିନିକିଆ ମ୍ୟାଚ ଖେଳିଛନ୍ତି ଶିବସୁନ୍ଦର। ୧୮୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୧୦,୯୦୮ ରନ୍ ସଂଗ୍ରହ କରିଛନ୍ତି।
ସୁବ୍ରତ ବାନାର୍ଜୀ, ସଲିଲ ଆଙ୍କୋଲା, ଶ୍ରୀଧରନ ଶରତ ଚୟନକର୍ତ୍ତା ହୋଇଛନ୍ତି। ଚୟନ କମିଟିର ଅଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ଚେତନ ଶର୍ମା। 

Advertisment

ଚୟନକର୍ତ୍ତା ନିଯୁକ୍ତ ପରେ OTVକୁ ଶିବସୁନ୍ଦର କହିଛନ୍ତି ଯେ- ବହୁତ ଖୁସି ଅଛି, ବଡ଼ ସୁଯୋଗ ମିଳିଛି। ଯେଉଁ ଦାୟିତ୍ୱ ମିଳିଛି ତାହାକୁ ସମ୍ପାଦନ କରିବି। କୋଚିଂକୁ କ୍ୟାରିୟର କରିଥିଲି, ଏବେ ନୂଆ ଦାୟିତ୍ୱ। ସଠିକ ଚୟନ ଜରିଆରେ ଭଲ ଖେଳାଳି ବାଛିବୁ। BCCI ମୋ ଉପରେ ଭରସା କରିଥିବାରୁ ଧନ୍ୟବାଦ। 

BCCI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ