କ୍ରିକେଟ୍‌କୁ ‘ଗବ୍ବର’ଙ୍କ ବାଏ ବାଏ; ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଧୱନ

କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଲେ ଭାରତର ଷ୍ଟାର ଓପନର ଶିଖର ଧାୱନ। ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ସେ ସନ୍ନ୍ୟାସ ଘୋଷଣା କରିଛନ୍ତି।

Shikhar Dhawan

କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଲେ ଭାରତର ଷ୍ଟାର ଓପନର ଶିଖର ଧୱନ। ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ସେ ସନ୍ନ୍ୟାସ ଘୋଷଣା କରିଛନ୍ତି। ଦଳରୁ ଲଗାତାର ବାଦ୍ ପଡ଼ିବା ପରେ ଅବସର ଘୋଷଣା କରିଛନ୍ତି ଭାରତୀୟ ଦଳର ଏହି ଷ୍ଟାର ଖେଳାଳି । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସେ ଅବସର ଘୋଷଣା କରିଛନ୍ତି।

ଭାରତୀୟ କ୍ରିକେଟରେ ଷ୍ଟାର ଓପନରଙ୍କ ତାଲିକାରେ ସ୍ଥାନ ପାଇଥିଲେ ଶିଖର ଧୱନ । ୩୭ ବର୍ଷୀୟ ଏହି ଖେଳାଳି ୨୦୧୦ରେ ଭାରତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ନିଜ କ୍ୟାରିୟରରେ ଭାରତ ଲାଗି ୩୪ଟି ଟେଷ୍ଟ, ୧୬୭ଟି ଦିନିକିଆ ଏବଂ ୬୮ ଟି-ଟ୍ବେଣ୍ଟି ମ୍ୟାଚ ଖେଳିଛନ୍ତି। ୨୦୧୩ରେ ଟେଷ୍ଟ କ୍ୟାରିୟର ଆରମ୍ଭ କରି ୩୪ ମ୍ୟାଚରୁ ୪୦ ଆଭରେଜରେ ୨୩୧୫ରନ ସଂଗ୍ରହ କରିଥିଲେ।

ସେହପରି ୨୦୧୦ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ କ୍ୟାରିୟର ଆରମ୍ଭ କରିଥିବା ଧାୱନ ୧୬୭ ମ୍ୟାଚରୁ ୬୯୯୩ ରନ ସଂଗ୍ରହ କରିଥିଲେ। ଯେଉଁଥିରେ ୧୭ଟି ଶତକ ଓ ୩୯ଟି ଅର୍ଦ୍ଧଶତକ ସାମିଲ ରହିଛି। ନିଜ କ୍ୟାରିୟରରେ ସେ ୬୮ ଟି-ଟ୍ବେଣ୍ଟି ଖେଳି ୧୭୫୯ ରନ ସଂଗ୍ରହ କରିଛନ୍ତି। ୨୦୧୩ ଚାମ୍ପିଅନସ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିଲେ ।

ଅବସର ଘୋଷଣା କରି ଧୱନ ଏକ ପୋଷ୍ଟ କରି କହିଛନ୍ତି,' ଆଜି ମୁଁ ଏମିତି ଏପରି ମୁହୂର୍ତ୍ତରେ ଛିଡ଼ା ହୋଇଛି ଯେଉଁଠାରୁ ମୁଁ ପଛକୁ ଚାହିଁଲେ ଅନେକ ସ୍ମୃତି ଏବଂ ଆଗକୁ ଚାହିଁଲେ ସମଗ୍ର ଦୁନିଆ ଦେଖିପାରୁଛି । ଭାରତ ପାଇଁ ଖେଳିବା ମୋର ସ୍ୱପ୍ନ ଥିଲା। ଏଥିପାଇଁ ମୁଁ ଅନେକ ଲୋକଙ୍କ ନିକଟରେ ଋଣୀ। ମୋ ପରିବାର, ମୋ ପିଲାଦିନର ପ୍ରଶିକ୍ଷକ ତାରିକ୍ ସିହ୍ନା, ମଦନ ଶର୍ମାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନଙ୍କ ଅଧୀନରେ ମୁଁ କ୍ରିକେଟ୍ ଶିଖିଥିଲି। ତା'ପରେ ମୋ ଟିମ୍ ଯେଉଁମାନଙ୍କ ସହ ମୁଁ ବର୍ଷ ବର୍ଷ ଧରି ଖେଳିଥିଲି, ମୋତେ ଏକ ନୂଆ ପରିବାର ମିଳିଥିଲା। ନାଁ ମିଳିଲା, ତାସହ ଆପଣଙ୍କ ବହୁତ ଭଲ ପାଇବା ମିଳିଲା।

ଶିଖର ଧାୱନଙ୍କ କ୍ରିକେଟ୍ କ୍ୟାରିୟର

ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷରେ ଧୱନ ପ୍ରଥମ ଟେଷ୍ଟ ଖେଳିଥିଲେ। ୨୦୧୩ ରୁ ସେ ଏପର୍ଯ୍ୟନ୍ତ ୩୪ଟି ଟେଷ୍ଟ ମ୍ୟାଚ୍ ଖେଳିସାରିଛନ୍ତି। ଧୱନଙ୍କୁ ଶେଷ ଥର ପାଇଁ ୨୦୧୮ରେ ଟେଷ୍ଟ ମ୍ୟାଚ୍ ଖେଳିବାର ସୁଯୋଗ ମିଳିଥିଲା। କ୍ରିକେଟର ଦୀର୍ଘତମ ଫର୍ମାଟରେ ସେ ୪୦.୬୧ ହାରାହାରିରେ ୨୩୧୫ ରନ୍ କରିଛନ୍ତି। ଏହି ସମୟରେ ସେ ୭ଟି ଶତକ ଓ ୫ଟି ଅର୍ଦ୍ଧଶତକ ହାସଲ କରିଥିଲେ।

ଶିଖର ଧୱନ ୨୦୧୦ରେ ବିଶାଖାପାଟଣାରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପାଇଁ ପ୍ରଥମ ଦିନିକିଆ ଖେଳିଥିଲେ। ସେ ୧୬୭ ମ୍ୟାଚ୍ ଖେଳି ୬୭୯୩ ରନ୍ କରିଛନ୍ତି। ସେ ୪୪.୧୧ ହାରାହାରି ଓ ୯୧.୩୫ ଷ୍ଟ୍ରାଇକ୍ ରେଟ୍ ରେ ସ୍କୋର କରିଛନ୍ତି। ତାଙ୍କ ନାମରେ ୧୭ଟି ଶତକ ଓ ୩୯ଟି ଅର୍ଦ୍ଧଶତକ ରହିଛି। ଟି-୨୦ କ୍ୟାରିୟର ବିଷୟରେ କହିବାକୁ ଗଲେ ଧାୱନ ୬୮ ମ୍ୟାଚ୍ ଖେଳି ୧୭୫୯ ରନ୍ କରିଛନ୍ତି। ସେ ୧୧ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

ଧୱନ ଆଇପିଏଲରେ ଅନେକ ରନ୍ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ସେ ଅନ୍ୟତମ ସଫଳ ବ୍ୟାଟ୍ସମ୍ୟାନ୍। ସର୍ବାଧିକ ରନ୍ କରିବା କ୍ଷେତ୍ରରେ ସେ ବିରାଟ କୋହଲିଙ୍କ ପରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଧାୱନ ୨ ଟି ଆଇପିଏଲ ମ୍ୟାଚରେ ୬୭୬୯ ରନ୍ କରିଛନ୍ତି । ଏଥିରେ ସେ ଦୁଇଟି ଶତକ ଓ ୫୧ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କ ହାରାହାରି ୩୫.୨୬ ଏବଂ ଷ୍ଟ୍ରାଇକ୍ ରେଟ୍ ୧୨୭.୧୪ ରହିଛି।

ଧୱନ ୧୦ ଡିସେମ୍ବର ୨୦୨୨ରେ ବାଂଲାଦେଶ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ସେ ଏହି ମ୍ୟାଚ୍ ରେ ମାତ୍ର ୩ ରନ୍ କରିବାକୁ ସକ୍ଷମ ହୋଇଥିଲେ। ସେହିଭଳି ୨୯ ଜୁଲାଇ ୨୦୨୧ରେ କଲମ୍ବୋରେ ଶ୍ରୀଲଙ୍କାରେ ନିଜର ଶେଷ ଟି-୨୦ ମ୍ୟାଚ୍ ଖେଳିଥିଲେ। ୨୦୧୮ ସେପ୍ଟେମ୍ବରରେ ଇଂଲଣ୍ଡ ବିପକ୍ଷରେ ଓଭାଲରେ ଶେଷ ଟେଷ୍ଟ ଖେଳିଥିଲେ।