Washington Sundar
ଭାରତର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ । ଏବେ ନିଜର ଭବିଷ୍ୟବାଣୀକୁ ନେଇ ପୁଣି ଚର୍ଚ୍ଚାରେ । ପୂର୍ବରୁ ସେ ବିରାଟ କୋହଲି ଓ ଶୁବମନଙ୍କ ଉପରେ ଭବିଷ୍ୟବାଣୀ କରିଥିଲେ । ଏଥର ଓ୍ଵାଶିଂଟନ ସୁନ୍ଦରଙ୍କ ବିଷୟରେ ବୟାନ ଦେଇଛନ୍ତି । କହିଛନ୍ତି ଏହି ଖେଳାଳୀ ଆଗାମୀ ଦିନରେ ବିଶ୍ୱ କ୍ରିକେଟରେ ପ୍ରକୃତ ଅଲରାଉଣ୍ଡର ଭାବେ ଗଣା ହେବେ । ଏହି ଯୁବ ଖେଳାଳିଙ୍କ ଦକ୍ଷତାର ପ୍ରଶଂସା କରିଛନ୍ତି ।
ଶାସ୍ତ୍ରୀ କହିଛନ୍ତି ମୋତେ ଓ୍ଵାଶିଂଟନ ସବୁବେଳେ ପସନ୍ଦ ଥିଲା । ଯେତେବେଳେ ମୁଁ ତାକୁ ପ୍ରଥମ ଦିନ ଦେଖିଲି, ମୁଁ କହିଥିଲି ଯେ ସେ ଜଣେ ଅଦ୍ଭୁତ ଖେଳାଳୀ। ଆଉ ସେ ଭାରତ ପାଇଁ ଅନେକ ବର୍ଷ ଧରି ପ୍ରକୃତ ଅଲରାଉଣ୍ଡର ଭାବେ ଖେଳିପାରିବେ ।
ଅଧିକ ପଢ଼ନ୍ତୁ: ଇଂଲଣ୍ଡ ସିରିଜରୁ ବାଦ ପଡ଼ିଲେ, ଇଣ୍ଡିଆ ଟିମ୍ କୁ ଝଟକା
ଶାସ୍ତ୍ରୀଙ୍କ ମତ ହେଉଛି ସୁନ୍ଦରଙ୍କୁ ଆହୁରି ଅଧିକ ସୁଯୋଗ ଦିଆଯିବା ଉଚିତ ବିଶେଷ କରି ଟର୍ନିଂ ପିଚ୍ରେ । ସେ ଏବେ ମାତ୍ର ୨୫ ବର୍ଷର। ତାଙ୍କୁ ଆହୁରି ଅଧିକ ଟେଷ୍ଟ କ୍ରିକେଟ ଖେଳିବାର ଥିଲା । ୨୦୨୪ରେ ନ୍ୟୁଜିଲ୍ୟାଣ୍ଡର ଭାରତ ଗସ୍ତ ସମୟରେ, ସେ ଚାରୋଟି ଇନିଂସରେ ୧୬ଟି ୱିକେଟ ନେଇ ମିଳିତ ଭାବେ ସର୍ବାଧିକ ୱିକେଟ ନେଇଥିବା ବୋଲର ହୋଇଥିଲେ।
ପୂର୍ବତନ କୋଚ୍ ଆହୁରି କହିଛନ୍ତି ଓ୍ଵାଶିଂଟନ ସୁନ୍ଦର ଭଲ ବୋଲିଂ କରୁଛନ୍ତି ଏବଂ ସେ ବ୍ୟାଟିଂ ମଧ୍ୟ କରିପାରନ୍ତି। ମୋର ପୂରା ବିଶ୍ୱାସ ଯେ ଓ୍ଵାଶିଂଟନ ସୁନ୍ଦର ଆଗକୁ ବିଶ୍ୱ କ୍ରିକେଟରେ ପ୍ରକୃତ ଅଲରାଉଣ୍ଡର ହେବେ ।
କେବଳ ସୁନ୍ଦରଙ୍କ ବୋଲିଂର ପ୍ରଶଂସା କରି ନାହାନ୍ତି ବରଂ ତାଙ୍କୁ ଜଣେ ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ୍ ମଧ୍ୟ କହିଛନ୍ତି ଶାସ୍ତ୍ରୀ । ଇଂଲଣ୍ଡ ଟେଷ୍ଟ ସିରିଜରେ ଏପର୍ଯ୍ୟନ୍ତ ନିଜର ଚାରୋଟି ମ୍ୟାଚରେ ବ୍ୟାଟିଂ ସହ ପାଞ୍ଚଟି ୱିକେଟ ମଧ୍ୟ ନେବାରେ ସଫଳ ହୋଇଛନ୍ତି।
ଶାସ୍ତ୍ରୀ ସୁନ୍ଦରଙ୍କ ବ୍ୟାଟିଂ ବିଷୟରେ କହିଛନ୍ତି, ସେ ସ୍ୱାଭାବିକ ଭାବେ ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ। ସେ ଆଠ ନମ୍ବର ବ୍ୟାଟ୍ସମ୍ୟାନ ନୁହଁନ୍ତି । ସେ ଖୁବ ଶୀଘ୍ର ଛଅ ନମ୍ବରରେ ବ୍ୟାଟିଂ ପାଇଁ ଆସିପାରନ୍ତି । ଆଉ ଥରେ ଯଦି ତାଙ୍କୁ ଆତ୍ମବିଶ୍ୱାସ ମିଳେ, ତେବେ ସେ ଆହୁରି ଭଲ ପରଫର୍ମ କରିବେ ।
ୱାଶିଂଟନ ସୁନ୍ଦରଙ୍କୁ ଜଣେ ଅଫ-ସ୍ପିନ ବୋଲର ଭାବେ ଜଣାଯାଏ, କିନ୍ତୁ ତାଙ୍କର ବ୍ୟାଟିଂ ମଧ୍ୟ ସମାନ ରୂପେ ପ୍ରଭାବଶାଳୀ। ତାଙ୍କର ବୋଲିଂ ଶୈଳୀ ଅତ୍ୟନ୍ତ ନିୟନ୍ତ୍ରିତ । ସେ ବଲରେ ଡ୍ରିଫ୍ଟ ଓ ସ୍ପିନ ସୃଷ୍ଟି କରି ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇଥାନ୍ତି। ଟର୍ନିଂ ପିଚ୍ରେ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ଘାତକ, ଯାହା ୨୦୨୪ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଦେଖାଯାଇଥିଲା।
ବ୍ୟାଟିଂରେ ସୁନ୍ଦର ମଧ୍ୟ ନିଜର କମାଲ ଦେଖାଇଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସେ ୪୨, ୧୨*, ୨୩ ଓ ୦ ରନ୍ ସହ ନିଜର ବ୍ୟାଟିଂ ଦକ୍ଷତା ପ୍ରଦର୍ଶନ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753181609.jpg)