• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ପୁଣି ଅଡ଼ୁଆରେ ଷ୍ଟାର ବାଂଲାଦେଶ କ୍ରିକେଟର ଶାକିବ୍ ଅଲ୍ ହସନ । କ୍ରିକେଟ ପଡ଼ିଆରେ ନିଜର ଉଗ୍ର ଆଚରଣ ଓ ସାମ୍ବାଦିକ ସମ୍ମିଳନୀରେ ବିବାଦୀୟ ବୟାନ ନେଇ ପୂର୍ବରୁ ଚର୍ଚ୍ଚାରେ ରହିଛନ୍ତି ଏହି କ୍ରିକେଟର । ମାତ୍ର ଏବେ ତାଙ୍କ ନାଁରେ ଆସିଛି ସଙ୍ଗୀନ ହତ୍ୟା ଅଭିଯୋଗ । ଚଳିତ ମାସ ପ୍ରଥମ ସପ୍ତାହରେ ବାଂଲାଦେଶରେ ଆନ୍ଦୋଳନ ସମୟରେ ଜଣେ କପଡ଼ା କର୍ମଚାରୀଙ୍କ ହତ୍ୟା ଘଟିଥିଲା । ଏହି ଘଟଣାରେ ଅଭିଯୁକ୍ତ ତାଲିକାରେ ଥିବା ୧୫୬ଜଣଙ୍କ ମଧ୍ୟରେ ଶାକିବଙ୍କ ନାଁ ରହିଛି । 

ସୂଚନା ଅନୁସାରେ ଢାକାର ଅଦାବର ପୋଲିସ ଷ୍ଟେସନରେ ମୃତ ମହମ୍ମଦ ରୁବେଲଙ୍କ ପିତା ରଫିକୁଲ ଇସଲାମ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କ ତାଲିକାରେ ଆୱାମୀ ଲିଗ ପାର୍ଟିରୁ ପୂର୍ବରୁ ସାଂସଦ ଥିବା ଶାକିବଙ୍କ ସମେତ କିଛି ଆୱାମି ଲିଗ ନେତା ଓ କର୍ମୀଙ୍କ ନାଁ ରହିଛି । ତଦନ୍ତକାରୀ ଅଧିକାରୀ ଅଦାବର ପୋଲିସ ଷ୍ଟେସନର ଇନ୍ସପେକ୍ଟର ନାଜରୁଲ ଇସଲାମ ହତ୍ୟା ମାମଲା ରୁଜୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ।

ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ବାଂଲାଦେଶର ପୂର୍ବତନ ପରିବହନ ମନ୍ତ୍ରୀ ଓବାଇଦୁଇ, ଅଭିନେତା ଫିରଦସ ଅହମ୍ମଦଙ୍କ ନାଁ ରହିଛି । FIRରେ ଦର୍ଶାଯାଇଛି ଯେ ଆନ୍ଦୋଳନ ସମୟରେ ଗୁଳି ବାଜିବାରୁ ରୁବେଲ ଗୁରୁତର ଆହତ ହୋଇଥିଲେ । ପରେ ଦୁଇ ଦିନ ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଟେଷ୍ଟ ସିରିଜ ପାଇଁ ବାଂଲାଦେଶ ଟିମ ସହ ଏବେ ପାକିସ୍ତାନରେ ରହିଛନ୍ତି ଶାକିବ ଅଲ ହସନ । ପ୍ରକାଶ ଥାଉକି, ଶେଖ ହାସିନାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିବା ହିଂସ୍ର ଆନ୍ଦୋଳନ ସମୟରେ ବାଂଲାଦେଶରେ ନଥିଲେ ଶାକିବ । ଯାହା ପରେ ହସିନା ଦେଶ ଛାଡି ପଳାୟନ କରିଥିଲେ । ବାସ୍ତବରେ, ଷ୍ଟାର୍ ଅଲରାଉଣ୍ଡର ସେହି ସମୟରେ କାନାଡାରେ ଥିଲେ, ଗ୍ଲୋବାଲ ଟି-୨୦ କାନାଡା ଲିଗରେ ବାଙ୍ଗଲା ଟାଇଗର ମିସିସାଉଗାର ନେତୃତ୍ୱ ନେଇଥିଲେ । ଏହାପୂର୍ବରୁ ସେ ଜୁଲାଇ ମଧ୍ୟଭାଗ ପର୍ଯ୍ୟନ୍ତ ଆମେରିକାରେ ଥିଲେ ଓ ପରେ କାନାଡା ଯାଇଥିଲେ । ଅଗଷ୍ଟ ୯ ରେ ଗ୍ଲୋବାଲ୍ ଟି-୨୦ ଲିଗ୍ ଶେଷ ହୋଇଥିଲା

OTV is now on Whatsapp

Join and get latest news update delivered to you via whatsapp

Join Now