Advertisment

ଶ୍ରୀଲଙ୍କା କ୍ରିକେଟର ଦାନୁଷ୍କାଙ୍କ ବିରୋଧରେ ପୁଣି ସାଂଘାତିକ ଅଭିଯୋଗ, ମହିଳା କଲେ ଆଶ୍ଚର୍ଯ୍ୟକର ଖୁଲାସା...

ଶ୍ରୀଲଙ୍କା କ୍ରିକେଟର ଦାନୁଷ୍କା ଗୁଣାତିଲକ ଏବେ ଜେଲ୍‌ରେ ଅଛନ୍ତି। ତାଙ୍କ ବିରୋଧରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ସିଡ୍‌ନୀ ପୋଲିସ୍‌ ତାଙ୍କୁ ଗିରଫ କରିଥିଲା। ଘଟଣାର ତଦନ୍ତ ଚାଲିଥିବା ବେଳେ ଏସବୁ ଭିତରେ ଏକ ଆଶ୍ଚର୍ଯ୍ୟକର ଖୁଲାସା ହୋଇଛି।

ଅଦ୍ୟତନ ହୋଇଛି
Serious Allegation Against Sri Lankan Cricketer Danushka Gunathilaka

Serious Allegation Against Sri Lankan Cricketer Danushka Gunathilaka

Advertisment

ଶ୍ରୀଲଙ୍କା କ୍ରିକେଟର ଦାନୁଷ୍କା ଗୁଣାତିଲକ ଏବେ ଜେଲ୍‌ରେ ଅଛନ୍ତି। ତାଙ୍କ ବିରୋଧରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ସିଡ୍‌ନୀ ପୋଲିସ୍‌ ତାଙ୍କୁ ଗିରଫ କରିଥିଲା। ଘଟଣାର ତଦନ୍ତ ଚାଲିଥିବା ବେଳେ ଏସବୁ ଭିତରେ ଏକ ଆଶ୍ଚର୍ଯ୍ୟକର ଖୁଲାସା ହୋଇଛି। ଦୁଷ୍କର୍ମ ବେଳେ ଦାନୁଷ୍କା ବାରମ୍ବାର ମହିଳାଙ୍କ ତଣ୍ଟି ଚିପି ଥିବା ଅଭିଯୋଗ ହୋଇଛି। ଅଭିଯୋଗରେ ମହିଳା ଜଣକ ଏହା କହିଛନ୍ତି। ନ୍ୟୁ ସାଉଥ୍‌ ୱେଲ୍ସ ପୋଲିସ୍‌ ଡକ୍ୟୁମେଣ୍ଟସ୍‌ ଅନୁସାରେ, ପୀଡ଼ିତା ଜଣକ ନିଜ ଜୀବନ ପ୍ରତି ବିପଦ ଥିବା ମଧ୍ୟ କହିଛନ୍ତି। ଯୌନ ହିଂସା ଓ ବାରମ୍ବାର ତଣ୍ଟି ଚିପିବା ପାଇଁ ପ୍ରୟାସ କରାଯାଇଥିବା ସମ୍ପୃକ୍ତ ମହିଳା ତାଙ୍କ ଅଭିଯୋଗରେ କହିଛନ୍ତି। 

Advertisment

ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇ ଯାଞ୍ଚ ଆରମ୍ଭ...

ପୋଲିସ୍‌ ସୂଚନା ଅନୁସାରେ, ପୀଡ଼ିତା ଜଣେ କାଉନସେଲିଂ ସର୍ଭିସ୍‌ଙ୍କୁ ଡକାଇଥିଲେ। ଏହାପରେ ତାଙ୍କୁ ଦେଖି ସେ କାନ୍ଦିବା ଆରମ୍ଭ କରିଥିଲେ। ଏହାର ପରଦିନ ମହିଳା ଜଣକ ତାଙ୍କ ବୟାନରେ ଆଶ୍ଚର୍ଯ୍ୟକର ଖୁଲାସା କରିଥିଲେ। ଦୁଷ୍କର୍ମ ବେଳେ ଦାନୁଷ୍କା ବାରମ୍ବାର ତାଙ୍କ ତଣ୍ଟି ଚିପି ଥିବା ସେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଯାଞ୍ଚ ଆରମ୍ଭ ହୋଇଛି। 

Advertisment


 
 
 
 
 
 
 
 
 
 
 
 
 
 

A post shared by DANNY (@danushkagunathilaka)

ରୁମ୍‌ ଭିତରେ ମହିଳାଙ୍କ ସହ ଜୋର ଜବରଦସ୍ତ ଦୁଷ୍କର୍ମ !

ଅଭିଯୋଗ ହୋଇଛି ଯେ, ସିଡ୍‌ନୀରେ ଏକ ଘର ଭିତରେ ଜଣେ ୨୯ ବର୍ଷୀୟ ମହିଳାଙ୍କ ସହ ଦାନୁଷ୍କା ଜୋର ଜବରଦସ୍ତ ସମ୍ପର୍କ ସ୍ଥାପନ କରିଥିଲେ। ଏନେଇ ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ମାମଲାର ତଦନ୍ତ ଚଳାଇଥିଲା ଓ ଶେଷରେ ଦାନୁଷ୍କାଙ୍କୁ ଗିରଫ କରିଥିଲା। ଗିରଫ ପରେ ଜାମିନ ଆବେଦନ ମଧ୍ୟ କରାଯାଇଥିଲା। ହେଲେ ଏହାକୁ ଖାରଜ କରି ଦିଆଯାଇଥିଲା। କିଛିଦିନ ପୂର୍ବେ ଅନ୍‌ଲାଇନ୍‌ ଡେଟିଂ ଆପ୍‌ ମାଧ୍ୟମରେ ଶ୍ରୀଲଙ୍କା ନାଗରିକ ଓ ସମ୍ପୃକ୍ତ ମହିଳାଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ଏହାପରେ ନଭେମ୍ବର ୨ ତାରିଖ ସନ୍ଧ୍ୟାରେ ମହିଳାଙ୍କ ସହ ଜୋର ଜବରଦସ୍ତ ସମ୍ପର୍କ ସ୍ଥାପନ କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। 

Advertisment

Danushka Gunathilaka ICC T20 World Cup 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ