Advertisment

ହାପି ବାର୍ଥ ଡେ ମାହି; ସ୍ୱାମୀଙ୍କ ପାଦ ଛୁଇଁଲେ, ଆଶୀର୍ବାଦ ନେଲେ ସାକ୍ଷୀ..ଭିଡିଓ ଭାଇରାଲ..

ଧୋନିଙ୍କ ଜନ୍ମଦିନ ସେଲିବ୍ରେସନ୍‌ କରିଛନ୍ତି ପତ୍ନୀ ସାକ୍ଷୀ ଧୋନି। ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ଅଦ୍ୟତନ ହୋଇଛି
Happy Birthday Mahendra Singh Dhoni

Mahendra Singh Dhoni

Advertisment

ଭାରତୀୟ କ୍ରିକେଟ ଟିମ୍‌ ପୂର୍ବତନ ଅଧିନାୟକ, ଦେଶର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓରଫ ମାହି । ଆଜି ହେଉଛି ତାଙ୍କ ୪୩ତମ ଜନ୍ମଦିନ । ଏହି ଅବସରରେ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଆଉ ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଅନେକ ପୂର୍ବତନ ଖେଳାଳି ଓ ତାଙ୍କର ଲକ୍ଷାଧିକ ଫ୍ୟାନ୍ସ । ଧୋନିଙ୍କ ଜନ୍ମଦିନର ଏକ ଫଟୋକୁ ନେଇ ବେଶ୍‌ ଚର୍ଚ୍ଚା । ଯେଉଁଥିରେ ପତ୍ନୀ ସାକ୍ଷୀ ଧୋନିଙ୍କ ପାଦ ଛୁଇଁ ପ୍ରଣାମ କରୁଛନ୍ତି । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Advertisment

ଧୋନିଙ୍କ ଜନ୍ମଦିନ ସେଲିବ୍ରେସନ୍‌ କରିଛନ୍ତି ପତ୍ନୀ ସାକ୍ଷୀ ଧୋନି। ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓରେ ପତ୍ନୀ ସାକ୍ଷୀ ଧୋନି କେକ୍‌ କାଟି ମାହିଙ୍କ ଜନ୍ମଦିନ ସେଲିବ୍ରେସନ୍‌ କରୁଥିଲେ । ସେହି ସମୟରେ ସାକ୍ଷୀ ମାହିଙ୍କ ପାଦ ଧରି ପ୍ରଣାମ କରୁଛନ୍ତି ଓ ମାହି ମଧ୍ୟ ତାଙ୍କୁ ଆଶୀର୍ବାଦ ଦେଉଛନ୍ତି । ଯାହାର ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ଅଧିକ ପଢ଼ନ୍ତୁ: ଟିମ୍‌ ଇଣ୍ଡିଆ ସହ ମୋଦିଙ୍କ ଆଲୋଚନା, ଖେଳାଳି ଶୁଣାଇଲେ ସଫଳତାର କାହାଣୀ

Advertisment

ଧୋନିଙ୍କ ଜନ୍ମଦିନରେ ସଲମାନ ଖାନ ମଧ୍ୟ ପହଞ୍ଚିଛନ୍ତି । ଏହା ସମସ୍ତଙ୍କୁ ଚକିତ କରିଛି । ଧୋନିଙ୍କ ଜନ୍ମଦିନ ଭିଡିଓରେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଦେଖିବାକୁ ମିଳୁଛି । ପ୍ରଥମେ ଧୋନି କେକ୍ କାଟୁଥିବା ଦେଖାଯାଉଛି, ଏହା ପରେ ସେ ନିଜ ପତ୍ନୀଙ୍କୁ କେକ୍ ଖାଇବାକୁ ଦେଉଛନ୍ତି।

Advertisment

ଧୋନିଙ୍କ ପାଦ ଛୁଇଁ ସାକ୍ଷୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତା’ପରେ ଧୋନି ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କୁ କେକ୍ ଖାଇବାକୁ ଦେଉଛନ୍ତି । ଧୋନିଙ୍କ ଜନ୍ମଦିନର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଶଂସକମାନେ ମଧ୍ୟ ଏହି ଭିଡିଓକୁ ନେଇ ସକାରାତ୍ମକ ମନ୍ତବ୍ୟ ଦେବା ଜାରି ରଖିଛନ୍ତି।

ଜୁଲାଇ ୭ ଅର୍ଥାତ୍ ଆଜି ହେଉଛି ଦୁନିଆର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ । ଭାରତକୁ ସବୁ ଫର୍ମାଟରେ ଟ୍ରଫି ଦେଇଥିବା ଏକମାତ୍ର ଅଧିନାୟକ ହେଉଛନ୍ତି ମାହି । ଗତକାଲି ଠାରୁ ତାଙ୍କୁ ପ୍ରଶଂସକ ଓ କ୍ରିକେଟପ୍ରେମୀ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । କ୍ରିକେଟ ଜଗତରେ କିମ୍ବଦନ୍ତୀ ପାଲଟିଛନ୍ତି ଧୋନି । ଆଇପିଏଲ୍‌କୁ ଛାଡ଼ି ଅନ୍ୟ ସବୁ କ୍ରିକେଟ୍‌ ଫର୍ମାଟ୍‌ରୁ ଅବସର ନେଇ ସାରିଛନ୍ତି ଏହି କିମ୍ବଦନ୍ତୀ ଖେଳାଳି । ଧୋନି ତାଙ୍କ କ୍ୟାରିୟରରେ ୯୦ଟି ଟେଷ୍ଟ, ୩୫୦ଟି ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍‌ ଏବଂ ୯୮ଟି ଟି–୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।

ଅଧିକ ପଢ଼ନ୍ତୁ: ପ୍ୟାରିସ ଅଲିମ୍ପିକ୍ସ ପାଇଁ ତୟାର୍ ଭାରତ, ପ୍ରଧାନମନ୍ତ୍ରୀ ବଢ଼ାଇଲେ ମନୋବଳ

Happy Birth Day Mahendra Singh Dhoni MS Dhoni Salman Khan Birthday Celebration
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ