Advertisment

Viral Video: ପତ୍ନୀ ସାକ୍ଷୀ କହିଲେ- ‘ମୁଁ ତାମିଲ ଗାଳି ଜାଣିଛି’...ଏମିତି ରିଆକ୍ଟ କଲେ ଧୋନି

ନିଜ ପ୍ରଡକ୍ସନ ଫିଲ୍ମ ‘LGM’ର ଟ୍ରେଲର ଲଞ୍ଚ୍‌ ଅବସରରେ କ୍ରିକେଟର ଏମ୍‌ଏସ୍‌ ଧୋନି ଓ ତାଙ୍କ ପତ୍ନୀ ସାକ୍ଷୀ ଧୋନି ନିକଟରେ ଚେନ୍ନାଇରେ ଥିଲେ। ତେବେ ଇଭେଣ୍ଟରେ ଏମିତି କିଛି ଘଟଣା ଘଟିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Sakshi Dhoni Says She Knows Tamil Bad Words

Sakshi Dhoni Says She Knows Tamil Bad Words

Advertisment

ନିଜ ପ୍ରଡକ୍ସନ ଫିଲ୍ମ ‘LGM’ର ଟ୍ରେଲର ଲଞ୍ଚ୍‌ ଅବସରରେ କ୍ରିକେଟର ଏମ୍‌ଏସ୍‌ ଧୋନି ଓ ତାଙ୍କ ପତ୍ନୀ ସାକ୍ଷୀ ଧୋନି ନିକଟରେ ଚେନ୍ନାଇରେ ଥିଲେ। ତେବେ ଇଭେଣ୍ଟରେ ଏମିତି କିଛି ଘଟଣା ଘଟିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସାକ୍ଷୀ ତାମିଲ ଭାଷା ଜାଣିଛନ୍ତି କି ନାହିଁ, ସେସମ୍ପର୍କରେ ହୋଷ୍ଟ ତାଙ୍କୁ ପଚାରିଥିଲେ। ଏହାପରେ ସାକ୍ଷୀ କିଛି ଶବ୍ଦ କହିଥିଲେ, ଯେପରିକି ‘ସେରି’(ଓକେ) ଓ ‘ପୋଡା’(ଚାଲି ଯାଅ)।

Advertisment

ଏହାସହ ସାକ୍ଷୀ ଆହୁରି ମଧ୍ୟ କହିଥିଲେ ଯେ, ସେ ତାମିଲ ଭାଷାରେ ଗାଳି ମଧ୍ୟ ଜାଣିଛନ୍ତି। ହେଲେ କ’ଣ ସେ ଜାଣିଛନ୍ତି, ତାହା ସେ ପରିପ୍ରକାଶ କରିନଥିଲେ। ସାକ୍ଷୀଙ୍କ ମୁହଁରୁ ଏହି କଥା ଶୁଣିବା ପରେ ସେଠାରେ ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ସମୟ ପରେ ଧୋନି ଷ୍ଟେଜ୍‌ ଉପରକୁ ଆସି କହିଥିଲେ, ସାକ୍ଷୀଙ୍କୁ ସେ କୌଣସି ପ୍ରକାର ଗାଳି ଶିଖାଇ ନାହାନ୍ତି। ଧୋନିଙ୍କ ଏହି ପ୍ରତିକ୍ରିୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

Advertisment

ସୂଚନାଥାଉ କି, ନିକଟରେ ଧୋନିଙ୍କ ବିମାନ ଯାତ୍ରା ବେଳର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। ସେ ନିଜ ସିଟ୍‌ରେ ବସିଥିବା ବେଳେ ଜଣେ ଏୟାର ହୋଷ୍ଟେସ୍‌ ଆସି ତାଙ୍କ ଆଡ଼କୁ ଗୋଟିଏ ପ୍ଲେଟ୍‌ ବଢ଼ାଇଥିଲେ। ପ୍ଲେଟ୍‌ରେ ବହୁତ ଗୁଡ଼ିଏ ଚକୋଲେଟ୍ ସହ ଡ୍ରାଏ ଫ୍ରୁଟ୍‌ସ ଓ ଗୋଟିଏ ସ୍ୱତନ୍ତ୍ର ନୋଟ୍‌ ଥିଲା। ଏୟାର ହୋଷ୍ଟେସ୍‌ ଜଣକ ଧୋନିଙ୍କୁ ପ୍ଲେଟ୍‌ ବଢ଼ାଇବା ସହ ନୋଟ୍‌ ଦେଇଥିଲେ, ଆଉ ତା’ପରେ ଚକୋଲେଟ୍‌ ବି ଦେଇଥିଲେ। କାରଣ ଏହି ଏୟାର ହୋଷ୍ଟେସ୍‌ ଜଣକ ଥିଲେ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍‌। ତେବେ ଧୋନି ତାଙ୍କଠାରୁ ଚକୋଲେଟ୍‌ ନେବାକୁ ମନା କଲେ, କିନ୍ତୁ ପ୍ଲେଟ୍‌ରେ ଥିବା ଖଜୁରି ପ୍ୟାକେଟ୍‌କୁ ଗ୍ରହଣ କଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା।

MS Dhoni
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ