Advertisment

ସରିଲା ମେହେନ୍ଦି; ମହିଳା କ୍ରିକେଟର୍‌ଙ୍କ ହାତ ଧରିବେ ଋତୁରାଜ ଗାଏକ୍ୱାଡ

କ୍ରିକେଟ ଖେଳିବା ସମୟରେ ଋତୁରାଜ ଗାଏକ୍ୱାଡଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

ଅଦ୍ୟତନ ହୋଇଛି
Ruturaj Gaikwad and Utkarsha Pawar

Ruturaj Gaikwad and Utkarsha Pawar

Advertisment

ହାତକୁ ଦୁଇ ହାତ ହେବେ ଋତୁରାଜ ଗାଏକ୍ୱାଡ। ଗାଏକ୍ୱାଡ୍‌ଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଦୁଇଟି କାରଣ ପାଇଁ । ପ୍ରଥମଟି ହେଲା ନିଜର ଦମ୍‌ଦାର୍ ବ୍ୟାଟିଂକୁ ନେଇ, ଅନ୍ୟଟି ତାଙ୍କର ମ୍ୟାରେଜ୍‌ ସସପେନ୍ସ। ଚଳିତ ବର୍ଷ IPLରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଦମ୍‌ଦାର ବ୍ୟାଟିଂ କରି ସେ ଫ୍ୟାନ୍ସଙ୍କ ମନମୁଗ୍ଧ କରିଦେଇଛନ୍ତି। ସେପଟେ ଆସନ୍ତା ୩ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ ଗାଏକ୍ୱାଡ। ଏନେଇ ତାଙ୍କର ମେହେନ୍ଦି ସେରିମନି ଖୁବ୍‌ ଧୁମ୍‌ଧାମ୍‌ରେ ଶେଷ ହୋଇଛି। 

Advertisment

ମେହେନ୍ଦି ସେରିମନିର ଫଟୋ ଇନଷ୍ଚାରେ ସେୟାର କରିଛନ୍ତି ଗାଏକ୍ନାଡ। ଫଟୋରେ 'Mehendi 💚✔️ My Beauties' କ୍ୟାପସନ୍‌ ଲେଖିଛନ୍ତି।   

Advertisment

ଚେନ୍ନାଇ IPL ଟ୍ରଫି ଜିତିବା ପରେ ଗାଏକ୍ୱାଡ ଗୋଟିଏ ଫଟୋ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଫଟୋରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ଗାଏକ୍ୱାଡଙ୍କ ଗର୍ଲଫ୍ରେଣ୍ଡ ଉତ୍କର୍ଷା ପାୱାର ରହିଛନ୍ତି। ଗାଏକ୍ୱାଡ ତାଙ୍କୁ ହିଁ ଜୁନ ୩ରେ ବିବାହ କରିବେ। ଋତୁରାଜ ଗାଏକ୍ୱାଡଙ୍କ ଭଳି ଉତ୍କର୍ଷା ମଧ୍ୟ ଜଣେ କ୍ରିକେଟର। କ୍ରିକେଟ ଖେଳିବା ସମୟରେ ଋତୁରାଜ ଗାଏକ୍ୱାଡଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏବେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଗାଏକ୍ୱାଡ ମଧ୍ୟ ମହାରାଷ୍ଟ୍ର କ୍ରିକେଟ ଟିମର ଖେଳାଳି।

Advertisment

୧୯୯୮ ମସିହା ଅକ୍ଟୋବର ୧୩ରେ ଜନ୍ମ ଗ୍ରହଣ କରିଥିଲେ ଉତ୍କର୍ଷା। ପିଲା ଦିନରୁ ହିଁ ତାଙ୍କର ଫୁଟବଲ, ବ୍ୟାଡମିଣ୍ଟନ ଓ କ୍ରିକେଟ ପ୍ରତି ଅହେତୁକ ଦୁର୍ବଳତା ଥିଲା। କିନ୍ତୁ ୧୧ ବର୍ଷ ବୟସରୁ ସେ କ୍ରିକେଟ ପ୍ରତି ଆକୃଷ୍ଟ ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ମହାରାଷ୍ଟ୍ରର ମହିଳା ଟିମରେ ଜଣେ ଅଲରାଉଣ୍ଡର ଭାବେ ସ୍ଥାନ ପାଇଥିଲେ। ଉତ୍କର୍ଷା ମହାରାଷ୍ଟ୍ର ମହିଳା କ୍ରିକେଟ ଟିମ ପକ୍ଷରୁ ଏକାଧିକ ମ୍ୟାଚ୍‌ ଖେଳି ସାରିଛନ୍ତି। ମହାରାଷ୍ଟ୍ର ଅଣ୍ଡର ୧୯ ଟିମ ପାଇଁ ୨୦୧୨-୧୩ ଓ ୨୦୧୭-୧୮ରେ ସେ ଖେଳିଥିଲେ।

ସେ ଜଣେ ଅଲରାଉଣ୍ଡର। ମହାରାଷ୍ଟ୍ରର ସିନିୟର ମହିଳା ଟିମ୍‌ରେ ବି ସେ ନଜର ଆସିଥିଲେ। ସେ ୧୮ମାସ ତଳେ ମହାରାଷ୍ଟ୍ର ପାଇଁ ଶେଷ ମ୍ୟାଚ୍‌ ଖେଳିଥିଲେ। ଏହାପରେ ତାଙ୍କୁ କ୍ରିକେଟ ମୈଦାନରେ ଦେଖିବାକୁ ମିଳି ନାହିଁ। ବର୍ତ୍ତମାନ ସେ ପୁଣେରେ ଥିବା ଆଇଏନଏଫଏସ୍‌ରେ ପାଠ ପଢ଼ୁଛନ୍ତି।

CSK IPL 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ