Advertisment

ଗାଏକ୍ୱାଡ୍‌ଙ୍କ ବିଶ୍ୱ ରେକର୍ଡ; ଗୋଟିଏ ଓଭର୍‌ରେ ମାରିଲେ ୭ଛକା, ଦେଖନ୍ତୁ ଭିଡିଓ..

ଗୋଟିଏ ଓଭରରେ ୬ ଛକା ମାରିବା କଥା ଆପଣ ଦେଖିଥିବେ। ହେଲେ ଜଣେ ବ୍ୟାଟର କେମିତି ୬ଟି ବଲରେ ୭ଟି ଛକା ମାରିଲେ ବୋଲି ଆପଣ ଭାବୁଥିବେ। ହେଲେ ଏମିତି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଭାରତୀୟ ବ୍ୟାଟର ଋତୁରାଜ ଗାଏକ୍ୱାଡ।

author-image
Manoranjan Behera
ଅଦ୍ୟତନ ହୋଇଛି
Rituraj Gaikwad

Rituraj Gaikwad

ସୋମବାର ଇତିହାସ ରଚିଲେ ଜଣେ ଭାରତୀୟ କ୍ରିକେଟର । ଗୋଟିଏ ଓଭର୍‌ରେ ୭ଟି ଛକା ମାରି ରେକର୍ଡ କରିଛନ୍ତି ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ । ତେବେ ପୂର୍ବରୁ ଯୁବରାଜ ସିଂହ ଗୋଟିଏ ଓଭର୍‌ରେ ୬ଟି ଛକା ମାରି ଇତିହାସ ରଚିଥିଲେ । ୨୦୦୮ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଇଂଲଣ୍ତ ବିପକ୍ଷ ମ୍ୟାଚ୍‌ରେ ଯୁବରାଜ ସିଂହଙ୍କ ୬ଟି ବଲ୍‌ରେ ୬ଟି ଛକା ମାରିଥିଲେ । ବିଜୟ ହଜାରେ ଟ୍ରଫିର ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ କ୍ରିକେଟର୍‌ ଋତୁରାଜ ଗାଏକ୍ୱାଡ୍‌ ଗୋଟିଏ ଓଭର୍‌ରେ ୭ଟି ଛକା ମାରି ଇତିଆସ ରଚିଛନ୍ତି ।

Advertisment

ବିଜୟ ହଜାରେ ଟ୍ରଫିର କ୍ୱାଟର୍‌ ଫାଇନାଲ ମ୍ୟାଚ୍‌ରେ ସାମ୍ନାସାମ୍ନି ହୋଇଥିଲେ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର । ମହାରାଷ୍ଟ୍ର ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍‌ ହରାଇ ୫୦ ଓଭର୍‌ରେ ୩୩୦ ରନ୍‌ କରିଥିଲା । ମହାରାଷ୍ଟ୍ରର ଅଧିନାୟକ ଋତୁରାଜ ଗାଏକ୍ୱାଡ୍‌ ୧୫୯ ବଲ୍‌ରେ ୨୨୦ ରନ୍‌ର ଇନିଂସ ଖେଳିଛନ୍ତି । ଏଥିରେ ୧୦ଟି ଚୌକା ଓ ୧୬ଟି ଛକା ସାମିଲ ରହିଛି । ତେବେ ମ୍ୟାଚ୍‌ର ମୁଖ୍ୟ ଆକର୍ଷଣ ଥିଲା ୪୯ତମ ଓଭର। ତାହା ଦର୍ଶକ ଆଗରୁ କେବେ ଦେଖିନଥିବେ । ଋତୁରାଜ ପ୍ରଥମେ ଭାରତୀୟ ଭାବେ ଗୋଟିଏ ଓଭର୍‌ରେ ୭ଟି ଛକା ମାରିଥିଲେ ।

କିନ୍ତୁ ତାଙ୍କୁ ପ୍ରଥମ ବଲରୁ ହିଁ ଗାଏକ୍ୱାଡ ବଡ଼ ପ୍ରହାର କରିଥିଲେ। ପ୍ରଥମ ୪ଟି ବଲରେ କ୍ରମାଗତ ୪ଟି ଛକା ମାରି ଋତୁରାଜ ନିଜର ଆକ୍ରମଣାତ୍ମକ ରୂପ ଦେଖାଇଥିଲେ। ଏହି ସମୟରେ ଶିବ ମଧ୍ୟ ୪ଟି ଛକା ଖାଇ ସମାନ୍ୟ ନର୍ଭସ ହୋଇ ଯାଇଥିଲେ। ୫ମ ବଲରେ ଋତୁରାଜ ୬କା ମାରିଥିବା ବେଳେ ଏହା ନୋ-ବଲ ହୋଇଯାଇଥିଲା।

Advertisment

ଫଳରେ ତାଙ୍କୁ ଗୋଟିଏ ଅତିରିକ୍ତ ବଲ ପକାଇବାକୁ ପଡ଼ିଥିଲା। ଏହାର ଫାଇଦା ଉଠାଇ ଗାଏକ୍ୱାଡ ମଧ୍ୟ ଆଉ ୩ଟି ଛକା ମାରିଥିଲେ। ଏଥିସହ ନିଜର ଦ୍ୱିଶତକ ମଧ୍ୟ ହାସଲ କରିଥିଲେ।

ଋତୁରାଜ ଗାଏକ୍ୱାଡ ମହାରାଷ୍ଟ୍ରର ପ୍ରଥମ ବ୍ୟାଟର ଯିଏ ଲିଷ୍ଟ ଏରେ ଦ୍ୱିଶତକ ହାସଲ କରିଛନ୍ତି। ସେ ଅପରାଜିତ ୨୨୦ ରନର ଇନିଂସ ଖେଳି ଲିଷ୍ଟ ଏରେ ଦ୍ୱିଶତକ ହାସଲ କରିଥିବା ୧୧ତମ ଖେଳାଳି ବନିଛନ୍ତି। ରୋହିତ ଶର୍ମାଙ୍କ ଗୋଟିଏ ମ୍ୟାଚ୍‌ରେ ୧୬ଟି ଛକା ମାରିବା ରେକର୍ଡର ମଧ୍ୟ ସମକକ୍ଷ ହୋଇଛନ୍ତି ଗାଏକ୍ୱାଡ। ଲିଷ୍ଟ ଏ କ୍ରିକେଟର ଗୋଟିଏ ଓଭରରେ ବ୍ୟାଟରୁ ୪୨ ରନ ବାହାର କରିବାର ବିରଳ ରେକର୍ଡ ମଧ୍ୟ ସେ କରିଛନ୍ତି।

Cricket Records
Advertisment
Advertisment