Advertisment

ରୋହିତ୍ ଦିନିକିଆ କ୍ରିକେଟ୍ ଟିମ୍‌ର ଅଧିନାୟକ

ଅତ୍ୟଧିକ କାର୍ଯ୍ୟଭାର ଯୋଗୁ କୋହଲି ଟି-୨୦ କ୍ୟାପଟେନ୍ସି ଛାଡ଼ିଥିଲେ। ଏବେ କୋହଲି ଦିନିକିଆ କ୍ୟାପଟେନ୍ ପଦ ମଧ୍ୟ ଛାଡ଼ି ଦେଇଛନ୍ତି।

Rohit Sharma

Rohit Sharma

Advertisment

ନୂଆଦିଲ୍ଲୀ: ରୋହିତ ଶର୍ମା ଭାରତୀୟ ଦିନିକିଆ କ୍ରିକେଟ ଦଳର ନୂଆ ଅଧିନାୟକ। କୋହଲିଙ୍କୁ ଦିନିକିଆ ନେତୃତ୍ୱରୁ ଅବ୍ୟାହତି ପରେ ରୋହିତ କ୍ୟାପଟେନ୍‌ ହୋଇଛନ୍ତି। ଟି-୨୦ ସହ ରୋହିତ ଦିନିକିଆ ଦଳର ନେତୃତ୍ୱ ନେବେ। ଏହାସହ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ରୋହିତଙ୍କୁ ଟେଷ୍ଟ ଟିମ୍‌ର ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି। ଦକ୍ଷିଣ ଆଫ୍ରିକାରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ପାଇଁ ୧୮ ଜଣିଆ ଦଳ ଘୋଷଣା କରାଯାଇଛି। ଟେଷ୍ଟ ପାଇଁ ବିରାଟ କୋହଲି ଅଧିନାୟକ ରହିଥିବାବେଳେ ରୋହିତ ଉପଅଧିନାୟକ ଅଛନ୍ତି। 

Advertisment

ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ଶ୍ରେୟସ ଆୟର, ହନୁମା ବିହାରୀ, ଋଷଭ ପନ୍ତ, ରିଦ୍ଧିମାନ ସାହା, ଆର. ଅଶ୍ୱିନ, ଜୟନ୍ତ ଯାଦବ, ଈଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ, ଯଶପ୍ରୀତ ବୁମରା, ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସିରାଜ ଦଳରେ ସ୍ଥାନ ପାଇଛନ୍ତି।ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା, ଶୁବମନ ଗିଲ୍ ଆହତ ପାଇଁ ବାଦ୍ ପଡ଼ିଛନ୍ତି।

ଅତ୍ୟଧିକ କାର୍ଯ୍ୟଭାର ଯୋଗୁ କୋହଲି ଟି-୨୦ କ୍ୟାପଟେନ୍ସି ଛାଡ଼ିଥିଲେ। ଏବେ କୋହଲି ଦିନିକିଆ କ୍ୟାପଟେନ୍ ପଦ ମଧ୍ୟ ଛାଡ଼ି ଦେଇଛନ୍ତି।  ଟି-୨୦ ବିଶ୍ୱକପ୍ ପୂର୍ବରୁ ବିରାଟ୍ କୋହଲି ଏହି ଫର୍ମାଟରୁ କ୍ୟାପଟେନ୍ ପଦ ଛାଡ଼ିବେ ବୋଲି ଘୋଷଣା କରିଥିଲେ। ଏପରିକି କୋହଲି ଆଇପିଏଲରେ ଆରସିବି ଟିମର କ୍ୟାପଟେନ୍ ପଦ ମଧ୍ୟ ଛାଡ଼ିଛନ୍ତି। ରୋହିତଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନିମ୍ୟାଚ୍ ଟି-୨୦ ସିରିଜ୍ ପାଇଁ  କ୍ୟାପଟେନ୍ କରାଯାଇଥିଲା।

Advertisment

ଟି-୨୦ ଭଳି ଦିନିକିଆରେ ମଧ୍ୟ କୋହଲି କ୍ୟାପଟେନ୍ ପଦ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ଆଉ ଆଜି ସେହି ଚର୍ଚ୍ଚାରେ ବିରାମ ଲାଗିଛି। ଏବେ ରୋହିତଙ୍କ ନେତୃତ୍ୱରେ କୋହଲି ଉଭୟ ଦିନିକିଆ ଓ ଟି-୨୦ ମ୍ୟାଚ୍ ଖେଳିବେ।

Cricket Indian Cricket Team
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ