Advertisment

ଏସିଆ କପ୍‌ ବିବାଦକୁ ନେଇ ରୋହିତ ଶର୍ମା ଦେଲେ ବଡ଼ ବୟାନ- କହିଲେ...

ଆସନ୍ତାକାଲି ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍‌ ଖେଳାଯିବ। ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍‌କୁ ସମସ୍ତେ ଅପେକ୍ଷା କରିଛନ୍ତି। ତେବେ ମୁକାବିଲା ପୂର୍ବରୁ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀ ଓ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।

ଅଦ୍ୟତନ ହୋଇଛି
Rohit Sharma On Asia Cup 2023

Rohit Sharma On Asia Cup 2023

Advertisment

ଆଜିଠୁ ଟି-୨୦ ବିଶ୍ୱକପ୍‌ର ସୁପର-୧୨ ଫାଇଟ୍ ଆରମ୍ଭ ହୋଇଛି। ପ୍ରଥମ ଦିନର ଉଦ୍‌ଘାଟନୀ ମ୍ୟାଚ୍‌ରେ ଦୁଇ ଶକ୍ତିଶାଳୀ ଟିମ୍- ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଥିବା ବେଳେ ଆଜିର ଦ୍ୱିତୀୟ ମ୍ୟାଚ୍‌ରେ ସାମ୍ନାସାମ୍ନି ହେବେ ଇଂଲଣ୍ଡ ଓ ଆଫଗାନିସ୍ତାନ। ପର୍ଥ ଷ୍ଟାଡିୟମ୍‌ରେ ଅପରାହ୍ଣ ୪ଟା ୩୦ରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ଆସନ୍ତାକାଲି ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍‌ ଖେଳାଯିବ। ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍‌କୁ ସମସ୍ତେ ଅପେକ୍ଷା କରିଛନ୍ତି। ତେବେ ମୁକାବିଲା ପୂର୍ବରୁ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀ ଓ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ରୋହିତ ଶର୍ମା କହିଛନ୍ତି, ଗତ ୯ ବର୍ଷ ହେବ ଆମେ କୌଣସି ଆଇସିସି ଟ୍ରଫି ଜିତି ପାରିନୁ। ଯାହାକି ଆମ ପାଇଁ ନିରାଶାର ବିଷୟ। ଆଇସିସି ଟୁର୍ଣ୍ଣାମେଣ୍ଟକୁ ନେଇ ସେ କହିଛନ୍ତି, ଟୁର୍ଣ୍ଣାମେଣ୍ଟକୁ ନେଇ ଆମ ଉପରେ କୌଣସି ଚାପ ନାହିଁ। ହେଲେ ଆମ ପାଇଁ ଏହା ଚ୍ୟାଲେଞ୍ଜର ବିଷୟ ଯେ, ଆମକୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। 

Advertisment

ଏସିଆ କପ୍‌ ବିବାଦକୁ ନେଇ ଏମିତି କହିଲେ ରୋହିତ...

ଏସିଆ କପ୍‌ ୨୦୨୩କୁ ନେଇ ଜାରି ରହିଥିବା ବିବାଦ ଉପରେ ମଧ୍ୟ ରୋହିତ ଶର୍ମା ବୟାନ ଦେଇଛନ୍ତି। ସେ କହିଛନ୍ତି, ‘ ଟି-୨୦ ବିଶ୍ୱକପ୍‌ ଉପରେ ଆମର ଫୋକସ୍‌ ରହିଛି ଓ ଏହା ଆମ ପାଇଁ ଜରୁରୀ। ଆଗକୁ କ’ଣ ହେବ, ସେ ସମ୍ପର୍କରେ ଆମେ ଚିନ୍ତା କରିନୁ। କାରଣ ସେସବୁ ବିଷୟରେ ଭାବିଲେ କୌଣସି ଫାଇଦା ମିଳିବ ନାହିଁ। BCCI ଏହା ଉପରେ ନିଷ୍ପତ୍ତି ନେବ। ଆମେ କେବଳ ଆସନ୍ତାକାଲି(ଅକ୍ଟୋବର ୨୩)ର ମ୍ୟାଚ୍‌କୁ ନେଇ ଚିନ୍ତା କରୁଛୁ। 

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ପାକିସ୍ତାନରେ ଏସିଆ କପ୍‌ ୨୦୨୩ ହେବ। ହେଲେ ଏହା ପୂର୍ବରୁ ବିବାଦ ଆରମ୍ଭ ହୋଇଯାଇଛି। BCCI ସଚିବ ଜୟ ଶାହ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଟିମ୍‌ ଇଣ୍ଡିଆ ପାକିସ୍ତାନ ଯିବ ନାହିଁ। ଏହାପରେ ବିବାଦ ଆରମ୍ଭ ହୋଇଛି। ଜୟ ଶାହଙ୍କ ଏହି ବୟାନର ପାଲଟା ଜବାବ ରଖିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ । ପାକିସ୍ତାନ କ୍ରିକେଟ୍ ଟିମ୍ ମଧ୍ୟ ଭାରତରେ ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌କୁ ବର୍ଜନ କରିବ ବୋଲି ଚେତାବନୀ ଦେଇଛି। 

Advertisment

‘ଗୋଟି ଗୋଟି ସବୁ ମ୍ୟାଚ୍‌ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ’

ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ଆମେ ଗତ ୯ ବର୍ଷ ହେବ ଆଇସିସି ଟ୍ରଫି ଜିତି ପାରିନୁ। ଯାହା ଆମପାଇଁ ଏକ ଚ୍ୟାଲେଞ୍ଜର ବିଷୟ। ଏବେ ଏହି ଟୁର୍ଣ୍ଣାମେଣ୍ଟ ଆମକୁ ଏକ ସୁଯୋଗ ଦେଇଛି। ତେଣୁ ଏଥିରେ ଆମକୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଆମର ଫୋକସ୍‌ କେବଳ ବର୍ତ୍ତମାନର ମ୍ୟାଚ୍‌ ଉପରେ। କାରଣ ଗୋଟି ଗୋଟି ସବୁ ମ୍ୟାଚ୍‌ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଓ ଏହି ହିସାବରେ ହିଁ ଆମେ ଆଗକୁ ବଢ଼ିବୁ। 

ସୁପର ୧୨ ଫାଇଟ୍‌...

ଗ୍ରୁପ ୧ରେ- ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଇଂଲଣ୍ଡ, ଆୟର୍ଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଶ୍ରୀଲଙ୍କା 

Advertisment

ଗ୍ରୁପ ୨ରେ- ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ନେଦରଲ୍ୟାଣ୍ଡସ, ଜିମ୍ବାୱେ 

ICC T20 World Cup 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ