Advertisment

ବିଶ୍ୱକପ୍‌ ଜିତିଲା ଭାରତ, ବିଜୟ ପରେ ମାଟି ଖାଇଲେ ରୋହିତ

ବିଶ୍ୱକପ୍‌ ବିଜୟ ପରେ ଅଧିନାୟକ ରୋହିତ ଶର୍ମା କରିଥିଲେ ଏକ ନିଆରା ସେଲିବ୍ରେସନ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
Rohit Sharma

Rohit Sharma

Advertisment

୧୭ ବର୍ଷର ଦୀର୍ଘ ଅପେକ୍ଷା ପରେ ଭାରତକୁ ମିଳିଛି ଦ୍ୱିତୀୟ ଟି-୨୦ ବିଶ୍ୱକପ ଟ୍ରଫି। ଏହି ଚିରସ୍ମରଣୀୟ ବିଜୟ ପରେ ଖୁସିରେ ଆତ୍ମହରା ହୋଇଯାଇଥିଲେ ଟିମ୍ ଇଣ୍ଡିଆର ଖେଳାଳି । ସମସ୍ତଙ୍କ ଆଖିରୁ ଝରି ଆସିଥିଲା ଖୁସର ଲୁହ । ତେବେ ଏହି ସମୟରେ ଅଧିନାୟକ ରୋହିତ ଶର୍ମା କରିଥିଲେ ଏକ ନିଆରା ସେଲିବ୍ରେସନ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Advertisment

ଆପଣ ଟି-୨୦ ବିଶ୍ୱକପରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ ମ୍ୟାଚ ତ ନିଶ୍ଚିତ ଦେଖିଥିବେ। ଏହି ହାଇଭୋଲଟେଜ ମ୍ୟାଚରେ ସାଉଥ ଆଫ୍ରିକାକୁ ୭ ରନରେ ହରାଇ ବିଶ୍ୱ ବିଜେତା ହୋଇଛି ଟିମ୍‌ ଇଣ୍ଡିଆ । ବାର୍ବଡସ୍‌ରେ ଉଡିଥିଲା ତ୍ରିରଙ୍ଗା। ଏହା ପରେ ଆରମ୍ଭ ହୋଇଯାଇଥିଲା ସେଲିବ୍ରେସନ । ସାଥୀ ଖେଳାଳୀଙ୍କୁ ଆଲଙ୍ଗନ କରି ଉତ୍ସବ ମନାଇଥିଲେ ଭାରତୀୟ କ୍ରିକେଟର । ତେବେ ଏହି ସମୟରେ ଅଧିନାୟକ ରୋହିତ ଶର୍ମାଙ୍କ ଏକ ନିଆରା ସେଲିବ୍ରେସନ ଦେଖିବାକୁ ମିଳିଥିଲା। ଏହି ଚମତ୍କାର ବିଜୟକୁ ମନେରଖିବା ପାଇଁ ସେ ବାର୍ବଡାସର ଷ୍ଟାଡିୟମ ପିଚରୁ କିଛି ମାଟି ଉଠାଇ ନିଜ ଜିଭରେ ରଖିଥିଲେ ଓ ପିଚକୁ ମୁଣ୍ଡିଆ ମଧ୍ୟ ମାରିଥିଲେ। ଯାହାର ଭିଡ଼ିଓକୁ ICC ତା’ର ଇନଷ୍ଟାଗ୍ରାମ ପେଜରେ ସେୟାର କରିଛି । ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିବା ପରେ ଭାରତୀୟ ଫ୍ୟାନ୍ସ ରୋହିତଙ୍କୁ ଖୁବ ପ୍ରଶଂସା କରିଛନ୍ତି।

ସୂଚନା ଅନୁସାରେ କପିଲ ଦେବ ଏବଂ ମହେନ୍ଦ୍ର ସିଂ ଧୋନିଙ୍କ ପରେ ବିଶ୍ୱକପ ଜିତିବାରେ ରୋହିତ ଶର୍ମା ତୃତୀୟ ଭାରତୀୟ ଅଧିନାୟକ ହୋଇଛନ୍ତି। ଟି -20 ବିଶ୍ୱକପ ଜିତିବା ପରେ ରୋହିତ ଶର୍ମା ଭାବପ୍ରବଣ ହୋଇ କହିଥିଲେ ମୁଁ ମୋର ଅନୁଭବକୁ ଶବ୍ଦରେ ବ୍ୟାଖ୍ୟା କରିପାରିବ ନାହିଁ । ଗତ ରାତିରେ ମୁଁ ଶୋଇ ନାହିଁ। କାରଣ ମୁଁ ଯେକୌଣସି ମୂଲ୍ୟରେ ଜିତିବାକୁ ଚାହୁଁଥିଲି। ଏହା କେବଳ ଆଜିର କଥା ନୁହଁ ତିନି-ଚାରି ବର୍ଷ ମଧ୍ୟରେ ଆମେ କେତେ ପରିଶ୍ରମ କରିଛୁ ତାହା କହିବା କଷ୍ଟକର।

Advertisment

ଆପଣଙ୍କୁ କହିରଖୁଛୁ ଯେ ଫାଇନାଲରେ ବିଜୟ ପରେ ଟି -୨୦ ଇଣ୍ଟରନ୍ୟାସନାଲରୁ ରୋହିତ ଶର୍ମା ଓ ବିରାଟ କୋହଲି ଅବସର ଘୋଷଣା କରିଛନ୍ତି। ଏହି ସମୟରେ ସେ କହିଥିଲେ, “ମୁଁ ଏହି ଫର୍ମାଟ୍ ଖେଳିବା ଆରମ୍ଭ କରିବା ଦିନଠାରୁ ଏହାକୁ ଉପଭୋଗ କରିଥିଲି। ଏହି ଫର୍ମାଟ୍‌କୁ ବିଦାୟ ଦେବା ପାଇଁ ୟାଠାରୁ ଭଲ ସମୟ ନାହିଁ। ମୁଁ କପ୍ ଜିତିବାକୁ ଚାହୁଁଥିଲି, ଲକ୍ଷ୍ୟ ପୂରଣ ହୋଇଛି।” ତେବେ ନିହାତି ଭାବେ ଆଗମୀ ଅନ୍ତର୍ଜାତୀୟ 20-20 ମ୍ୟାଚରେ ରୋହିତ ଓ କୋହଲିଙ୍କ ଯୋଡିକୁ ନିଶ୍ଚିତ ମିସ୍ କରିବେ ଭାରତୀୟ କ୍ରିକେଟ ଫ୍ୟାନ୍ ।

Rohit Sharma T20 World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ