Advertisment

ଦିଲ୍ଲୀରେ ଗର୍ଜିଲା ରୋହିତଙ୍କ ବ୍ୟାଟ୍, ଭାଙ୍ଗିଲେ ସଚିନ୍ ଓ କପିଲ ଦେବଙ୍କ ରେକର୍ଡ

ଆପଗାନିସ୍ତାନ ବିପକ୍ଷ ମ୍ୟାଚରେ ରୋହିତ ମାତ୍ର ୬୩ ବଲ୍‌ରେ ଶତକ ହାସଲ କରିଥିଲେ। ବିଶ୍ୱକପରେ ଭାରତ ପକ୍ଷରୁ ଏହା ସର୍ବନିମ୍ନ ବଲରେ ଶତକ ବୋଲି କୁହାଯାଉଛି। ପୂର୍ବରୁ ଏହି ରେକର୍ଡ କ୍ରିକେଟ କିମ୍ବଦନ୍ତୀ କପିଳ ଦେବଙ୍କ ନାଁରେ ରହିଥିଲା।

Rohit Sharma Record

Rohit Sharma Record

Advertisment

ବିଶ୍ୱକପ୍ କ୍ରିକେଟରେ ଭାରତୀୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ରେକର୍ଡ । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ରୋହିତ ଏକାଧିକ ରେକର୍ଡ ଅର୍ଜନ କରିଛନ୍ତି । ବିସ୍ପୋରକ ବ୍ୟାଟିଂ କରି ଆଜିର ଶତକକୁ ମିଶାଇ ବିଶ୍ୱକପରେ ସର୍ବାଧିକ ସାତଟି ସେଞ୍ଚୁରୀ ହାସଲ କରିଛନ୍ତି ରୋହିତ । ବିଶ୍ୱକପ୍ ଇତିହାସରେ ସଚିନ ତେନ୍ଦୁଲକର ସର୍ବାଧିକ ୬ଟି ଶତକ ହାସଲ କରିଥିଲେ। କିନ୍ତୁ ଆଜିର ମ୍ୟାଚରେ ରୋହିତ ତାଙ୍କୁ ପଛରେ ପକାଇ ଦେଇଛନ୍ତି । ତେନ୍ଦୁଲକର ୬ଟି ବିଶ୍ୱକପ ଖେଳି ଏହି ଉପଲବ୍ଧି ହାସଲ କରିଥିବାବେଳେ ରୋହିତ ମାତ୍ର ୩ଟି ବିଶ୍ୱକପ୍‌ ଖେଳି ତେନ୍ଦୁଲକରଙ୍କ ଏହି ରେକର୍ଡ ଭାଙ୍ଗିଛନ୍ତି।

Advertisment

ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ରୋହିତ ମାତ୍ର ୬୩ ବଲ୍‌ରେ ଶତକ ହାସଲ କରିଥିଲେ। ବିଶ୍ୱକପରେ ଭାରତ ପକ୍ଷରୁ ଏହା ସର୍ବନିମ୍ନ ବଲରେ ଶତକ ବୋଲି କୁହାଯାଉଛି। ପୂର୍ବରୁ ଏହି ରେକର୍ଡ କ୍ରିକେଟ କିମ୍ବଦନ୍ତୀ କପିଳ ଦେବଙ୍କ ନାଁରେ ରହିଥିଲା । କପିଲ ଦେବ ୧୯୮୩ ବିଶ୍ୱକପ୍‌ରେ ୭୨ଟି ବଲ୍‌ରେ ଶତକ ହାସଲ କରିଥିଲେ। ତେବେ ରୋହିତ ଆଜି କପିଲ ଦେବଙ୍କ ଏହି ୪୦ ବର୍ଷର ରେକର୍ଡ ଭାଙ୍ଗିଛନ୍ତି । ସେହିପରି କ୍ରିସ୍ ଗେଲ୍‌ଙ୍କ ରେକର୍ଡ କାଟି ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ଖେଳାଳି ବନିଛନ୍ତି ରୋହିତ ଶର୍ମା । ୪୭୩ ଇନିଂସରେ ରୋହିତ ଶର୍ମା ୫୫୫ଟି ଛକା ମାରି କ୍ରିସ୍‌ ଗେଲ୍‌ଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ।

ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରେ ଗେଲଙ୍କ ନାଁରେ ମୋଟ ୫୫୩ ଛକା ଥିଲା। କ୍ରିସ୍ ଗେଲ୍ ଏହି ରେକର୍ଡ ପାଇଁ ମୋଟ ୫୫୧ ଇନିଂସ ଖେଳିଥିଲେ। ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଉଥିବା ଆଜିର ମ୍ୟାଚରେ ଟିମ୍ ଇଣ୍ଡିଆ ୨୭୩ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିଲା। ତେବେ ୮ ୱିକେଟରେ ଭାରତ ବିଜୟ ଲକ୍ଷ୍ୟକୁ ହାସଲ କରି ବାଜି ମାରିଛି ।

Advertisment
India Sachin Tendulkar Rohit Sharma Kapil Dev
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ