Advertisment

Retirement:ଆଗକୁ ମୈଦାନରେ ଦେଖିବାକୁ ନମିଳିପାରନ୍ତି ଏହି ଯୋଡ଼ି...ଅବସର ନେଇ ହେଉଛି ଚର୍ଚ୍ଚା

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଯଦି ରୋହିତ ଓ କୋହଲି ଅଷ୍ଟ୍ରେଲିଆ ଗସ୍ତ ପରେ ବି ଖେଳିବାକୁ ଚାହାନ୍ତି, ତେବେ ସେମାନଙ୍କୁ ଡିସେମ୍ବରରୁ ODI ଫର୍ମାଟରେ ଅନୁଷ୍ଠିତ ହେବାକୁ ବିଜୟ ହଜାରେ ଟ୍ରଫିରେ ଖେଳିବାକୁ ପଡ଼ିବ । BCCIର ଏହି ନିୟମ ପାଇଁ ଦୁଇ ଷ୍ଟାର କ୍ରିକେଟରଙ୍କୁ ଗତ ସିଜିନ୍‌ରେ ରଣଜୀ ଟ୍ରଫି ମଧ୍ୟ ଖେଳିବାକୁ ପଡ଼ିଥିଲା ।

ଅଦ୍ୟତନ ହୋଇଛି
VIRAT KOHALI

VIRAT KOHALI

Advertisment

ଦିନିକିଆରେ ଆଉ ଦେଖିବାକୁ ମିଳିନପାରେ ରୋହିତ-କୋହଲି ଯୋଡ଼ି । ଅଷ୍ଟ୍ରେଲିଆ ଗସ୍ତ ହୋଇପାରେ ଶେଷ ଦିନିକିଆ ସିରିଜ୍‌ । ଟେଷ୍ଟ ଓ ଟି-୨୦ ପରେ ଏବେ ODIରୁ ବି ଅବସର ନେଇପାରନ୍ତି ଟିମ୍‌ ଇଣ୍ଡିଆର ଦୁଇ ଷ୍ଟାର କ୍ରିକେଟର । ୨୦୨୭ରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍‌ ପାଇଁ ବିସିସିଆଇର ଯୋଜନାରେ ନାହାନ୍ତି ବିରାଟ ଓ ରୋହିତ । କାରଣ ଆଗାମୀ ବିଶ୍ବକପ୍‌ ପାଇଁ BCCI ଏକ ଯୁବ ଟିମ୍‌ ପ୍ରସ୍ତୁତ କରିବାକୁ ଚାହୁଁଛି ।

Advertisment

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଯଦି ରୋହିତ ଓ କୋହଲି ଅଷ୍ଟ୍ରେଲିଆ ଗସ୍ତ ପରେ ବି ଖେଳିବାକୁ ଚାହାନ୍ତି, ତେବେ ସେମାନଙ୍କୁ ଡିସେମ୍ବରରୁ ODI ଫର୍ମାଟରେ ଅନୁଷ୍ଠିତ ହେବାକୁ ବିଜୟ ହଜାରେ ଟ୍ରଫିରେ ଖେଳିବାକୁ ପଡ଼ିବ । BCCIର ଏହି ନିୟମ ପାଇଁ ଦୁଇ ଷ୍ଟାର କ୍ରିକେଟରଙ୍କୁ ଗତ ସିଜିନ୍‌ରେ ରଣଜୀ ଟ୍ରଫି ମଧ୍ୟ ଖେଳିବାକୁ ପଡ଼ିଥିଲା । ତେବେ ପୁଣି କ୍ରିକେଟ ବୋର୍ଡର ଏହି କଠୋର ସର୍ତ୍ତ ପାଇଁ ରୋହିତ ଓ ବିରାଟ ଅଷ୍ଟ୍ରେଲିଆ ଟୁର୍ ପରେ ଦିନିକିଆରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

VIRAT VIRAT

ଭାରତୀୟ କ୍ରିକେଟକୁ ବିରାଟ କୋହଲି ଓ ରୋହିତ ଶର୍ମା ବହୁତ କିଛି ଦେଇଛନ୍ତି । କିନ୍ତୁ ମିଡିଆ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସ୍ଥିତିରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଦଳରୁ ଷ୍ଟାର କଲଚର୍‌କୁ ସମାପ୍ତି କରିବାକୁ ଚାହୁଁଛନ୍ତି । ଟିମ୍ ମ୍ୟାନେଜମେଣ୍ଟ ୨୦୨୭ ଦିନିକିଆ ବିଶ୍ବକପ୍‌ ପାଇଁ ଏକ ରଣନୀତି ପ୍ରସ୍ତୁତ କରୁଛି । ଯେଉଁଥିରେ ରୋହିତ ଓ କୋହଲି ଫିଟ୍ ହେଉନାହାନ୍ତି ।

Advertisment
VIRAT VIRAT

ସୂଚନା ଅନୁସାରେ, ୨୦୨୪ ଟି-୨୦ ବିଶ୍ୱକପ୍ ଜିତିବା ପରେ ବିରାଟ କୋହଲି ଏବଂ ଅଧିନାୟକ ରୋହିତ ଶର୍ମା ଟି-୨୦ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ । ଏହା ପରେ ଉଭୟ ଦିନିକିଆ ଓ ଟେଷ୍ଟରେ ଖେଳ ଜାରି ରଖିଥିଲେ । କିନ୍ତୁ ବର୍ଡର-ଗାଭାସ୍କର ଟ୍ରଫିରେ ଉଭୟଙ୍କ ଖରାପ ପ୍ରଦର୍ଶନ ପରେ ଟେଷ୍ଟ କ୍ରିକେଟରୁ ମଧ୍ୟ ସେମାନେ ଅବସର ଘୋଷଣା କରିଥିଲେ ।

VIRAT VIRAT

ବିରାଟ କୋହଲି ଏପର୍ଯ୍ୟନ୍ତ ଦେଶ ପାଇଁ ୪ଟି ଦିନିକିଆ ବିଶ୍ୱକପ୍‌ ଖେଳିଥିବା ବେଳେ ରୋହିତ ୩ଟି ବିଶ୍ବକପ ଖେଳିସାରିଛନ୍ତି । ତେବେ ଆଗାମୀ ୨୦୨୭ ବିଶ୍ବକପ୍‌ରେ ଦୁଇ ଷ୍ଟାର କ୍ରିକେଟର ଦଳରେ ରହୁଛନ୍ତି ନା ବିସିସିଆଇ ଯୁବ ଖେଳାଳିଙ୍କୁ ସୁଯୋଗ ଦେଉଛି ତାହାକୁ ଅପେକ୍ଷା କରିଛନ୍ତି ସମସ୍ତ କ୍ରିକେଟ ପ୍ରେମୀ ।

Advertisment
Virat Kohli Rohit Sharma
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ