Advertisment

ବିଜ୍ଞାପନ ସୁଟ୍‌ ବେଳେ ରାଗିଲେ ପନ୍ତ, ଭାଇରାଲ ହେଲା ଭିଡିଓ...

ଆଇପିଏଲ ୨୦୨୪ ପୂର୍ବରୁ ପନ୍ତଙ୍କ ଏକ ବିଜ୍ଞାପନ ସୁଟ୍‌ ସମୟର ଭିଡିଓ ଲିକ୍‌ ହୋଇଛି। ଯେଉଁଥିରେ ସେ ପ୍ରଡକ୍ସନ୍‌ ହାଉସ୍‌ର କ୍ରିଉ ମେମ୍ବରଙ୍କ ସହ ରାଗିକି କଥା ହେଉଥିବାର ଦେଖିବାକୁ ମିଳିଛି ।

Rishabh Pant

Rishabh Pant

Advertisment

୨୨ ମାର୍ଚ୍ଚରୁ ଆରମ୍ଭ ହେବ ଫଟାଫଟ୍‌ କ୍ରିକେଟ୍‌ର ମହାକୁମ୍ଭ ଆଇପିଏଲ। IPL ସିଜିନ୍‌-୧୭ ପାଇଁ ଘୋଷଣା ହୋଇସାରିଛି କ୍ରୀଡାସୂଚୀ। ପ୍ରଥମ ଦୁଇ ସପ୍ତାହ ପାଇଁ ଘୋଷଣା ହୋଇଛି ସିଡ୍ୟୁଲ୍‌। ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ପ୍ରଥମ ମ୍ୟାଚ୍‌। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସବୁ ଫ୍ରାଞ୍ଚାଇଜ୍‌ ଜୋରସୋରରେ ପ୍ରସ୍ତୁତି ଜାରି ରଖିଛନ୍ତି। ତେବେ ଏହାରି ମଧ୍ୟରେ ଋଷଭ ପନ୍ତଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

Advertisment

ଆଇପିଏଲ ପୂର୍ବରୁ ଋଷଭ ପନ୍ତଙ୍କ କମ୍‌ବ୍ୟାକ୍‌କୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ଚର୍ଚ୍ଚ ଜାରି ରହିଛି। କେଉଁ ରୋଲରେ ପନ୍ତ ଫେରିବେ ତାହାକୁ ନେଇ ଏବେ ଚର୍ଚ୍ଚା। ତେବେ ଆଇପିଏଲ ୨୦୨୪ ପୂର୍ବରୁ ପନ୍ତଙ୍କ ଏକ ବିଜ୍ଞାପନ ସୁଟ୍‌ ସମୟର ଭିଡିଓ ଲିକ୍‌ ହୋଇଛି। ଯେଉଁଥିରେ ସେ ପ୍ରଡକ୍ସନ୍‌ ହାଉସ୍‌ର କ୍ରିଉ ମେମ୍ବରଙ୍କ ସହ ରାଗିକି କଥା ହେଉଥିବାର ଦେଖିବାକୁ ମିଳିଛି ।

Advertisment

ଭାଇରାଲ ହେଉଥିବା ଏହି ଭିଡିଓରେ ପନ୍ତ କହୁଛନ୍ତି କି, ‘ଆପଣ ଏହା କିପରି କହୁଛ ? ତୁମେ ମୋତେ କେବେ ଭାବପ୍ରବଣ ହୋଇଥିବାର ଦେଖିଛ କି ? ଏହି ସ୍କ୍ରିପ୍ଟ ପରିବର୍ତ୍ତନ କରନ୍ତୁ’। ଆଗକୁ ସେ ଆହୁରି କହୁଛନ୍ତି କି, ତୁମେ ମୋତେ କେବେ କାନ୍ଦୁଥିବାର ଦେଖିଛ କି ? ଫ୍ୟାନ୍ସମାନେ କ’ଣ ଭାବିବେ ?’ ଏହି ଭିଡିଓରେ ପନ୍ତଙ୍କ ସାମ୍ନାରେ ଥିବା ବ୍ୟକ୍ତି ପନ୍ତଙ୍କୁ ସ୍କ୍ରିପ୍ଟ ବୁଝାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସେ ଏପରି କରିବାକୁ ପ୍ରସ୍ତୁତ ନୁହଁନ୍ତି। ଆପଣ ଡାଇରେକ୍ଟରଙ୍କ ସହ କଥା ହୋଇଯାଆନ୍ତୁ ବୋଲି ପନ୍ତ ସେହି ବ୍ୟକ୍ତିଙ୍କୁ କହୁଥିବାର ଦେଖିବାକୁ ମିଳିଛି। ବାସ୍ତବରେ ଏହି ଭିଡିଓ ଲିକ୍‌ ହୋଇଛି ନା ଏହା ସ୍କ୍ରିପ୍ଟ୍ ତାହା ସ୍ପଷ୍ଟ ହୋଇନାହିଁ।

ସୂଚନା ଅନୁସାରେ ଆଇପିଏଲ ପାଇଁ ଷ୍ଟାର ସ୍ପୋର୍ଟ୍ସ ପକ୍ଷରୁ ଏକ ବିଜ୍ଞାପନ ସୁଟ୍‌ କରାଯାଉଥିଲା। ଏଥିପାଇଁ ଖେଳାଳିମାନେ ଅଭିନୟ କରୁଥିଲେ। ଏକ ଆକ୍ଟ ପାଇଁ ଷ୍ଟାର କ୍ରିକେଟର ଋଷଭ ପନ୍ତଙ୍କୁ କାନ୍ଦିବାର ଅଭିନୟ କରିବାକୁ ଥିଲା। ସ୍କ୍ରିପ୍ଟ ଅନୁସାରେ ଆକ୍ଟର ଇମୋସନାଲ ଦେଖାଯିବାର ଥିଲା। ତେବେ ଏହି ସ୍କ୍ରିପ୍ଟ ପଢ଼ିବା ପରେ ପନ୍ତ କହିଥିଲେ କି ସେ କାନ୍ଦି ପାରିବେ ନାହିଁ। ଏହା ସହ ଏହି ସ୍କ୍ରିପ୍ଟ ପରିବର୍ତ୍ତନ କରିବାକୁ ସେ କ୍ରିଉ ମେମ୍ବରଙ୍କୁ କହିଥିଲେ।

Advertisment
IPL Rishabh Pant Star Sports
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ