• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିସ୍ଫୋରକ ଅନ୍ଦାଜରେ ବ୍ୟାଟିଂ କରି ସବୁବେଳେ ଚର୍ଚ୍ଚାରେ ଟିମ୍‌ ଇଣ୍ତିଆର ଯୁବ କ୍ରିକେଟର ରିଙ୍କୁ ସିଂ । ସେ ଆଇପିଏଲ୍‌ ହେଉ ବା ଆନ୍ତର୍ଜାତୀୟ କ୍ରିକେଟ୍‌ ସବୁଠି ନିଜ ଜଲୱା ଦେଖାଉଛନ୍ତି ରିଙ୍କୁ । କେତେବେଳେ ଶେଷ ଓଭର୍‌ରେ ୫ଟି ଛକା ମାରି ମ୍ୟାଚ୍‌ ଜିତାଉଛନ୍ତି ତ କେବେ ଛକା ମାରି ପ୍ରେସ୍‌ ବକ୍ସର କାଚ ଭାଙ୍ଗୁଛନ୍ତି । ଏହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଦକ୍ଷିଣ ଆଫ୍ରିକା ଗସ୍ତର ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ରିଙ୍କୁ ସିଂ । ଏହା ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ । ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ଆକାଶଛୁଆଁ ଛକା ମାରି ଏବେ ଚର୍ଚ୍ଚାରେ ରିଙ୍କୁ । ଲଗାତାର ଦୁଇଟି ଛକା ମାରି ଷ୍ଟାଡିୟମ ପ୍ରେସ୍‌ ବକ୍ସର କାଚ ଭାଙ୍ଗିଦେଇଛନ୍ତି ରିଙ୍କୁ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଆରମ୍ଭରୁ ୨ଟି ୱିକେଟ ହରାଇ ସଂକଟରେ ପଡ଼ିଥିଲା । ଯଶସ୍ୱୀ ଜୟସ୍ୱାଲ ଓ ଶୁଭମନ ଗିଲ୍ ଖାତା ଖୋଲିପାରିନଥିଲେ । ତେବେ ତିଳକ ବର୍ମା ଓ ସୂର୍ଯ୍ୟକୁମାର ଯାଦବ ସତର୍କତାର ସହ ବ୍ୟାଟିଂ କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ବର୍ମା ଆଉଟ ହେବା ପରେ ଆସିଥିବା ରିଙ୍କୁ ସିଂ ବିସ୍ଫୋରକ ବ୍ୟାଟିଂର ପ୍ରଦର୍ଶନ କରି ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ ।

ରିଙ୍କୁ ଅପରାଜିତ ୬୮ ରନ କରିଥିବାବେଳେ ସୂର୍ଯ୍ୟକୁମାର ୫୬ ରନ କରିଥିଲେ । ରବୀନ୍ଦ୍ର ଜାଦେଜା ୧୯ ରନ କରିଥିଲେ । ତେବେ ୧୯.୩ ଓଭରରେ ବର୍ଷା ହେବାରୁ ଖେଳ ଅଟକି ଯାଇଥିଲା । ସେତେବେଳେ ରିଙ୍କୁ ୬୮ ରନ ଓ ମହମ୍ମଦ ସିରାଜ ୦ ରନ କରି କ୍ରିଜରେ ଥିଲେ ।