/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703612547.jpg)
Vinesh Phogat
ଖେଳରତ୍ନ ଏବଂ ଅର୍ଜୁନ ପୁରସ୍କାର ଫେରାଇଲେ ରେସଲର ଭିନେଶ ଫୋଗତ। ସୋସିଆଲ ମିଡିଆ ଏକ୍ସରେ ଏ ସମ୍ପର୍କିତ ଏକ ଚିଠି ପୋଷ୍ଟ କରି ପୁରସ୍କାର ଫେରାଇଥିବା କଥା ଘୋଷଣା କରିଛନ୍ତି ଭିନେଶ। ଅଲମ୍ପିକ୍ ମେଡାଲିଷ୍ଟ ବଜରଙ୍ଗ ପୁନିଆ ଏବଂ ବିରେନ୍ଦର ସିଂ ଯାଦବ ପଦ୍ମଶ୍ରୀ ଫେରାଇବା ପରେ ତୃତୀୟ ରେସଲର ଭାବେ ଭିନେଶ ପୁରସ୍କାର ଫେରାଇଛନ୍ତି।
ଭାରତୀୟ କୁସ୍ତି ମହାସଂଘର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ସଂଜୟ ସିଂ ବିବାଦୀୟ ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ଖୁବ୍ ପାଖଲୋକ। ତେଣୁ ସଞ୍ଜୟଙ୍କୁ ବ୍ରିଜଭୂଷଣଙ୍କ ପ୍ରକ୍ସି ବୋଲି କହି, ପ୍ରତିବାଦ କରିଛନ୍ତି ଭିନେଶ। ସଂଜୟଙ୍କୁ ବିରୋଧ କରି ପୂର୍ବରୁ ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ସାକ୍ଷୀ ମଲ୍ଲିକ ରେସଲିଂରୁ ଅବସର ନେଇସାରିଛନ୍ତି। ଖେଳାଳିଙ୍କ ବିରୋଧ ଯୋଗୁଁ ନିକଟରେ ନବ ନିର୍ବାଚିତ ଭାରତୀୟ କୁସ୍ତି ମହାସଂଘକୁ ସସପେଣ୍ଡ କରିଥିଲା କ୍ରୀଡା ମନ୍ତ୍ରାଳୟ। ଏଥିସହ ନୂଆ ଆଡହକ୍ କମିଟି ଗଠନ ପାଇଁ ଭାରତୀୟ ଅଲିମ୍ପିକ ସଂଘକୁ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖାଯାଇଛି। ଏହାପରେ ବି ରେସଲରଙ୍କ ପ୍ରତିବାଦ ଜାରି ରହିଛି।
मैं अपना मेजर ध्यानचंद खेल रत्न और अर्जुन अवार्ड वापस कर रही हूँ।
इस हालत में पहुँचाने के लिए ताकतवर का बहुत बहुत धन्यवाद 🙏 pic.twitter.com/KlhJzDPu9D
— Vinesh Phogat (@Phogat_Vinesh) December 26, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)