Advertisment

WPL-2024: ଦିଲ୍ଲୀକୁ ୮ ୱିକେଟରେ ହରାଇ ଟ୍ରଫି ଜିତିଲା ବାଙ୍ଗାଲୋର

ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ପ୍ରଥମ ଥର ମହିଳା ପ୍ରିମିୟର ଲିଗ୍‌ର ଟାଇଟଲ୍ ଜିତିଲା ବାଙ୍ଗାଲୋର।

ଅଦ୍ୟତନ ହୋଇଛି
RCB Win Their First WPL Title

RCB

Advertisment

WPL ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ପ୍ରଥମ ଥର ମହିଳା ପ୍ରିମିୟର ଲିଗ୍‌ର ଟାଇଟଲ୍ ଜିତିଲା ବାଙ୍ଗାଲୋର। ଲୋ ସ୍କୋରିଂ ଫାଇନାଲ ମ୍ୟାଚରେ ଦିଲ୍ଲୀକୁ ୮ ୱିକେଟରେ ପରାସ୍ତ WPL-2024 ଟ୍ରଫି ନିଜ ନାମରେ କରିଛି ବାଙ୍ଗାଲୋର। ଏଥି ସହିତ ଲଗାତର ଦୁଇଟି ସିଜିନ୍‌ରେ ଫାଇନାଲରେ ପରାଜୟର ସ୍ୱାଦ ଚାଖିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମ ସଂସ୍କରଣରେ ଦିଲ୍ଲୀ ମୁମ୍ବାଇ ଇଣ୍ଡିଆନ୍ସଠାରୁ ପରାଜୟ ବରଣ କରିଥିବା ବେଳେ ଚଳିତ ସିଜିନ୍‌ରେ ବାଙ୍ଗାଲୋରଠାରୁ ହାରିଛି। ସେପଟେ WPLର ପ୍ରଥମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ଟାଇଟଲ୍‌ ନିଜ ନାମରେ କରିଥିବା ବେଳେ ଦ୍ୱିତୀୟ ସଂସ୍କରଣରେ ଚମ୍ପିଆନ୍‌ ହୋଇଛି ଆରସିବି।

Advertisment

ଅଧିକ ପଢ଼ନ୍ତୁ: ଯେ କୌଣସି ସ୍ଥିତିରେ ବିରାଟଙ୍କୁ ଟି-୨୦ ବିଶ୍ୱକପ୍‌ ଦଳରେ ଚାହାନ୍ତି ରୋହିତ: କିର୍ତ୍ତୀ ଆଜାଦ

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ। ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା ଦିଲ୍ଲୀ। ଦିଲ୍ଲୀ ପକ୍ଷରୁ ଦୁଇ ଓପନର ଧୁଆଁଧାର ଆରମ୍ଭ କରିଥିଲେ। ଦଳର ସ୍କୋର ୬୪ ରନ୍‌ ଥିବା ଦିଲ୍ଲୀର ପ୍ରଥମ ୱିକେଟ ପଡ଼ିଥିଲା। ଶେଫାଳୀ ବର୍ମା ୪୪ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲା। ଏହାପରେ ଆରସିବି ବୋଲିଂ ଲାଇନ୍‌ ସାମ୍ନାରେ କୌଣସି ବ୍ୟାଟ୍ସମ୍ୟାନ୍‌ ଅଧିକ ସମୟ ତିଷ୍ଠି ପାରିନଥିଲେ। ମାତ୍ର ୧୧୩ ରନ୍‌ କରି ଶେଷରେ ଅଲଆଉଟ ହୋଇଥିଲା ଦିଲ୍ଲୀ। ଦିଲ୍ଲୀ ପକ୍ଷରୁ ଶେଫାଳୀ ବର୍ମା ୪୪ ରନ୍‌ କରିଥିବାବେଳେ ଅଧିନାୟକ ଲାନିଂ ୨୩ ରନ୍‌ କରିଥିଲେ। ଆରସିବି ପକ୍ଷରୁ ଶ୍ରେୟଙ୍କା ପାଟିଲ ୪ଟି ୱିକେଟ ଅକ୍ତିଆର କରିଥିଳେ।

Advertisment

ଅନ୍ୟପଟେ ୧୧୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବାଙ୍ଗାଲୋର ଏହି ଟାର୍ଗେଟକୁ ୮ ୱିକେଟରେ ହାସଲ କରିନେଇଥିଲା। ଆଉ ବଲ୍‌ ବାକି ଥାଇ ଏହି ଟାର୍ଗେଟରେ ପହଞ୍ଚିଥିଲା ବାଙ୍ଗାଲୋର। ଆରସିବି ପକ୍ଷରୁ ଇଲିସ୍‌ ପେରୀ ସର୍ବାଧିକ ୩୫ ରନ୍‌ କରିଥିବା ବେଳେ ସୋଫିଆ ଡେଭିନ୍‌ ୩୨ ଓ ଅଧିନାୟକ ସ୍ମ୍ରିତି ମାନ୍ଧନା ୩୧ ରନ୍‌ କରିଥିଲେ। 

RCB Royal Challengers Bangalore Smriti Mandhana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ