ଅଶ୍ୱିନୀଙ୍କ ରେକର୍ଡ ! ମିଳିଲା ୫୦୦ ସ୍ୱର୍ଣ୍ଣମୁଦ୍ରା ସହ ସେନ୍‌ଗଲ ଆଉ ସ୍ୱତନ୍ତ୍ର ବ୍ଲେଜର

ଫ୍ୟାନ୍‌ ଫଲୋଅର୍ସ ମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ରହିଛି । ଆଉ ତାହା ହେଲା, ଆଶ୍ୱିନୀଙ୍କୁ ମିଳିଛି ଏକ ବଡ଼ ଉପହାର ।

R Ashwini

ଆର୍‌ ଅଶ୍ୱିନୀ ବା ରବି ଚନ୍ଦ୍ରନ୍ ଅଶ୍ୱିନୀ । ଏହି ନାଁ ଏବେ କେବଳ ଭାରତୀୟ କ୍ରିକେଟ୍ ଜଗତରେ ନୁହେଁ ବରଂ ସାରା ବିଶ୍ୱରେ ପରିଚିତ । ଜଣେ ଦୁର୍ଦଶ ବୋଲର ଭାବେ ଏବେ ସାରା ବିଶ୍ୱରେ ଅଶ୍ୱିନୀଙ୍କ ପରିଚୟ ରହିଛି । ବିଶ୍ୱର କୋଣ ଅନୁକୋଣରେ ଅଶ୍ୱିନୀଙ୍କ ଫ୍ୟାନ୍‌ ଫଲୋଅର୍ସ ରହିଛନ୍ତି । ତେବେ ସେହି ଫ୍ୟାନ୍‌ ଫଲୋଅର୍ସ ମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ରହିଛି । ଆଉ ତାହା ହେଲା, ଆଶ୍ୱିନୀଙ୍କୁ ମିଳିଛି ଏକ ବଡ଼ ଉପହାର ।

ଟେଷ୍ଟ କ୍ୟାରିୟରରେ ୫୦୦ ୱିକେଟ୍ କ୍ଲବ୍‌ରେ ସାମିଲ ହେବା ପରେ TNCA ପକ୍ଷରୁ ଅଶ୍ୱିନୀଙ୍କୁ ଉପହାର ଦିଆଯାଇଛି । ଏକ ମଞ୍ଚରେ ଅଶ୍ୱିନୀଙ୍କୁ ସମ୍ମାନିତ କରାଯିବ ସହ ତାଙ୍କୁ ୫୦୦ଟି ସ୍ୱର୍ଣ୍ଣ ମୁଦ୍ରା ଉପହାର ଦିଆଯାଇଛି । ଏହାସହ ତାଙ୍କୁ ସଂସ୍ଥା ପକ୍ଷରୁ ଏକ କୋଟି ଟଙ୍କାର ଚେକ୍‌ ମଧ୍ୟ ଦିଆଯାଇଛି ।

 

ଗତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଅଶ୍ୱିନୀ ଉତ୍ତମ ପ୍ରଦର୍ଶନ କରିବା ସହ ୫୦୦ ୱିକେଟ୍‌ ହାସଲ କରି ଏକ ରେକର୍ଡ କରିଛନ୍ତି । ଧର୍ମଶାଳାରେ ଖେଳାଯାଇଥିଲା ଏହି ଟେଷ୍ଟ ମ୍ୟାଚ୍‌ । ଏହା ଅଶ୍ୱିନୀଙ୍କ ୧୦୦ ତମ ମ୍ୟାଚ୍‌ ରହିଥିଲା ।

ତେବେ ଏହି ସବୁ ବିରଳ ରେକର୍ଡର ଅଧିକାରୀ ହେବା ଫଳରେ ତାମିଲନାଡ଼ୁ କ୍ରିକେଟ ଆସୋସିଏସନ୍‌ ପକ୍ଷରୁ ଅଶ୍ୱିନୀଙ୍କୁ ୫୦୦ ସ୍ୱର୍ଣ୍ଣ ମୁଦ୍ରା ସହ ଏକ ସେନ୍‌ଗଲ ଓ ସ୍ୱତନ୍ତ୍ର ଧରଣର ବ୍ଲେଜର ପ୍ରସ୍ତୁତ କରି ତାଙ୍କୁ ଉପହାର ଦେଇ ସମ୍ମାନିତ କରାଯାଇଛି । ଏହା ସହ ଏକ କୋଟି ଟଙ୍କାର ଚେକ୍‌ ମଧ୍ୟ ଦିଆଯାଇଛି ।