Advertisment

ଟ୍ରେଣ୍ଡରେ ରାହୁଲ ଦ୍ରାବିଡ, ସବୁ ଦଳକୁ ସତର୍କବାଣୀ ଦେଲେ ବରିଷ୍ଟ ଇଂଲିସ କ୍ରିକେଟର

ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ହେବା ନେଇ ଖବର ପ୍ରକାଶ ପରେ ପୁରା କ୍ରିକେଟ୍‌ ଜଗତରେ ହଇଚଇ ସୃଷ୍ଟି ହୋଇଛି । ସୂଚନା ରହିଛି ଯେ, ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପରେ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ଗ୍ରହଣ କରିବେ ।

ଅଦ୍ୟତନ ହୋଇଛି
Rahul Dravid

Rahul Dravid

Advertisment

ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ହେବା ନେଇ ଖବର ପ୍ରକାଶ ପରେ ପୁରା କ୍ରିକେଟ୍‌ ଜଗତରେ ହଇଚଇ ସୃଷ୍ଟି ହୋଇଛି । ସୂଚନା ରହିଛି ଯେ, ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପରେ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ଗ୍ରହଣ କରିବେ । ତାଙ୍କର ପ୍ରଥମ ବଡ଼ ମିଶନ ହେଉଛି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏକ ଘରୋଇ ସିରିଜ୍‌ । ଯଦିଓ ବିସିସିଆଇ ପକ୍ଷରୁ ଏନେଇ କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ । କିନ୍ତୁ ଇଲଣ୍ଡର ପୂର୍ବତନ ଅଧିନାୟକ ମାଇକଲ ୱାନ୍‌ ଅନ୍ୟ ଦେଶମାନଙ୍କୁ ଏବେଠୁ ଚେତାବନୀ ଦେଇ ସାରିଲେଣି ।

Advertisment

ୱାନ୍‌ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ଯଦି ରାହୁଲ ଦ୍ରାବିଡ ଟିମ୍ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ ହେବା ଖବର ସତ, ତେବେ ଅନ୍ୟ ଦେଶମାନେ ଏବେଠୁ ସାବଧାନ ହୋଇଯିବା ଆବଶ୍ୟକ । ୱାନ୍‌ଙ୍କ ବ୍ୟତୀତ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ୱସିମ୍‌ ଜାଫର୍‌ ମଧ୍ୟ ଦ୍ରାବିଡଙ୍କ କୋଚ୍‌ ହେବା ନେଇ ମଜାଦାର ଟ୍ୱିଟ୍‌ କରିଛନ୍ତି । ଦ୍ରାବିଡଙ୍କ କୋଚ୍‌ ହେବାର ସମସ୍ତ ଶ୍ରେୟ ସେ ସର୍ଦୁଲ ଠାକୁରଙ୍କୁ ଦେଇଛନ୍ତି ।

Advertisment

ଜାଫର ଲେଖିଛନ୍ତି ଯେ, କାଲି ଯାଏଁ ମିଡିଆରେ ଖବର ଆସୁଥିଲା ଯେ, ରାହୁଲ ଦ୍ରାବିଡ ନ୍ୟାସନାଲ କ୍ରିକେଟ୍‌ ଏକାଡେମିରେ ହିଁ ରହିବେ, କିନ୍ତୁ ଆଜି ସକାଳୁ ଏହି ବ୍ରେକିଂ ନ୍ୟୁଜ୍‌ ଆସିଲା ଯେ ରାହୁଲ ଦ୍ରାବିଡ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ କୋଚ ହେବେ । ତେବେ ଗୋଟିଏ ରାତିରେ ଏମିତି କ’ଣ ଘଟିଲା ? ମୁଁ ଭାବୁଛି ଲର୍ଡ ଶାର୍ଦୁଲ ନିଜ ଜନ୍ମ ଦିନରେ ଏହି ପ୍ରାର୍ଥନା କରିଥିଲେ କି ରାହୁଲ ଦ୍ରାବିଡଙ୍କଠାରୁ ସେ କୋଚିଂ ନେବେ । ବୋଧ ହୁଏ ଭଗବାନ ତାଙ୍କର ଇଚ୍ଛା ପୁରଣ କଲେ ଓ ରାହୁଲଙ୍କୁ କୋଚ୍‌ ଭାବେ ନିଯୁକ୍ତ କରିବେ ବୋଲି ସ୍ଥିର କଲେ ।

Advertisment

ଦ୍ରାବିଡ୍‌ ୨୦୨୩ ବିଶ୍ୱକପ୍‌ ପର୍ଯ୍ୟନ୍ତ କୋଚ୍‌ ରହିବେ । ଏହାପୂର୍ବରୁ ଶନିବାର ସକାଳେ ଖବର ଆସିଲା ଯେ, ରହୁଲ ଦ୍ରାବିଡ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଦାୟିତ୍ୱ ତୁଲାଇବା ପାଇଁ ସହମତି ପ୍ରକାଶ କରିଛନ୍ତି । ଶୁକ୍ରବାର ଆଇପିଏଲ୍‌ ଫାଇନାଲ୍‌ ମ୍ୟାଚ୍‌ ଚାଲିଥିବା ବେଳେ ସେ ନିଜର ସହମତି ଜଣାଇଥିଲେ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାହୁଲ ଦ୍ରାବିଡ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଶେଷ ହେବା ପରେ ଏହି ନୂଆ ଦାୟିତ୍ୱ ଗ୍ରହଣ କରିବେ ।

ସୂଚନାଯୋଗ୍ୟ, ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସଚିବ ଜୟ ଶାହଙ୍କ ସହ ବୈଠକ ପରେ ରାହୁଲ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱ ତୁଲାଇବେ ବୋଲି ଖବର ସାମ୍ନାକୁ ଆସିଲା । ଏହି ଦୁଇ ଜଣ ଦ୍ରାବିଡ୍‌ଙ୍କୁ କୋଚ୍‌ ଦାୟିତ୍ୱ ସମ୍ଭାଳିବା ପାଇଁ ନିବେଦନ କରିଥିଲେ । ପୂର୍ବରୁ ଦ୍ରାବିଡ କୋଚ ହେବା ପାଇଁ ମନା କରୁଥିଲେ କିନ୍ତୁ ପରେ ରାଜି ହୋଇଥିଲେ ।

ଦ୍ରାବିଡଙ୍କୁ ୧୦ କୋଟି ଟଙ୍କା ମିଳିବ

ରିପୋର୍ଟ ଅନୁସାରେ ଭାରତୀୟ ଟିମ୍‌ ସହ ଦ୍ରାବିଡ୍‌ଙ୍କ ସମ୍ପର୍କ ୨୦୨୩ ପର୍ଯ୍ୟନ୍ତ ରହିବ । ଦୁଇ ବର୍ଷର ତାଙ୍କର ଫିସ୍‌ ୧୦ କୋଟି ଟଙ୍କା ଦିଆଯିବ । କିନ୍ତୁ ଏବେ ସୁଦ୍ଧା ଏନେଇ ବିସିସିଆଇ ପକ୍ଷରୁ କୌଣସି ବିଦ୍ଧିବଦ୍ଧ ଘୋଷଣା ହୋଇନାହିଁ ।

BCCI Indian Cricket Team Rahul Dravid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ