Advertisment

ରାଫେଲ ନାଦାଲଙ୍କ ସର୍ବାଧିକ ୧୪ଟି ଫ୍ରେଞ୍ଚ ଓପନ ଜିତିବାର ରେକର୍ଡ

ଫାଇନାଲରେ କାସ୍‌ପର୍‌ ରୁଡ୍‌ଙ୍କୁ ହରାଇ ହାତେଇଲେ ଚତୁର୍ଦ୍ଦଶ ଫ୍ରେଞ୍ଚ ଓପନ୍ ଟାଇଟଲ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Rafael Nadal

Rafael Nadal

ରାଫେଲ ନାଦାଲଙ୍କ ରେକର୍ଡ । ହାସଲ କଲେ ଚତୁର୍ଦ୍ଦଶ ଫ୍ରେଞ୍ଚ ଓପନ୍ ଟାଇଟଲ । ଫାଇନାଲରେ ସେ କାସ୍‌ପର୍‌ ରୁଡ୍‌ଙ୍କୁ ସିଧାସଳଖ ୬-୩, ୬-୩, ୬-୦ ସେଟ୍‌ରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି । ଏଥିପାଇଁ ତାଙ୍କୁ ଲାଗିଥିଲା ୨ ଘଣ୍ଟା ୧୮ ମିନିଟ୍ ।

Advertisment

ନାଦାଲ ସର୍ବାଧିକ ୧୪ଟି ଫ୍ରେଞ୍ଚ ଓପନ ଜିତିବାର ରେକର୍ଡ ମଧ୍ୟ କରିଛନ୍ତି । ଏଥିପାଇଁ ତାଙ୍କୁ କ୍ଲେ କୋର୍ଟ କିଙ୍ଗ୍ କୁହାଯାଏ । ପୁରୁଷ ଟେନିସ ଖେଳାଳି ଭାବେ ସର୍ବାଧିକ ୨୨ଟି ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ କରିଛନ୍ତି ନାଦାଲ । ୨୦୦୫ରେ ପ୍ରଥମ ଥର ପାଇଁ ୧୯ ବର୍ଷ ବୟସରେ ଫ୍ରେଞ୍ଚ ଓପନ ଜିତିଥିଲେ ନାଦାଲ । ଏହା ସହିତ ସେ ୪ଟି ଆମେରିକାନ ଓପନ୍, ୨ଟି ଅଷ୍ଟ୍ରେଲିଆନ ଓପନ, ୨ଟି ୱିମ୍ବଲଡନ ଟାଇଟଲ ହାସଲ କରିଛନ୍ତି ।

ଟ୍ରଫି ଉପସ୍ଥାପନା ସମୟରେ ନାଦାଲ କହିଛନ୍ତି ଯେ, ମୁଁ କଦାପି ବିଶ୍ୱାସ କରି ନଥିଲି ଯେ ମୁଁ ୩୬ ବର୍ଷ ବୟସରେ ପୁନର୍ବାର ପ୍ରତିଯୋଗୀତାରେ ଭାଗ ନେବି ଏବଂ ଫାଇନାଲରେ ମୋ କ୍ୟାରିୟରର ଗୁରୁତ୍ୱପୂର୍ଣ୍ଣ କୋର୍ଟରେ ଖେଳିବି।

Advertisment
Rafael Nadal French Open Final
Advertisment
Advertisment