Advertisment

ଫିଡେ ବିଶ୍ୱକପ୍ ସତରଞ୍ଜ ଚାମ୍ପିଅନସିପ୍, ନରୱେର ମାଗ୍ନସ୍ କାର୍ଲସେନ୍ ବିଶ୍ୱ ଚେସ୍ ଚାମ୍ପିଅନ୍

ଚାମ୍ପିଅନ୍ ହୋଇଥିବା କାର୍ଲସେନଙ୍କୁ ୧ ଲକ୍ଷ ୧୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶି ମିଳିଛି।

ଅଦ୍ୟତନ ହୋଇଛି
Chess Champion

Chess Champion

Advertisment

ନରୱେର ମାଗ୍ନସ୍ କାର୍ଲସେନ୍ ହୋଇଛନ୍ତି ଫିଡେ ବିଶ୍ବ କପ୍ ଚେସ୍ ଚାମ୍ପିଅନ। ରନର୍ସଅପରେ ସନ୍ତୁଷ୍ଟ ରହିଛନ୍ତି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନାନନ୍ଦ। ୧୮ ବର୍ଷୀୟ ପ୍ରଜ୍ଞାନାନନ୍ଦ ବିଶ୍ୱର ନମ୍ବର ୱାନ୍ କାର୍ଲସେନଙ୍କଠାରୁ ହାରିଛନ୍ତି ସତ, କିନ୍ତୁ ବିଚକ୍ଷଣ ପ୍ରତିଭାର ଅଧିକାରୀ ପ୍ରଜ୍ଞାନାନନ୍ଦ, କାର୍ଲସେନଙ୍କୁ ଆଜି ଟାଇବ୍ରେକରରେ କଡ଼ା ଟକ୍କର ଦେଇଥିଲେ। ଟାଇବ୍ରେକରରେ ହୋଇଛି ମ୍ୟାଚର ଫଇସଲା। 

Advertisment

ମଙ୍ଗଳବାର ଠାରୁ ଉଭୟଙ୍କ ମଧ୍ୟରେ ଫାଇନାଲ ଲଢ଼େଇ ଆରମ୍ଭ ହୋଇଥିଲା। ପ୍ରଥମ ଦୁଇ କ୍ଲାସିକାଲ ଗେମ୍‌କୁ ଡ୍ର ରଖିବାରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍‌. ପ୍ରଜ୍ଞାନାନନ୍ଦ ସମର୍ଥ ହୋଇଥିଲେ। ଦୁଇଟି ଲଢ଼େଇ ଡ୍ର ରହିବାରୁ ଆଜି ଟ୍ରାଏ ବ୍ରେକରରେ ଫଳାଫଳ ନିର୍ଣ୍ଣୟ କରାଯାଇଥିଲା। ଚାମ୍ପିଅନ୍ ହୋଇଥିବା କାର୍ଲସେନଙ୍କୁ ୧ ଲକ୍ଷ ୧୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶି ମିଳିଛି। 

୩୨ ବର୍ଷୀୟ କାର୍ଲସେନ ପ୍ରଥମଥର ପାଇଁ ବିଶ୍ୱକପ ଜିତି ସମସ୍ତଙ୍କୁ ନିଜର ଦକ୍ଷତା ପ୍ରଦର୍ଶିତ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କାର୍ଲସେନ ଫୁଡ ପଏଜନିଂରେ ଆକ୍ରାନ୍ତ ଥାଇ ମଧ୍ୟ ମ୍ୟାଚ୍‌ ଖେଳିଥିଲେ। ଏଥିସହ ଚେସ୍‌ର ଜାଏଣ୍ଟ କିଲର ଭାବେ ପରିଚିତ ପ୍ରଜ୍ଞାନାନନ୍ଦଙ୍କୁ ହରାଇବାକୁ ସକ୍ଷମ ହୋଇଥିଲେ।

Advertisment

ଅନ୍ୟପକ୍ଷରେ ପ୍ରଜ୍ଞାନାନନ୍ଦ ରୌପ୍ୟ ପଦକ ହାସଲ କରିବା ସହ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟରେ ନିଜର ସ୍ଥାନ ପକ୍କା କରିଛନ୍ତି। ସେ ଦ୍ୱିତୀୟ ଭାରତୀୟ ଭାବେ ଏପରି ସଫଳତା ହାସଲ କରିଛନ୍ତି । 

ଚେନ୍ନାଇରେ ଜନ୍ମିତ ୧୮ ବର୍ଷୀୟ ପ୍ରଜ୍ଞାନାନନ୍ଦ ଫାଇନାଲ ମ୍ୟାଚ୍‌ ହାରି ଯାଇଛନ୍ତି ସତ, କିନ୍ତୁ ଭାରତୀୟ ଚେସ୍‌ ଇତିହାସରେ ସେ ନିଜର ଦବଦବା ଦେଖାଇବାକୁ ସକ୍ଷମ ହୋଇଛନ୍ତି। ବିଶ୍ୱନାଥ ଆନନ୍ଦଙ୍କ ପରେ ପ୍ରଜ୍ଞାନାନନ୍ଦ ଦ୍ୱିତୀୟ ଭାରତୀୟ ଭାବେ ବିଶ୍ୱକପ ଫାଇନାଲରେ ପ୍ରବେଶ କରିବାର ରେକର୍ଡ କରିଥିଲେ। ସୋମବାର ବିଶ୍ୱର ୩ ନମ୍ବର ଖେଳାଳି ଫାବିଆନୋ କାରୁଆନାଙ୍କ ବିପକ୍ଷରେ ୩.୫-୨.୫ରେ ଚମକପ୍ରଦ ବିଜୟ ହାସଲ କରି ପ୍ରଜ୍ଞାନାନନ୍ଦ ଫାଇନାଲରେ ପ୍ରବେଶ କରିଥିଲେ।

Advertisment
Chess
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ