• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ପଂଜାବ ଖେଳାଳିଙ୍କ ଲାଗି ପରଟା ବେଲିଲେ ପ୍ରୀତି ଜିଣ୍ଟା

  • ଗୋଟିଏ କି ଦୁଇଟି ନୁହେଁ

  • ଏକା ସାଙ୍ଗରେ ବେଲିଥିଲେ ୧୨୦ ପରଟା

ଏବେ ଚାଲିଛି ଆଇପିଏଲ ମହାକୁମ୍ଭ । ଛକଛକରେ, ଗାଁ ଗାଁରେ, ଘରେ ଘରେ ସମସ୍ତେ ଖେଳ ଦେଖିବାରେ ବ୍ୟସ୍ତ । ଆଉ ଏତିକିବେଳେ ପଂଜାବ କିଙ୍ଗ୍ସକୁ ନେଇ ଯେଉଁ ଖବର ସାମ୍ନାକୁ ଆସିଛି ତାକୁ ନେଇ ଭାରି ଚର୍ଚ୍ଚା । କାରଣ ଦଳର ମାଲିକାଣୀ ତଥା ବଲିଉଡ୍‌ ନାୟିକା ପ୍ରୀତି ଜିଣ୍ଟା ନିଜ ଦଳର ଖେଳାଳିଙ୍କ ଲାଗି ୧୨୦ ପରଟା ପ୍ରସ୍ତୁତ କରିଥିଲେ । ଯାହା ଜଣାପଡିବା ପରେ ପ୍ରୀତିଙ୍କୁ ନେଇ ବଢିଛି ଚର୍ଚ୍ଚା ।

କେବଳ ବର୍ତ୍ତମାନ ନୁହେଁ ବରଂ ବହୁପୂର୍ବରୁ ପ୍ରୀତି ଜିଣ୍ଟା ନିଜ ଦଳର ଖେଳାଳିଙ୍କ ମନୋବଳ ବଢ଼ାଇବା ଲାଗି ତତ୍ପର ଥାଆନ୍ତି । ଖେଳାଳିଙ୍କୁ ଅଧିକ ଉତ୍ସାହିତ କରିବା ଲାଗି ପଞ୍ଜାବର ପ୍ରତି ମ୍ୟାଚ୍‌ରେ ସେ ଷ୍ଟାଡିୟମରେ ଉପସ୍ଥିତ ରୁହନ୍ତି । ଆଉ ଏତିକି ବେଳେ ଖେଳାଳିଙ୍କ ଲାଗି ସେ ଯେଉଁ ଉଦ୍ୟମ କରିଥିଲେ ତାକୁ ନେଇ ସୋସିଆଲ ପ୍ଲାର୍ଟଫର୍ମରେ ପ୍ରଶଂସା ବି କରାଯାଉଛି । ଖୋଦ୍‌ ପ୍ରୀତି ଜିଣ୍ଟା କହିଛନ୍ତି, ୨୦୦୯ରେ ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇପିଏଲ ମ୍ୟାଚ୍ ସମୟରେ ତାଙ୍କୁ ପଂଜାବ ଖେଳାଳିଙ୍କ ଲାଗି  ୧୨୦ଟା ଆଳୁ ପରଟା ତିଆରି କରିବାକୁ ପଡ଼ିଥିଲା, ଯେତେବେଳେ ଦଳକୁ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ବୋଲି କୁହାଯାଉଥିଲା ।

ଅଧିକ ପଢ଼ନ୍ତୁ: ଶାହରୁଖ, ଆମୀରଙ୍କ ଠାରୁ ଶିଲ୍ପା ସେଟ୍ଟୀ ଓ ପ୍ରୀତି ଜିଣ୍ଟା, ସରୋଗେସି ଆପଣାଇଛନ୍ତି ବହୁ ବଲିଉଡ୍ ସେଲିବ୍ରିଟି

ମିଳିଥିବା ସୂଚନା ଅନୁସାରେ, ଏକ ଖେଳ ଚ୍ୟାନେଲର ଜଣେ ଆଙ୍କର ପ୍ରୀତି ଜିଣ୍ଟାଙ୍କୁ କିଛି ପ୍ରଶ୍ନ କରିଥିଲେ । ଆଉ ପ୍ରୀତି କହିଥିଲେ, ପୁଅମାନେ ଏତେ ଖାଆନ୍ତି ବୋଲି ମୁଁ ଭାବିନଥିଲି । ଯେତେବେଳେ ସେ ଦକ୍ଷିଣ ଆଫ୍ରିକାରେ ଥିଲେ, ଖାଇବା ସମୟରେ ତାଙ୍କୁ ଭଲ ପରଟା ଦିଆଯାଇନଥିଲା । ଏହାକୁ ଦେଖି ସେ ପରଟା ଶିଖିବାକୁ ଇଚ୍ଛା କରିଥିଲେ । ପରେ ପରଟା ତିଆରି କରିବା ବି ଶିଖିଥିଲେ । ପରେ ଖେଳାଳିମାନେ କହିଥିଲେ ପରଟା ତିଆରି କରିବାକୁ । ହେଲେ ପ୍ରୀତି କହିଥିଲେ ଯଦି ଖେଳରେ ବିଜୟ ହୁଏ ତେବେ ସବୁ ଖେଳାଳିଙ୍କ ଲାଗି ସେ ପରଟା ତିଆରି କରିବେ । ବାସ୍ ଏହାପରେ ପଂଜାବ କିଙ୍ଗ୍ସର ବିଜୟ ହେଲା । ଆଉ ଦେଇଥିବା କଥା ଅନୁସାରେ ପରଟା ତିଆରି କରିଥିଲେ ସେ । କେବଳ ହରଭଜନ ସିଂ ଓ ଇରଫାନ୍ ଏକାକୀ ୨୦ଟା ପରଟା ଖାଇଥିଲେ ବୋଲି ସେ କହିଛନ୍ତି । ତେବେ ଜଣେ ବଲିଉଡ୍‌ ନାୟିକା ଏପରି ଭାବରେ ପରଟା ତିଆରି କରିଥିବା ଜଣାପଡିବା ପରେ ତାଙ୍କୁ ନେଇ ଭାରି ଚର୍ଚ୍ଚା ଚାଲିଛି ।