Advertisment

ଇତିହାସ ରଚିଲେ ଓଡ଼ିଆ ପୁଅ, ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ଆଣିଲେ ପ୍ରମୋଦ

ଓଡ଼ିଆ ବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତ ଫାଇନାଲରେ ଆରମ୍ଭରୁ ପ୍ରମୋଦଙ୍କ ପଲ୍ଲା ଭାରି ରହିଥିଲା। ପ୍ରଥମ ସେଟ୍‌ରେ ବ୍ରିଟେନ୍ ଖେଳାଳି ଡାନ୍ ବେଥେଲଙ୍କୁ ହରାଇ ଆଗୁଆ ରହିଥିଲେ ପ୍ରମୋଦ। ପ୍ରମୋଦ ଭଗତ ପ୍ରଥମଥର ପାଇଁ ପାରା ଅଲିମ୍ପିକ୍ସରେ ଭାଗ ନେଇଥିଲେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି SL -3 ରେ ଫାଇନାଲରେ ପହଞ୍ଚିଥିଲେ।

ଅଦ୍ୟତନ ହୋଇଛି
Pramod Bhagat

Pramod Bhagat

Advertisment

ଭୁବନେଶ୍ୱର: ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ। ବ୍ରିଟେନ ପ୍ରତିପକ୍ଷ ଡାନ୍ ବେଥେଲଙ୍କୁ ହରାଇ ଜିତିଲେ। ପ୍ରଥମଥର ପାଇଁ ପାରା ଅଲିମ୍ପିକ୍ସରେ ଭାଗ ନେଇ ସ୍ୱର୍ଣ୍ଣ ଜିତିଛନ୍ତି। ୨୧-୧୪ ଓ ୨୧-୧୭ ସେଟ୍‌ରେ ଜିତିଲେ ପ୍ରମୋଦ। ଓଡ଼ିଆ ବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତ ଫାଇନାଲରେ ଆରମ୍ଭରୁ ପ୍ରମୋଦଙ୍କ ପଲ୍ଲା ଭାରି ରହିଥିଲା। ପ୍ରଥମ ସେଟ୍‌ରେ ବ୍ରିଟେନ୍ ଖେଳାଳି ଡାନ୍ ବେଥେଲଙ୍କୁ ହରାଇ ଆଗୁଆ ରହିଥିଲେ ପ୍ରମୋଦ। ପ୍ରମୋଦ ଭଗତ ପ୍ରଥମଥର ପାଇଁ ପାରା ଅଲିମ୍ପିକ୍ସରେ ଭାଗ ନେଇଥିଲେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି SL -3 ରେ ଫାଇନାଲରେ ପହଞ୍ଚିଥିଲେ।

Advertisment

ତାଙ୍କର ବିଜୟରେ ବରଗଡ ଜିଲ୍ଲାର ଅତାବିରା ଗାଁ ହସୁଛି। ଏପରିକି ବାଣ ଫୁଟାଇ ନାଚିଥିଲେ ଗାଁ ଲୋକେ। ଘରେ ଘରେ ପ୍ରତି ଲୋକ ସେଲିବ୍ରେସନ୍ କରୁଛନ୍ତି। ପୁଅ ଆଜି ଖେଳିବେ ବୋଲି ଗାଁର ମନ୍ଦିରରେ ଲୋକେ ପୂଜାର୍ଚ୍ଚନା କରିଥିଲେ।

ଐତିହାସିକ ବିଜୟ ସହ ସାରା ଦେଶ ପାଇଁ ଗୌରବ ଆଣିଥିବା ପ୍ରମୋଦ ଭଗତଙ୍କୁ ଚାରିଆଡୁ ଶୁଭେଛାର ସୁଅ ଛୁଟୁଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରମୋଦଙ୍କୁ ଅଭିନନ୍ଦନ ଜଣାଇବସହ ପୋଡିୟମରେ ଦେଶର ଜତୀୟ ସଙ୍ଗୀତ ଗାନ ଏକ ଉଲ୍ଲାସମୟ ମୁହୂର୍ତ୍ତ ବୋଲି କହିଛନ୍ତି। ସେହିପରି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରମୋଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ବିଜୟ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ସେ ଟୁଇଟ କରିଛନ୍ତି। 

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। 
ସ୍ୱର୍ଣ୍ଣ ଆଣିଥିବାରୁ ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଟ୍ୱିଟ୍‌ କରି କହିଲେ- ଭାରତବାସୀଙ୍କ ହୃଦୟ ଜିତିଛନ୍ତି ପ୍ରମୋଦ ଭଗତ। ତାଙ୍କ ସଫଳତା କୋଟି କୋଟି ଭାରତୀୟଙ୍କୁ ଉଦ୍‌ବୁଦ୍ଧ କରିବ।

Advertisment


— Narendra Modi (@narendramodi) September 4, 2021


— Naveen Patnaik (@Naveen_Odisha) September 4, 2021


— Office of Jay Panda (@mp_office) September 4, 2021

Odisha News Tokyo 2020
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ