Power goes off during India-Lebanon Intercontinental match in Kalinga stadium
ମ୍ୟାଚ୍ ଚାଲିଥିବା ବେଳେ ହଠାତ୍ ହେଲା ପାୱାରକଟ୍। ଆଉ ଅନ୍ଧାର ହୋଇଗଲା ଡ୍ରେସିଂ ରୁମ୍। ଖେଳର ହାଫ୍ ଟାଇମ୍ରେ ଖେଳାଳିମାନେ ଡ୍ରେସିଂ ରୁମ୍ ଯାଉଥିବା ବେଳେ ଏହି ବିଦ୍ୟୁତ୍ ବିଭ୍ରାଟ ହୋଇଥିଲା। ଫଳରେ ଡ୍ରେସିଂ ରୁମ୍ ଛାଡ଼ି ଖେଳାଳିଙ୍କୁ ପଡ଼ିଆରେ ବିଶ୍ରାମ ନେବାକୁ ପଡ଼ିଥିଲା। ଗତକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଲେବାନନ୍ ମଧ୍ୟରେ ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଏଭଳି କିଛି ବିଦ୍ୟୁତ୍ ବିଭ୍ରାଟ ଘଟିଥିଲା।
ପାୱାରକଟ୍ ଯୋଗୁ ଡ୍ରେସିଂ ରୁମ୍ ଅନ୍ଧାର ହୋଇଯାଇଥିଲା। ଖେଳର ହାଫ୍ ଟାଇମ୍ରେ ଖେଳାଳିମାନେ ଡ୍ରେସିଂ ରୁମ୍ ଯାଉଥିବା ବେଳେ ବିଦ୍ୟୁତ୍ ବିଭ୍ରାଟ ହୋଇଥିଲା। ଫଳରେ ଡ୍ରେସିଂ ରୁମ୍ ଛାଡ଼ି ଉଭୟ ଦଳର ଖେଳାଳିଙ୍କୁ ପଡ଼ିଆରେ ବିଶ୍ରାମ ନେବାକୁ ପଡ଼ିଥିଲା। ଭିଭିଆଇପି ରୁମ୍, ଅଫିସିଆଲ୍ ରୁମ୍ ଓ ମିଡିଆ ସେଣ୍ଟରରେ ବି ବିଦ୍ୟୁତ କାଟ୍ ହୋଇଥିଲା।
ଦ୍ୱିତୀୟ ହାଫ୍ ଖେଳ ଚାଲିଥିବା ବେଳେ ମଧ୍ୟ ପୁଣିଥରେ ବିଦ୍ୟୁତ୍ ବିଭ୍ରାଟ ଦେଖିବାକୁ ମିଳିଥିଲା। ଷ୍ଟାଡିୟମର ଗୋଟିଏ ଫ୍ଲଡ୍ ଲାଇଟ୍ ଟାୱାରରୁ ଲାଇନ କଟିଥିଲା ଓ କିଛି ସମୟ ମଧ୍ୟରେ ପୁଣିଥରେ ବିଦ୍ୟୁତ୍ ସଂଯୋଗ ହୋଇଥିଲା। ବିଦ୍ୟୁତ୍ ବିଭ୍ରାଟ ସତ୍ତ୍ୱେ ଫୁଟବଲ୍ ମ୍ୟାଚ ଯଥାରୀତି ଶେଷ ହୋଇଥିଲା। ତେବେ ଏସଂପର୍କରେ କଳିଙ୍ଗ ଷ୍ଟାଡିୟମ କର୍ତ୍ତୃପକ୍ଷ କିମ୍ବା ଟୁର୍ଣ୍ଣାମେଣ୍ଟ ଆୟୋଜକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ସୂଚନା ଅନୁସାରେ, ଗତବର୍ଷ ଇଣ୍ଡିଆନ ସୁପର ଲିଗ୍ ବେଳେ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ବିଦ୍ୟୁତ୍ ବିଭ୍ରାଟ ଦେଖା ଦେଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1686885148.jpg)