ଆନନ୍ଦ ମୃତ୍ୟୁ; ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍

ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ ଆସିଥିଲା । ବନ୍ଧୁ ଆନନ୍ଦ ଟପ୍ପୋଙ୍କୁ ବୀରେନ୍ଦ୍ର ଓ ତାଙ୍କର ଜଣେ ମହିଳା ବନ୍ଧୁ ମନଜିତ୍ ଟେଟେ ମିଶି ହତ୍ୟା କରିଥିବା ଆନନ୍ଦଙ୍କ ବାପା ବନ୍ଧନା ଟପ୍ପୋ ଅଭିଯୋଗ ଆଣିଥିଲେ ।

ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଅଲିମ୍ପିଆନ ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍ ମିଳିଛି । କମିଶନରେଟ ପୋଲିସ ପକ୍ଷରୁ ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍ ଦିଆଯାଇଛି । ଏଥି ସହିତ ଆନନ୍ଦଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ବୋଲି ପୋଲିସ କହିଛି ।

ମୃତ୍ୟୁ ଆତ୍ମହତ୍ୟାଜନିତ ଦର୍ଶାଇ କୋର୍ଟରେ ରିପୋର୍ଟ ଦାଖଲ କରାଯାଇଥିବା ବେଳେ ପୋଷ୍ଟମର୍ଟମ ଓ ଭିସେରା ରିପୋର୍ଟ ଆଧାରରେ ଏହା ଆତ୍ମହତ୍ୟା ବୋଲି ପୋଲିସ ସ୍ପଷ୍ଟ କରିଛି । ପୂର୍ବରୁ ଆନନ୍ଦଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ କରିଥିଲେ ।

ଏହି ମୃତ୍ୟୁ ଘଟଣାରେ ବୀରେନ୍ଦ୍ର ଲାକ୍ରା ଓ ଜଣେ ବାନ୍ଧବୀଙ୍କ ସଂପୃକ୍ତ ଥିବା ଅଭିଯୋଗ କରିଥିଲେ ତାଙ୍କ ବାପା । ଏନେଇ ହାଇକୋର୍ଟରେ ଅପିଲ ପରେ ସାନି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହେଲେ ବର୍ତ୍ତମାନ ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍ ମିଳିଛି ।

ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ ଆସିଥିଲା । ବନ୍ଧୁ ଆନନ୍ଦ ଟପ୍ପୋଙ୍କୁ ବୀରେନ୍ଦ୍ର ଓ ତାଙ୍କର ଜଣେ ମହିଳା ବନ୍ଧୁ ମନଜିତ୍ ଟେଟେ ମିଶି ହତ୍ୟା କରିଥିବା ଆନନ୍ଦଙ୍କ ବାପା ବନ୍ଧନା ଟପ୍ପୋ ଅଭିଯୋଗ ଆଣିଥିଲେ ।

ସୂଚନା ଅନୁସାରେ, ଭୁବନେଶ୍ୱର ଇନଫୋସିସ୍ ଥାନା ଅଞ୍ଚଳର ଏକ ଫ୍ଲାଟ୍‌ରେ ବୀରେନ୍ଦ୍ର ଓ ଆନନ୍ଦ ରହୁଥିଲେ । ମନଜିତ୍‌ଙ୍କୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ବୀରେନ୍ଦ୍ର, ମନଜିତ୍ ଏବଂ ଅନ୍ୟ ଜଣେ ବ୍ୟକ୍ତି ଏକାଠି ହୋଇ ଆନନ୍ଦଙ୍କୁ ହତ୍ୟା କରିଥିବା ତାଙ୍କ ବାପା ବନ୍ଧନା ଅଭିଯୋଗ କରିଥିଲେ । ଫେବ୍ରୁଆରୀ ୨୮ରେ ଏହି ହତ୍ୟାକାଣ୍ଡ ହୋଇଥିଲା । ହେଲେ ଏହାକୁ ଆତ୍ମହତ୍ୟାର ରୂପ ଦେଇ କଥାକୁ ଚପାଇ ଦିଆଯାଇଛି ବୋଲି କୁହାଯାଇଥିଲା ।