Advertisment

କାନାଡାକୁ ୧-୦ ଗୋଲରେ ହରାଇଲା ପୋଲାଣ୍ଡ

ଫାଷ୍ଟ ହାଫ ଶେଷ ସୁଦ୍ଧା ଉଭୟ ଦଳ ଖାତା ଖୋଲି ପାରିନଥିଲେ। ତୃତୀୟ କ୍ୱାର୍ଟର ବେଳକୁ ଆଉଏକ ରଣନୀତି ପ୍ରସ୍ତୁତ କରି ପାର୍ଶ୍ଵ ପରିବର୍ତ୍ତନ କରି ପଡିଆକୁ ଓହ୍ଲାଇଥିଲା ପୋଲାଣ୍ଡ।

canada vs poland

canada vs poland

Advertisment

ଭୁବନେଶ୍ୱର(ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଜୁନିୟର ବିଶ୍ୱକପ ହକିର ଆଜିର ତୃତୀୟ ମ୍ୟାଚରେ ପୋଲାଣ୍ଡ ବିଜୟୀ ହୋଇଛି। ପୁଲ-Bରେ ସ୍ଥାନ ପାଇଥିବା ପୋଲାଣ୍ଡ ଏବଂ କାନାଡ଼ା ମଧ୍ୟରେ ଏହି ଲିଗ୍‌ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ କାନାଡ଼ାକୁ ୧-୦ ଗୋଲରେ ପୋଲାଣ୍ଡ ବାଜିମାତ କରିଛି। ପୋଲାଣ୍ଡ ଦ ର ଚୁମେଂଯୁକ ଯାକୁବ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

Advertisment

ପ୍ରଥମ କ୍ୱାର୍ଟରରେ କିଏ କାହାରିକୁ ଗୋଲ ଦେଇ ପାରିନଥିଲେ। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଉଭୟଙ୍କ ମଧ୍ୟରେ ଘମାଘୋଟ ଲଢେଇ ହେଲା। କିନ୍ତୁ କାହାରିକୁ ସଫଳତା ମିଳିନଥିଲା। ଉଭୟ ଦଳଙ୍କୁ ଦୁଇ ଦୁଇଟି ପେନାଲିଟି କର୍ଣ୍ଣର ସୁଯୋଗ ମିଳିଥିଲେ ସୁଦ୍ଧା ଗୋଲରେ ରୂପାନ୍ତରିତ କରିବାକୁ କୌଣସି ଦଳର ଖେଳାଳି ସକ୍ଷମ ହୋଇ ନଥିଲେ।

ଫାଷ୍ଟ ହାଫ ଶେଷ ସୁଦ୍ଧା ଉଭୟ ଦଳ ଖାତା ଖୋଲି ପାରିନଥିଲେ। ତୃତୀୟ କ୍ୱାର୍ଟର ବେଳକୁ ଆଉଏକ ରଣନୀତି ପ୍ରସ୍ତୁତ କରି ପାର୍ଶ୍ଵ ପରିବର୍ତ୍ତନ କରି ପଡିଆକୁ ଓହ୍ଲାଇଥିଲେ। ପୋଲାଣ୍ଡ ରଣନୀତି ଠିକ କାମ କରିଥିଲା। ମ୍ୟାଚର ୩୪ମିନିଟରେ ପୋଲାଣ୍ଡକୁ ମିଳିଥିବା ଏକ ପେନାଲିଟି କର୍ଣ୍ଣରକୁ ଗୋଲ୍‌ରେ ରୂପାନ୍ତରିତ କରି ୧-୦ରେ ଆଗୁଆ ରହିଥିଲେ।

Advertisment

ଏହି ଗୋଲ ଟି ଦେଇଥିଲେ ୧୧ନମ୍ବର ଜର୍ସି ରେ ଥିବା ବେମ୍‌ବେନକ୍‌ ଏରିକ ଗୋଲ ଦେଇଥିଲେ। ଶେଷ କ୍ୱାର୍ଟରରେ ମଧ୍ୟ କୌଣସି ଗୋଲ ହୋଇ ନଥିଲା। ଏହି ମ୍ୟାଚରେ  ସମ୍ମାନିତ ଅତିଥି ଭାବେ ଯୋଗ ଆଥଲେଟ ଅଲିମ୍ପିଆନ ଅନୁରାଧା ବିଶ୍ୱାଳ ଯୋଗ ଦେଇ ଖେଳାଳି ଓ ରେଫ୍ରୀଙ୍କ ସହ ପରିଚିତ ହୋଇଥିଲେ।

ପୋଲାଣ୍ଡ ତାର ପରବର୍ତ୍ତୀ ଲିଗ ମ୍ୟାଚ  ଆସନ୍ତା କାଲି ଫ୍ରାନ୍ସ କୁ ସମ୍ନା କରିବ। ସେହିପରି କାନାଡ଼ା ଅନ୍ୟ ଏକ ଲିଗ ମ୍ୟାଚ ରେ ଆୟୋଜକ ଭାରତକୁ ମୁକାବିଲା କରିବ ।

Advertisment

ପ୍ରଥମ ମ୍ୟାଚ୍‌ରେ ବେଲଜିୟମ ବିଜୟୀ:

ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଜୁନିୟର ପୁରୁଷ ବିଶ୍ୱକପ ହକିର ଉଦଘାଟନୀ ମ୍ୟାଚରେ ରେଡ଼ ଲାୟନ ତଥା ବେଲଜିୟମ ଦଳ ବିଜୟୀ ହୋଇଛି । ଲକ୍ଷ୍ନୌରେ ଖେଳାଯାଇଥିବା ୨୦୧୬ ସଂସ୍କରଣରେ ରନର୍ସ ଅପ ଥିବା ବେଲଜିୟମ ଦଳ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ପରାସ୍ତ କରିଛି।ବିଶ୍ୱକପରେ ପ୍ରଥମ ମ୍ୟାଚରେ ଜିତିଛି ବେଲଜିୟମ୍ ।

ଦ୍ୱିତୀୟ ମ୍ୟାଚ୍‌ରେ ଜର୍ମାନୀ ବିଜୟୀ:

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଜୁନିୟର ବିଶ୍ୱକପ ହକିର ଦ୍ୱିତୀୟ ମ୍ୟାଚରେ ଜର୍ମାନୀର ସହଜ ବିଜୟ। ପାକିସ୍ତାନ କୁ ୫-୨ଗୋଲରେ ହରାଇଲା ଜର୍ମାନୀ। ଏହି ବିଜୟରେ ଜର୍ମାନୀ କୁ ୩ପଏଣ୍ଟ ମିଳିଥିବା ବେଳେ ପାକିସ୍ତାନକୁ ଶୂନ୍ୟ ପଏଣ୍ଟ ମିଳିଛି। 

Bhubaneswar Kalinga Stadium Hockey World Cup Junior Men’s Hockey World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ