Advertisment

'ଯନ୍ତ୍ରଣା ଜର୍ଜରିତ ଭାରତୀୟ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାନ୍ତ୍ୱନା '

ଗୋଟିଏ ମ୍ୟାଚ; ଗତ ଚାରି ବର୍ଷର ପରିଶ୍ରମ, ସଂଘର୍ଷ, ଟ୍ରଫି ଜିତିବାର ସ୍ୱପ୍ନକୁ ଚୁରମାର କରି ଦେଇଥିଲା । ପୁରା ଭାରତ ସେଦିନ ବୁକୁ ଫଟା ଯନ୍ତ୍ରଣାରେ ଛଟପଟ ହୋଇଥିଲା ।

ଅଦ୍ୟତନ ହୋଇଛି
 PM Modi Meet Team India in Dressing Room

PM in team India Dressing room

Advertisment

ବିଶ୍ବକପ୍ କ୍ରିକେଟ ଫାଇନାଲରେ ରନର୍ସ ଅପ ହୋଇଥିଲା ଟିମ ଇଣ୍ତିଆ । ପୁରା ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ ଦେବା ପରେ ମଧ୍ୟ କେବଳ ଗୋଟିଏ ମ୍ୟାଚରେ ଖରାପ ପ୍ରଦର୍ଶନ ପାଇଁ ଚାମ୍ପିଅନ ହୋଇ ପାରିନାହିଁ ଦଳ । ଗୋଟିଏ ମ୍ୟାଚ; ଗତ ଚାରି ବର୍ଷର ପରିଶ୍ରମ, ସଂଘର୍ଷ, ଟ୍ରଫି ଜିତିବାର ସ୍ୱପ୍ନକୁ ଚୁରମାର କରି ଦେଇଥିଲା । ତୃତୀୟ ଥର ବିଶ୍ୱକପ ଜିତିବାର ସ୍ୱପ୍ନ ଧୂଳିସାତ୍ ହୋଇ ଯାଇଥିଲା ।

Advertisment

ଆଖି ସାମ୍ନାରେ ସବୁକିଛି ପାଣି ଫୋଟକା ଭଳି ମିଳାଇ ଯାଇଥିଲା । କେବଳ ଯେ ଖେଳାଳିଙ୍କର ତାହା ନୁହେଁ, ପୁରା ଭାରତ ସେଦିନ ବୁକୁ ଫଟା ଯନ୍ତ୍ରଣାରେ ଛଟପଟ ହୋଇଥିଲା । ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହେବା ପରେ ଖେଳାଳିମାନେ ଦୁଃଖ ସମ୍ଭାଳି ପାରିନଥିଲେ । ପଡ଼ିଆରେ ରୋହିତ ଶର୍ମା, ବିରାଟ କୋହଲି ଓ ସିରାଜ ତ କାନ୍ଦୁଥିବାର ଦେଖା ଯାଇଥିଲା ।

ଅଧିକ ପଢ଼ନ୍ତୁ: ଦୁଃଖରେ ଭାଙ୍ଗି ପଡ଼ିଲା ଟିମ୍ ଇଣ୍ଡିଆ, ଡ୍ରେସିଂ ରୁମ୍‌ରେ ଦେଖିବାକୁ ମିଳିଲା ଏମିତି ଦୃଶ୍ୟ...

Advertisment

ଅନ୍ୟପଟେ ଡ୍ରେସିଂ ରୁମର ପରିବେଶର ଭାଷାରେ ବର୍ଣ୍ଣନା କରିବା ସମ୍ଭବପର ନୁହେଁ । ପୁରା ଟୁର୍ଣ୍ଣାମେଣ୍ଟରେ ହସଖୁସିରେ ମାତିଥିବା ଖେଳାଳିଙ୍କ ଉପରେ ଯେପରି ଦଇବର ନିଷ୍ଠୁର ଦୃଷ୍ଟି ପଡ଼ି ଯାଇଥିଲା । ଏପରି ସମୟରେ କ୍ରିକେଟରଙ୍କୁ ସାନ୍ତନ୍ବା ଦେଇଥିଲେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ଫାଇନାଲ ଦେଖିବାକୁ ନିଜେ ଅହମଦାବାଦର ଷ୍ଟାଡିୟମରେ ଉପସ୍ଥିତ ଥିଲେ ।

ଚାମ୍ପିୟନ ଟିମ୍ ଅଷ୍ଟ୍ରେଲିଆକୁ ଟ୍ରଫି ଦେବା ପରେ ଭାରତୀୟ ଡ୍ରେସିଂ ରୁମକୁ ଯାଇଥିଲେ ମୋଦି । ସେଠାରେ ସେ ଦେଖିଥିଲେ, ଭାରତୀୟ କ୍ରିକେଟରମାନେ ଭାଙ୍ଗି ପଡ଼ିଛନ୍ତି, ବହୁତ ମନଦୁଃଖରେ ଅଛନ୍ତି । ଏହା ପରେ କ୍ରିକେଟରଙ୍କୁ ସେ ସାନ୍ତ୍ବନା ଦେଇଥିଲେ । ସେମାନଙ୍କ ମନୋବଳ ବଢାଇବାକୁ ଉତ୍ସାହଭରା କଥା କହିଥିଲେ । ଏପରିକି ବୋଲର ମହମ୍ମଦ ସାମିଙ୍କୁ ମୋଦି କୁଣ୍ଡାଇ ପକାଇଥିଲେ । ପରେ ଅନ୍ୟ ଖେଳାଳି ମାନଙ୍କୁ ମଧ୍ୟ ଭେଟି ଆଲୋଚନା କରିଥିଲେ । ପୁରା ବିଶ୍ୱକପରେ ଏପରି ପ୍ରଦର୍ଶନକୁ ପ୍ରଂଶସା କରିଥିଲେ ମୋଦି ।

Advertisment

ପ୍ରଧାନମନ୍ତ୍ରୀଙ୍କ ଏହି ବ୍ୟବହାର ବହୁତ ଖୁସି ଦେଇଛି, ଦୁଃଖ ଲାଘବ କରିବା ସହିତ ଭବିଷ୍ୟତରେ ଭଲ ପ୍ରଦର୍ଶନ କରିବାକୁ ପ୍ରୋତ୍ସାହିତ କରିଛି ବୋଲି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି ସାମି ଓ ରବୀନ୍ଦ୍ର ଜାଡେଜା ।

Team India PM Narendra Modi World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ