Advertisment

ପ୍ୟାରିସ ଅଲିମ୍ପିକ୍ସ ପାଇଁ ତୟାର୍ ଭାରତ, ପ୍ରଧାନମନ୍ତ୍ରୀ ବଢ଼ାଇଲେ ମନୋବଳ

ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ୟାରିସ ଅଲିମ୍ପିକ୍ସ । ଏହା ପୂର୍ବରୁ ଏହି ଅଲିମ୍ପିକ୍ସରେ ସାମିଲ ହେବାକୁ ଥିବା ଭାରତୀୟ ଖେଳାଳିଙ୍କୁ ଭେଟି ମନୋବଳ ବଢାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଦ୍ୟତନ ହୋଇଛି
PM Modi Meets Indian Athletes Ahead Of Paris Olympics

Paris Olympics

Advertisment

ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ୟାରିସ ଅଲିମ୍ପିକ୍ସ । ଏହା ପୂର୍ବରୁ ଏହି ଅଲିମ୍ପିକ୍ସରେ ସାମିଲ ହେବାକୁ ଥିବା ଭାରତୀୟ ଖେଳାଳିଙ୍କୁ ଭେଟି ମନୋବଳ ବଢାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଲିମ୍ପିକ୍ସ ପାଇଁ ପ୍ୟାରିସକୁ ଯାଉଥିବା ଭାରତୀୟ ଦଳ ସହ କଥା ହୋଇଛି । ଆଥଲେଟମାନେ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିବେ ଏବଂ ଭାରତକୁ ଗର୍ବିତ କରିବେ ବୋଲି ମୋଦି ଆଶା କରିଛନ୍ତି ।

Advertisment

ସେମାନଙ୍କର ଜୀବନ ଯାତ୍ରା ଏବଂ ସଫଳତା ୧୪୦ କୋଟି ଭାରତୀୟଙ୍କୁ ପ୍ରେରଣା ଦେଇଥାଏ । ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ୍ ର ସଭାପତି ପି.ଟି ଉଷାଙ୍କ ସହ ବ୍ୟାଡମିଣ୍ଟନ୍ ମୁଖ୍ୟ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦ, ପୁରୁଷ ହକି ଟିମ୍, ବ୍ୟାଡମିଣ୍ଟନ୍ ତାରାକା ପିଭି ସିନ୍ଧୁ, ନୀରଜ ଚୋପ୍ରା ଏବଂ ପ୍ୟାରିସ୍ ଗେମ୍ସରେ ଅଂଶଗ୍ରହଣ କରୁଥିବା ସମସ୍ତ ଆଥଲେଟଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ।

ଅଧିକ ପଢ଼ନ୍ତୁ: ହାଥରସ ଦୁର୍ଘଟଣା... ପୀଡ଼ିତଙ୍କୁ ଭେଟିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ

Advertisment

ପି.ଟି ଉଷା କହିଛନ୍ତି ଯେ, ୨୦୨୦ ଟୋକିଓ ଅଲିମ୍ପିକ୍ସ ଅପେକ୍ଷା ଭାରତୀୟ ଆଥଲେଟ୍ସ ମାନେ ଏହି ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବେ । ଟୋକିଓରେ ଯେଉଁଠାରେ ଭାରତ ଗୋଟିଏ ସ୍ୱର୍ଣ୍ଣ ପଦକ ସମେତ ସାତୋଟି ପଦକ ଜିତିଥିଲା । ପ୍ୟାରିସ୍ ଅଲିମ୍ପିକ୍ସ ୨୬ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଭାରତୀୟ ଆଥଲେଟ ମାନେ ସୁଟିଂ, ଜାଭେଲିନ, ବ୍ୟାଡମିଣ୍ଟନ୍, ରେସଲିଂ ଏବଂ ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ସେପଟେ ଗତକାଲି ମଧ୍ୟ ବିଶ୍ୱ ବିଜେତା ଭାରତୀୟ ଦଳ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । ବାର୍ବାଡସ୍‌ରୁ ଫେରିବା ପରେ ନିଜ ବାସଭବନରେ ସମସ୍ତ ଖେଳାଳିଙ୍କୁ ସାକ୍ଷାତ କରିଥିଲେ ପ୍ରଧାନମନ୍ତ୍ରୀ ।

Advertisment

ଅଧିକ ପଢ଼ନ୍ତୁ: ମୋଦିଙ୍କ ନୂଆ କ୍ୟାବିନେଟ କମିଟିରେ TDP-JDU, ପଢ଼ନ୍ତୁ ପୂରା ତାଲିକା...

ଏହି ଅବସରରେ ଖେଳାଳିମାନେ ନିଜ ନିଜର ବିଶ୍ୱକପ୍ ଅନୁଭୂତି ବଖାଣିଥିଲେ । ଗତକାଲି ସକାଳ ୬ଟାରେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ଟିମର ସଦସ୍ୟମାନେ ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ବିଶ୍ୱକପ ଓ ଭାରତୀୟ ଟିମ ସହ ପ୍ରଧାନମନ୍ତ୍ରୀ ବେଶ କିଛି ସମୟ ଆଲୋଚନା କରିଥିଲେ ।

ଏହାପରେ ସମସ୍ତେ ଗୋଟିଏ ଫଟୋ ମଧ୍ୟ ଉଠାଇଥିଲେ । ଗତ ସପ୍ତାହରେ ବ୍ରିଜଟାଉନ ହୋଇଥିବା ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ସାତ ରନ୍‌ରେ ପରାସ୍ତ କରିଥିଲା ଟିମ୍ ଇଣ୍ତିଆ । ଗତ ୧୩ ବର୍ଷ ଧରି ଏହି ମୁହୂର୍ତ୍ତକୁ ଅପେକ୍ଷା ଥିଲା । ଶେଷ ଥର ଗତ ୨୦୧୧ ମସିହାରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ କପ୍ ଜିତିଥିଲା ।

PM Narendra Modi Olympics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ