Advertisment

ପାରା ଅଲିମ୍ପିକ୍ସ ୨୦୨୪: ରୌପ୍ୟ ଜିତିଲେ ନିସଦ, ପୁଣି ବ୍ରୋଞ୍ଜ ଆଣିଲେ ପ୍ରୀତି

ବର୍ତ୍ତମାନ ସୁଦ୍ଧା ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଭାରତ ନିଜ ନାଁରେ ୭ଟି ପଦକ କରିଛି। ଏହା ଭିତରେ ରହିଛି ଗୋଟିଏ ସ୍ବର୍ଣ୍ଣ ଦୁଇଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ।

ଅଦ୍ୟତନ ହୋଇଛି
paris paralympics 2024

paris paralympics 2024

Advertisment

ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଦମ୍ ଦେଖାଉଛନ୍ତି ଭାରତୀୟ ଆଥଲେଟ୍। ଚଳିତ ଅଲିମ୍ପିକ୍ସରେ ଇତିହାସ ରଚିଲେ ପାରା ସ୍ପିଣ୍ଟର ପ୍ରୀତି ପାଲ। ସେ ଦୁଇଟି ପଦକ ଜିତିଛନ୍ତି । ପୂର୍ବରୁ ଶହେ ମିଟରରେ ବ୍ରୋଞ୍ଜ ଜିତିଥିବା ବେଳେ ପୁଣି ୨୦୦ ମିଟର T35 ରେସରେ ବ୍ରୋଞ୍ଜ ଆଣିଛନ୍ତି ପ୍ରୀତି ।

Advertisment

ପ୍ରୀତି ୩୦.୦୧ ସେକେଣ୍ଡରେ ଏହି ଦୂରତା ଅତିକ୍ରମ କରିଥିଲେ। ଅଲିମ୍ପିକ୍ସର ଟ୍ରାକ୍ ଏଣ୍ଡ ଫିଲ୍ଡ ଇଭେଣ୍ଟରେ ଦୁଇଟି ମେଡାଲ୍ ଜିତିବାରେ ପ୍ରଥମ ଭାରତୀୟ ଆଥଲେଟ ଭାବରେ ଇତିହାସ ରଚିଛନ୍ତି । ସେ କହିଛନ୍ତି, ପ୍ରଥମ ମେଡାଲ୍ ଜିତିବା ପରେ ଟ୍ରୋଲ୍ ହୋଇଥିଲେ। ଏହା ହିଁ ତାଙ୍କୁ ଦ୍ବିତୀୟ ପଦକ ଜିତିବାରେ ପ୍ରେରଣା ଦେଇଥିଲା।

ଅଧିକ ପଢ଼ନ୍ତୁ: Paris Paralympics: ଆରମ୍ଭରୁ ଆଥଲେଟିକ୍ସରେ କମାଲ, ପ୍ରୀତି ପାଲ୍ ଜିତିଲେ ବ୍ରୋଞ୍ଜ

Advertisment

ସେହିପରି ପୁରୁଷ ହାଇ ଜମ୍ପରେ ରୌପ୍ୟ ଜିତିଛନ୍ତି ନିସଦ କୁମାର। ହାଇ ଜମ୍ପ T47 ବର୍ଗ ଫାଇନାଲରେ ସେ ରୌପ୍ୟ ଆଣିଛନ୍ତି। ନିସଦ ମୋଟ୍ ୨.୦୪ ମିଟର ଜମ୍ପ କରିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ବି ସେ ସିଲଭର ମେଡାଲ୍ ଜିତିଥିଲେ । ବର୍ତ୍ତମାନ ସୁଦ୍ଧା ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଭାରତ ନିଜ ନାଁରେ ୭ଟି ପଦକ କରିଛି। ଏହା ଭିତରେ ରହିଛି ଗୋଟିଏ ସ୍ବର୍ଣ୍ଣ ଦୁଇଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ।

ପ୍ୟାରିସ ପାରା ଅଲିମ୍ପିକ୍ସର ମହିଳା ଶୁଟିଂରେ ଅବନୀ ଲେଖରା ସ୍ୱର୍ଣ୍ଣ ଏବଂ ମୋନା ଅଗ୍ରୱାଲ ବ୍ରୋଞ୍ଜ ପଦକ ଜିତିଛନ୍ତି । ମହିଳା ୧୦ ମିଟର ଏୟାର ରାଇଫଲ ଶୁଟିଂ ଏସଏଚ୧ କାଟାଗୋରୀରେ ଲେଖରା ୨୪୯.୭ ପଂଏଟ ସହ ପ୍ରଥମ ସ୍ଥାନରେ ରହିଥିଲେ ।ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଂଟରେ ମନୀଷ ନରୱାଲ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ୨୩୪.୯ ଫାଇନାଲ ସ୍କୋର ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ ।

Advertisment

ମହିଳା ୧୦୦ ମିଟର ଟି୩୫ କାଟାଗୋରୀରେ ପ୍ରୀତି ପାଲ ବ୍ରୋଞ୍ଜ ପଦକ ହାତେଇଥିବା ବେଳେ ବ୍ୟାଡମିଂଟନ ମହିଳା ସିଙ୍ଗଲ୍ସରେ ମାନସୀ ଯୋଶୀ ଗ୍ରୁପ ଷ୍ଟେଜର ଦ୍ୱିତୀୟ ମୁକାବିଲା ହାରି ଯାଇଛନ୍ତି । ସେହିପରି ଡିସକସ ଥ୍ରୋ ଏଫ୫୫ କାଟାଗୋରୀରେ ସାକ୍ଷୀ କସନା ଓ ଜ୍ୟୋକି କରମ ପଦକ ହାସଲ କରିପାରି ନାହାନ୍ତି ।

Para Olympian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ