Advertisment

ଇତିହାସ ରଚିଲେ ହରବିନ୍ଦର; ତୀରନ୍ଦାଜରେ ଆଣିଲେ ପ୍ରଥମ ସ୍ବର୍ଣ୍ଣ...

ପ୍ୟାରିସ ପାରା ଅଲିମ୍ପିକ୍ସରେ ତୀରନ୍ଦାଜରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ । ଦେଶ ପାଇଁ ଗୌରବ ସହ ଇତିହାସ ରଚିଲେ ହରିବନ୍ଦର ସିଂ ।

ଅଦ୍ୟତନ ହୋଇଛି
Harvinder Singh

Harvinder Singh

Advertisment

ପ୍ୟାରିସ ପାରାଅଲିମ୍ପିକ୍ସରେ ତୀରନ୍ଦାଜୀରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ। ଦେଶ ପାଇଁ ଗୌରବ ଆଣିବା ସହ ଇତିହାସ ରଚିଲେ ତୀରନ୍ଦାଜ ହରବିନ୍ଦର ସିଂ। ବୁଧବାର ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତାୟ ଭାବେ ନିଜ ନାଁରେ ରେକର୍ଡ କରିଛନ୍ତି ହରବିନ୍ଦର। 

Advertisment

ପୁରୁଷ ବିଭାଗ ବ୍ୟକ୍ତିଗତ ରିକର୍ଭ ଓପନ ଫାଇନାଲ ମ୍ୟାଚରେ ସେ ପୋଲାଣ୍ଡ ପ୍ରତିଯୋଗୀଙ୍କୁ ୬-୦ରେ ହରାଇଥିଲେ। ହରବିନ୍ଦରଙ୍କ ଏହି ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିୟ ପ୍ରମୁଖ ତାଙ୍କୁ ବଧାଇ ଜଣାଇଛନ୍ତି। 

ସେପଟେ ପୁରୁଷ ସଟପୁଟରେ ରୌପ୍ୟ ଜିତିଛନ୍ତି ସଚିନ ସର୍ଜେରାଓ ଖିଲାରୀ। ସେହିଭଳି କ୍ଲବ୍ ଥ୍ରୋରେ ମଧ୍ୟ ଭାରତକୁ ଧରମବୀର ଓ ସୁରମା ପ୍ରଣବ ଯୋଡ଼ି ସ୍ବର୍ଣ୍ଣ ଓ ରୌପ୍ୟ ପ୍ରଦାନ କରିଥିବାରୁ ପ୍ୟାରିସ ପାରା ଅଲିମ୍ପିକସରେ ଭାରତ ୫ ସ୍ବର୍ଣ୍ଣ ସହ ମୋଟ ୨୪ ପଦକ ହାସଲ କରିଛି।

Advertisment

ସେମିତି ମଙ୍ଗଳବାର ପୁରୁଷ ହାଇଜମ୍ପ ଇଭେଣ୍ଟରେ ଭାରତୀୟ ପାରା ଆଥଲେଟ୍‌ ଦୁଇଟି ପଦକ ଜିତିଥିଲେ । ଶରଦ କୁମାର ରୌପ୍ୟ ପଦକ ଜିତିଥିବାବେଳେ ମାରିୟାପ୍ପନ ଥଙ୍ଗାଭେଲୁ ବ୍ରୋଞ୍ଜ ପଦକ ନିଜ ନାମରେ କରିଛନ୍ତି। ପୁରୁଷ ହାଇଜମ୍ପର T-63 ବର୍ଗରେ ଶରଦ କୁମାର ୧.୮୮ ମିଟର ଡେଇଁ ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେହିପରି ମାରିୟାପ୍ପନ ଥଙ୍ଗାଭେଲୁ ୧.୮୫ ମିଟର ଡେଇଁ ତୃତୀୟ ସ୍ଥାନରେ ରହିଥିଲେ ।

Advertisment

ଗତ ପାରାଲିମ୍ପିକ୍‌ ଗେମ୍ସରେ ଶରଦ କୁମାର ମଧ୍ୟ ବ୍ରୋଞ୍ଜ ପଦକ ଜିତିଥିଲେ । ତେବେ ଏଥର ସେ ନିଜର ପ୍ରଦର୍ଶନକୁ ଉନ୍ନତ କରି ରୌପ୍ୟ ପଦକ ଜିତିଥିଲେ । ସେହିପରି ପ୍ରଥମ ଭାରତୀୟ ଆଥଲେଟ୍‌ ଭାବେ ମାରିୟାପ୍ପନ ଥଙ୍ଗାଭେଲୁ କ୍ରମାଗତ ତୃତୀୟ ପାରାଲିମ୍ପିକ୍ ଗେମ୍ସରେ ପଦକ ଜିତିଛନ୍ତି । ସେ ୨୦୧୬ ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ, ୨୦୨୦ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ଏବଂ ଏଥର ବ୍ରୋଞ୍ଜ ପଦକ ଜିତିଛନ୍ତି ।

Paralympics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ