Advertisment

Paris Olympics 2024: ଆଜି ଜାଭେଲିନ୍ ଥ୍ରୋରେ ମୈଦାନକୁ ଓହ୍ଲାଇବେ ଓଡ଼ିଆ ଅଲିମ୍ପିଆନ୍ କିଶୋର...

ଜାଭେଲିନ୍ ଥ୍ରୋରେ ନୀରଜଙ୍କ ସହ ମୈଦାନକୁ ଓହ୍ଲାଇବେ ଓଡ଼ିଆ ପୁଅ କିଶୋର ଜେନା। କ୍ବାଲିଫିକେସନ୍ ରାଉଣ୍ଡରେ କମାଲ କରିବା ଲକ୍ଷ୍ୟରେ ରହିଛନ୍ତି।

ଅଦ୍ୟତନ ହୋଇଛି
Paris Olympics 2024: Odia Javelin Thrower Kishore Jena Match

Paris Olympics 2024

Advertisment

ଜାଭେଲିନ୍ ଥ୍ରୋରେ ନୀରଜଙ୍କ ସହ ମୈଦାନକୁ ଓହ୍ଲାଇବେ ଓଡ଼ିଆ ପୁଅ କିଶୋର ଜେନା। କ୍ବାଲିଫିକେସନ୍ ରାଉଣ୍ଡରେ କମାଲ କରିବା ଲକ୍ଷ୍ୟରେ ରହିଛନ୍ତି। ଭଲ ପ୍ରଦର୍ଶନ ସହ ପରବର୍ତ୍ତୀ ରାଉଣ୍ଡକୁ ଯିବାକୁ ଆଶା ରଖିଛନ୍ତି କିଶୋର। ଦିନ ଗୋଟାଏ ୫୦ ମିନିଟରେ ଗ୍ରୁପ-ଏ କ୍ବାଲିଫିକେସନ୍ ରାଉଣ୍ଡକୁ ସେ ଓହ୍ଲାଇବେ । ୨୦୨୨ ହାଙ୍ଗ ଝୁ ଏସିଆନ ଗେମ୍ସରେ କିଶୋର ରୌପ୍ୟ ପଦକ ଜିତିବା ସହ ଅଲିମ୍ପିକ୍ସ ଟିକେଟ ହାତେଇଥିଲେ କିଶୋର ଜେନା।

Advertisment

୮୭.୫୪ ମିଟର ଦୂରତା ଜାଭଲିନ ଫିଙ୍ଗି ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିଲେ। ୨୦୨୩ ବୁଦାପେଷ୍ଟ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ପଞ୍ଚମ ସ୍ଥାନ ଅଧିକାର କରିଥିଲେ କିଶୋର। ଅଲିମ୍ପିକ୍ସରେ ତାଙ୍କ ସଫଳତା କାମନା କରୁଛି ଓଡ଼ିଶା ସମେତ ସାରା ଦେଶ।

ଅଧିକ ପଢ଼ନ୍ତୁ: Paris Olympics 2024: ଫାଇନାଲ୍ ପାଇଁ ଫାଇଟ୍; ହକି ସେମିରେ ଆଜି ଭାରତ-ଜର୍ମାନୀ ଲଢ଼େଇ

Advertisment

ସେମିତି ଫାଇନାଲ୍ ପାଇଁ ଫାଇଟ୍। ପ୍ୟାରିସ୍ ଅଲିମ୍ପିକ୍ସ ହକି ସେମି ଫାଇନାଲରେ ଆଜି ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଜର୍ମାନୀ ସହ ଲଢ଼େଇ ରହିଛି। ଭାରତୀୟ ସମୟ ରାତି ସାଢ଼େ ୧୦ଟାରେ ଏହି ମ୍ୟାଚ୍ ଖେଳାଯିବ। ମ୍ୟାଚ୍ ଜିତି ଫାଇନାଲକୁ ଯିବା ସହ ଗୋଟିଏ ପଦକ ପକ୍କା କରିବା ଲକ୍ଷ୍ୟରେ ରହିଛି ଭାରତୀୟ ହକି ଦଳ। ଷ୍ଟାର ଡିଫେଣ୍ଡର ତଥା ଓଡ଼ିଆ ତାରିକା ଅମିତ ରୋହିଦାସଙ୍କ ବିନା ଖେଳିବ ଟିମ୍ ଇଣ୍ଡିଆ। କ୍ବାର୍ଟର ଫାଇନାଲରେ ଗ୍ରେଟ୍ ବ୍ରିଟେନରୁ ହରାଇ ସେମି ଟିକେଟ୍ ହାତେଇଥିଲା ଭାରଚ।

ସେପଟେ ଆର୍ଜେଣ୍ଟିନାକୁ ହରାଇ ସେମିକୁ ଆସିଛି ଜର୍ମାନୀ। ଗତ ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ମେଡାଲ୍ ଜିତିଥିଲା ଭାରତ। ତେଣୁଆଜିର ମ୍ୟାଚ ଉପରେ ସମସ୍ତଙ୍କର ନଜର ରହିଛି। ଟୋକିଓ ଅଲିମିକ୍ସ ପରେ ଉଭୟ ଦଳ ଏଫଆଇଏଚ୍ ପ୍ରୋ ଲିଗରେ ୬ଟି ମ୍ୟାଚ୍ ଖେଳିଛନ୍ତି। ଏଥିରୁ ଭାରତ ୫ଟି ଓ ଜର୍ମାନୀ ଜିତିଛି ଗୋଟିଏ। ସେହିପରି ଉଭୟ ଦଳ ଖେଳିଥିବା ମୋଟ୍ ୧୮ ମ୍ୟାଚରୁ ଟିମ୍ ଇଣ୍ଡିଆ ୮ଟି ଓ ଜର୍ମାନୀ ୪ଟିରେ ବିଜୟୀ ହୋଇଛି। ଡ୍ରରେ ଶେଷ ହୋଇଛି ୪ଟି ମ୍ୟାଚ୍। ୱାର୍ଲଡ ରାଙ୍କିଂରେ ଭାରତର ୫ ନମ୍ବରରେ ଥିବା ବେଳେ ଜର୍ମାନୀ ୱାର୍ଲଡ ଚାମ୍ପିଅନ୍ ରହିଛି। ତେଣୁ ଆଜି ହାଇଭୋଲଟେଜ୍ ଫାଇଟ୍ ଦେଖିବାକୁ ମିଳିପାରେ।

Advertisment

ଅଧିକ ପଢ଼ନ୍ତୁ: Paris Olympics 2024: ସୁଟର ମନୁ ଭାକରଙ୍କୁ ମିଳିଲା ବଡ଼ ଦାୟିତ୍ୱ

Olympics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ