Advertisment

Paris Olympics 2024: ଫାଇନାଲ୍ ପାଇଁ ଫାଇଟ୍; ହକି ସେମିରେ ଆଜି ଭାରତ-ଜର୍ମାନୀ ଲଢ଼େଇ

ପ୍ୟାରିସ୍ ଅଲିମ୍ପିକ୍ସ ହକି ସେମି ଫାଇନାଲରେ ଆଜି ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଜର୍ମାନୀ ସହ ଲଢ଼େଇ ରହିଛି। ଭାରତୀୟ ସମୟ ରାତି ସାଢ଼େ ୧୦ଟାରେ ଏହି ମ୍ୟାଚ୍ ଖେଳାଯିବ।

ଅଦ୍ୟତନ ହୋଇଛି
India vs Germany Hockey Semifinal Paris Olympics 2024

Paris Olympics 2024

Advertisment

ଫାଇନାଲ୍ ପାଇଁ ଫାଇଟ୍। ପ୍ୟାରିସ୍ ଅଲିମ୍ପିକ୍ସ ହକି ସେମି ଫାଇନାଲରେ ଆଜି ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଜର୍ମାନୀ ସହ ଲଢ଼େଇ ରହିଛି। ଭାରତୀୟ ସମୟ ରାତି ସାଢ଼େ ୧୦ଟାରେ ଏହି ମ୍ୟାଚ୍ ଖେଳାଯିବ। ମ୍ୟାଚ୍ ଜିତି ଫାଇନାଲକୁ ଯିବା ସହ ଗୋଟିଏ ପଦକ ପକ୍କା କରିବା ଲକ୍ଷ୍ୟରେ ରହିଛି ଭାରତୀୟ ହକି ଦଳ। ଷ୍ଟାର ଡିଫେଣ୍ଡର ତଥା ଓଡ଼ିଆ ତାରିକା ଅମିତ ରୋହିଦାସଙ୍କ ବିନା ଖେଳିବ ଟିମ୍ ଇଣ୍ଡିଆ। କ୍ବାର୍ଟର ଫାଇନାଲରେ ଗ୍ରେଟ୍ ବ୍ରିଟେନରୁ ହରାଇ ସେମି ଟିକେଟ୍ ହାତେଇଥିଲା ଭାରଚ।

Advertisment

ଅଧିକ ପଢ଼ନ୍ତୁ: Paris Olympics 2024: ସୁଟର ମନୁ ଭାକରଙ୍କୁ ମିଳିଲା ବଡ଼ ଦାୟିତ୍ୱ

ସେପଟେ ଆର୍ଜେଣ୍ଟିନାକୁ ହରାଇ ସେମିକୁ ଆସିଛି ଜର୍ମାନୀ। ଗତ ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ମେଡାଲ୍ ଜିତିଥିଲା ଭାରତ। ତେଣୁଆଜିର ମ୍ୟାଚ ଉପରେ ସମସ୍ତଙ୍କର ନଜର ରହିଛି। ଟୋକିଓ ଅଲିମିକ୍ସ ପରେ ଉଭୟ ଦଳ ଏଫଆଇଏଚ୍ ପ୍ରୋ ଲିଗରେ ୬ଟି ମ୍ୟାଚ୍ ଖେଳିଛନ୍ତି। ଏଥିରୁ ଭାରତ ୫ଟି ଓ ଜର୍ମାନୀ ଜିତିଛି ଗୋଟିଏ। ସେହିପରି ଉଭୟ ଦଳ ଖେଳିଥିବା ମୋଟ୍ ୧୮ ମ୍ୟାଚରୁ ଟିମ୍ ଇଣ୍ଡିଆ ୮ଟି ଓ ଜର୍ମାନୀ ୪ଟିରେ ବିଜୟୀ ହୋଇଛି। ଡ୍ରରେ ଶେଷ ହୋଇଛି ୪ଟି ମ୍ୟାଚ୍। ୱାର୍ଲଡ ରାଙ୍କିଂରେ ଭାରତର ୫ ନମ୍ବରରେ ଥିବା ବେଳେ ଜର୍ମାନୀ ୱାର୍ଲଡ ଚାମ୍ପିଅନ୍ ରହିଛି। ତେଣୁ ଆଜି ହାଇଭୋଲଟେଜ୍ ଫାଇଟ୍ ଦେଖିବାକୁ ମିଳିପାରେ।

ସେହିପରି ପ୍ୟାରିସ ଅଲିମ୍ପିକ୍ସରେ ଆଜି ଭାରତ ପାଇଁ ବଡ଼ ଆଶା। ଜାଭେଲିନ୍ ଥ୍ରୋ କ୍ବାଲିଫିକେସନ୍ ରାଉଣ୍ଡକୁ ଓହ୍ଲାଇବେ ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା ଏବଂ ଓଡ଼ିଆ ଆଥଲେଟ୍ କିଶୋର ଜେନା। ପଦକର ପ୍ରବଳ ଦାବିଦାର ଅଛନ୍ତି ନୀରଜ ଚୋପ୍ରା। ଦ୍ବିତୀୟ ଅଲିମ୍ପିକ୍ସ ମେଡାଲ୍ ଲକ୍ଷ୍ୟରେ ରହିଛନ୍ତି।

Advertisment

ଦିନ ୩ଟା ୨୦ ମିନିଟରେ ଗ୍ରୁପ୍-ବି କ୍ବାଲିଫିକେସନ୍ ରାଉଣ୍ଡରେ ମୈଦନାକୁ ଓହ୍ଲାଇବେ ନୀରଜ ଚୋପ୍ରା। ସେ ୨୦୨୨ରେ ଡାଇମଣ୍ଡ ଲିଗ୍ ଓ ୨୦୨୩ରେ ଏସିଆନ୍ ଗେମ୍ସରେ ସ୍ବର୍ଣ୍ଣ ଜିତିଥିଲେ। ପ୍ୟାରିସ୍ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଲକ୍ଷ୍ୟରେ ଆଜି ଅଭିଯାନ ଆରମ୍ଭ କରିବେ ନୀରଜ। 

ଅଧିକ ପଢ଼ନ୍ତୁ: Paris Olympics 2024: ବିରଳ ରେକର୍ଡ: ଆଖି ପଲକରେ ସ୍ବର୍ଣ୍ଣ ପଦକ ଜିତିଲେ ଲାଇଲ୍ସ !

Advertisment

Olympic Hockey India Hockey
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ