Advertisment

Pandya Brothers:ଚର୍ଚ୍ଚାରେ ପାଣ୍ଡ୍ୟା ବ୍ରଦର୍ସ, କୋଚଙ୍କୁ ଦାନ କରିଦେଲେ ୮୦ ଲକ୍ଷ ଟଙ୍କା

ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା । କେତେବେଳେ ନିଜ ଖେଳ ପାଇଁ ତ କେତେବେଳେ ଫିଟନେସ ପାଇଁ ଆଉ କେତେବେଳେ ନିଜର ଷ୍ଟାଇଲ ଲୁକ୍ ଓ ବିବାଦୀୟ ମନ୍ତବ୍ୟ ପାଇଁ। ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି। ହାର୍ଦ୍ଦିକ ଓ ତାଙ୍କ ବଡ଼ ଭାଇ କୃଣାଲ ପାଣ୍ଡ୍ୟା I

 Pandya Brothers

Pandya Brothers

Advertisment

ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା । କେତେବେଳେ ନିଜ ଖେଳ ପାଇଁ ତ କେତେବେଳେ ଫିଟନେସ ପାଇଁ ଆଉ କେତେବେଳେ ନିଜର ଷ୍ଟାଇଲ ଲୁକ୍ ଓ ବିବାଦୀୟ ମନ୍ତବ୍ୟ ପାଇଁ। ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି। ହାର୍ଦ୍ଦିକ ଓ ତାଙ୍କ ବଡ଼ ଭାଇ କୃଣାଲ ପାଣ୍ଡ୍ୟା IPL ୨୦୨୫ରେ ନିଜର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିଥିଲେ। ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଥିବାବେଳେ , କୃଣାଲ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମୁଖ୍ୟ ବୋଲର ଥିଲେ। ଦୁଇ ଭାଇ ପଡ଼ିଆ ଭିତରେ ବେଶ୍‌ ଆଗ୍ରେସିଭ୍ ଢ଼ଙ୍ଗରେ ମ୍ୟାଚ ଖେଳିଥାନ୍ତି । କିନ୍ତୁ ପଡ଼ିଆ ବାହାରେ ସେମାନଙ୍କର ବ୍ୟକ୍ତିତ୍ବ କିଛି ଅଲଗା । ଯାହା ଆପଣଙ୍କ ହୃଦୟକୁ ଛୁଇଁଯିବ।

Advertisment

ସଫଳତାକୁ ସେଲିବ୍ରେଟ କରୁଥିବା ବେଳେ ପାଣ୍ଡ୍ୟା ବ୍ରଦର୍ସ ଭୁଲି ନାହାଁନ୍ତି ପିଲା ଦିନର କୋଚଙ୍କୁ । ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରିଛନ୍ତି କୋଚ୍ ଜିତେନ୍ଦ୍ର ସିଂହଙ୍କୁ । ପାଣ୍ଡ୍ୟା ବ୍ରଦର୍ସଙ୍କ ପ୍ରଶିକ୍ଷକ ଜିତେନ୍ଦ୍ର ସିଂହ ଏକ ସାକ୍ଷାତକାରରେ ଜାତୀୟ ଗଣମାଧ୍ୟମକୁ କହିଥିଲେ କିଭଳି ଦୁଇ ଭାଇ ତାଙ୍କୁ ପ୍ରତିଟି ଅସୁବିଧା ସମୟରେ ସାହାଯ୍ୟ କରିଛନ୍ତି ଓ ତାଙ୍କ ପାଖରେ ଛିଡ଼ା ହୋଇଛନ୍ତି । ୨୦୧୮ରେ ଜିତେନ୍ଦ୍ର ସିଂହ ପ୍ରଥମ ଭଉଣୀର ବିବାହ ହୋଇଥିଲା । ସେ ସମୟରେ କୃଣାଲ ଓ ହାର୍ଦ୍ଦିକ ଆର୍ଥିକ ଭାବରେ ବହୁତ ସାହାଯ୍ୟ କରିଥିଲେ । ୨୦୨୪ରେ ଦ୍ବିତୀୟ ଭଉଣୀ ବାହାଘରରେ ବି ଅନେକ ଉପହାର ଦେଇଥିଲେ।

ଜିତେନ୍ଦ୍ର ସିଂହ ଆହୁରି କହିଛନ୍ତି '୨୦୧୫-୧୬ରେ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ ହାର୍ଦ୍ଦିକ ତାଙ୍କୁ ଏକ କାର ଉପହାର ଦେଇଥିଲେ । ସେତେବେଳେ ହାର୍ଦ୍ଦିକଙ୍କ ତାହା ଥିଲା ପ୍ରଥମ ସିରିଜ। ଆର୍ଥିକ ଦୃଷ୍ଟିକୋଣରୁ ସେତେ ସୁଦୃଢ ବି ହୋଇନଥିଲେ । ତଥାପି ଗୁରୁଙ୍କୁ କାର ଉପହାର ଦେଇଥିଲେ ହାର୍ଦ୍ଦିକ। ତାଙ୍କ କୋଚ୍‌ କିଭଳି ଭଲରେ ଯିବା ଆସିବା କରିପାରିବେ ସେଥିପାଇଁ ୫ରୁ ୬ଲକ୍ଷ ଟଙ୍କାର କାର କିଣିଦେଇଥିଲେ।

Advertisment

୨୦୧୫ରେ ଆଇପିଏଲରେ ଡେବ୍ୟୁ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ସେ ସମୟରେ ଜିତେନ୍ଦ୍ର ସିଂହଙ୍କ ମାଆଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ନଥିଲା । ଜିତେନ୍ଦ୍ର ସିଂହ ଏ ବିଷୟରେ କିଛି ବି ହାର୍ଦ୍ଦିକଙ୍କୁ କହିନଥିଲେ । କାରଣ ସେ ଚାହୁଁନଥିଲେ ଖେଳରୁ ହାର୍ଦ୍ଦିକଙ୍କ ଧ୍ୟାନ ହଟୁ । ବରୋଦା ଫେରିବା ପରେ ହାର୍ଦ୍ଦିକଙ୍କ ସହ କଥା ହୋଇଥିଲେ ଜିତେନ୍ଦ୍ର ସିଂ । ମାଆ ଅସୁସ୍ଥ ଥିବା କଥା ଜଣାଇଥିଲେ । ହାର୍ଦ୍ଦିକ କହିଥିଲେ ଆପଣ ଆପଣ ଟଙ୍କା କଥା ଚିନ୍ତା କରନ୍ତୁନି, ମାଆଙ୍କର ଯତ୍ନ ନିଅନ୍ତୁ ।

୨୦୧୭ ଏବଂ ୨୦୧୯ରେ ମୁମ୍ବାଇ ଆଇପିଏଲ ଜିତିବା ପରେ ହାର୍ଦ୍ଦିକ ଏବଂ କୃଣାଲ ଜିତେନ୍ଦ୍ରଙ୍କୁ ଢ଼େର ଆର୍ଥିକ ସାହାଯ୍ୟ କରିଥିଲେ। ୨୦୨୫ରେ ଆରସିବି ଆଇପିଏଲ ଜିତିଥିଲା । ସେତେବେଳେ କୃଣାଲ ଜିତେନ୍ଦ୍ର ସିଂହଙ୍କୁ ଏକ କାର କିଣିବା ପାଇଁ ୧୯ ଲକ୍ଷ ଟଙ୍କା ଦେଇଥିଲେ । ପାଣ୍ଡ୍ୟା ବ୍ରଦର୍ସଙ୍କ ଗୁରୁ ତଥା କୋଚ୍ ଜିତେନ୍ଦ୍ର ସିଂହଙ୍କୁ ଏଯାବତ ପ୍ରାୟ ୭୦-୮୦ ଲକ୍ଷ ଟଙ୍କା ସହାୟତା କରିଛନ୍ତି । ତାଙ୍କ ଗୁରୁଙ୍କ ପ୍ରତି ଏଭଳି ସମର୍ପଣ ଭାବ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି ।

Advertisment
Jitendra Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ