Advertisment

ପାକିସ୍ତାନଠୁ ହାରିଲା ଭାରତ

କୋହଲି ଦମଦାର ଅର୍ଦ୍ଧଶତକ କରି ଉଭୟେ ଦଳର ସ୍କୋରକୁ ସମ୍ମାନଜନକ ସ୍ଥିତିକୁ ଆଣିଥିଲେ। କୋହଲିଙ୍କ ସହ ରବୀନ୍ଦ୍ର ଜାଡେଜା ୧୫ ଓଭରରେ ଦଳର ସ୍କୋର ଶହେ ରନରେ ପହଞ୍ଚାଇଥିଲେ। ଭାରତ ପକ୍ଷରୁ ୧୫୨ ରନ୍ ଟାର୍ଗେଟକୁ ପିଛା କରି ପାକ୍ ଟିମ୍ ବିଜୟ ହାସଲ କରିଛି।

Pakistan Won

Pakistan Won

Advertisment

ଦୁବାଇ: ଟି-ଟ୍ବେଣ୍ଟି ବିଶ୍ୱକପ୍‌ରେ ପାକିସ୍ତାନଠୁ ହାରିଲା ଭାରତ। ପାକିସ୍ତାନ ୧୭.୫ ଓଭରରେ ୧୦ ୱିକେଟ୍‌ରେ ଏହି ବିଜୟ ହାସଲ କରିଛି। ଭାରତ ପକ୍ଷରୁ ୧୫୨ ରନ୍ ଟାର୍ଗେଟକୁ ପିଛା କରି ପାକ୍ ଟିମ୍ ବିଜୟ ହାସଲ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ହେଲେ ସ୍ଥିତି ସମ୍ଭାଳି ନେଇଥିଲେ କ୍ୟାପଟେନ୍ କୋହଲି ଓ ରିଷବ ପନ୍ଥ।

Advertisment

କୋହଲି ଦମଦାର ଅର୍ଦ୍ଧଶତକ କରି ଉଭୟେ ଦଳର ସ୍କୋରକୁ ସମ୍ମାନଜନକ ସ୍ଥିତିକୁ ଆଣିଥିଲେ। କୋହଲିଙ୍କ ସହ ରବୀନ୍ଦ୍ର ଜାଡେଜା ୧୫ ଓଭରରେ ଦଳର ସ୍କୋର ଶହେ ରନରେ ପହଞ୍ଚାଇଥିଲେ। ଓପନର ରୋହିତ ଶର୍ମା ଖାତା ଖୋଲିନପାରି ପାଭିଲିୟନ ଫେରିଥିବାବେଳେ କେ.ଏଲ. ରାହୁଲ ୩ରନ୍‌ରେ ଆଉଟ୍ ହୋଇଥିଲେ।  ରିଷବ ପନ୍ଥ ୩୦ ବଲ୍ ଖେଳି ୩୯ ରନ୍ କରିଥିଲେ। ପାକିସ୍ତାନ ପକ୍ଷରୁ ହାସନ ଅଲ୍ଲୀ ଓ ସଦାବ ଖାଁ ଗୋଟିଏ ଲେଖାଏଁ ଓ୍ୱିକେଟ୍ ପାଇଥିଲେ।

India Vs Pakistan India Vs Pakistan Match T20 World Cup T20 World Cup 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ