Advertisment

ପାକିସ୍ତାନୀ ଗଣମାଧ୍ୟମର ସୂଚନା- ସାନିଆ ଓ ସୋଏବଙ୍କ ମଧ୍ୟରେ ବିବାହ ବିଚ୍ଛେଦ !

ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା(Sania Mirza) ଓ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ(Shoaib Malik)ଙ୍କ ବିବାହ ବିଚ୍ଛେଦ ହୋଇଥିବା ନେଇ ଚର୍ଚ୍ଚା ହେଉଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Pak media claims Sania Mirza and Shoaib Malik officially divorced

Pak media claims Sania Mirza and Shoaib Malik officially divorced

ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା(Sania Mirza) ଓ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ(Shoaib Malik)ଙ୍କ ବିବାହ ବିଚ୍ଛେଦ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ପୂର୍ବରୁ ଉଭୟ ଅଲଗା ରହୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ଅଫିସିଆଲି ସେମାନଙ୍କର ଛାଡ଼ପତ୍ର ହୋଇଥିବା ପାକିସ୍ତାନର କିଛି ଗଣମାଧ୍ୟମ ଦାବି କରୁଛନ୍ତି। 

Advertisment

ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ଉଭୟ(ସାନିଆ ଓ ସୋଏବ)ଙ୍କ ବୈବାହିକ ଜୀବନ ଠିକ୍‌ ଭାବେ ଚାଲୁ ନାହିଁ। ତେଣୁ ଉଭୟ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନର ସଦ୍ୟତମ ରିପୋର୍ଟ ଅନୁସାରେ, ସେମାନଙ୍କ ବିବାହ ବିଚ୍ଛେଦ ହୋଇ ସାରିଲାଣି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କିଛି ଦିନ ପାଇଁ ସାନିଆ ଓ ସୋଏବ ଅଲଗା ରହୁଥିଲେ। ହେଲେ ଉଭୟ ଏବେ ଅଫିସିଆଲି ଛାଡ଼ପତ୍ର ଦେଇଛନ୍ତି।

Advertisment

ସୂଚନାଥାଉ କି, ୨୦୧୦ ମସିହାରେ ସାନିଆ ଓ ସୋଏବଙ୍କ ବିବାହ ହୋଇଥିଲା। ହେଲେ ଗୁଜବ ହେଉଛି ଯେ, ସୋଏବ କୁଆଡ଼େ ସାନିଆଙ୍କୁ ଧୋକା ଦେଇଛନ୍ତି। ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଥିଲା। ଫଳରେ ସାନିଆ, ସୋଏବଙ୍କଠୁ ଛାଡ଼ପତ୍ର ନେବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏନେଇ ଉଭୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ପ୍ରକୃତରେ ସାନିଆ ଓ ସୋଏବଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି କି ନାହିଁ ? ଯଦି ବି ହୋଇଛି ଏହା ପଛର କାରଣ କ’ଣ ? ଏନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଏସବୁ ଭିତରେ କିଛି ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସୋଏବ, ସାନିଆଙ୍କୁ ଧୋକା ଦେଇଛନ୍ତି। ଯେଉଁଥିପାଇଁ ବିବାହ ବିଚ୍ଛେଦ ହୋଇଥିବା ଚର୍ଚ୍ଚା ହେଉଛି।


 
 
 
 
 
 
 
 
 
 
 
 
 
 

A post shared by Sania Mirza (@mirzasaniar)

Sania Mirza
Advertisment
Advertisment