Advertisment

ଭାରତ-ଦକ୍ଷିଣ ଆଫ୍ରିକା T-20 ମ୍ୟାଚ୍ ପାଇଁ କାଲିଠୁ ଅନ୍‌ଲାଇନ୍‌ ଟିକେଟ୍ ବିକ୍ରି

ଆସନ୍ତାକାଲି ଠାରୁ ଆରମ୍ଭ ହେବ ବାରବାଟୀ ଟି-20 ମ୍ୟାଚ୍‌ର ଟିକେଟ୍ ବିକ୍ରି । ଗ୍ୟାଲେରୀ ନମ୍ବର ୨, ୪, ୭, ସ୍ପେଶାଲ ଏନକ୍ଲୋଜର, ନ୍ୟୁ ପାଭେଲିୟନ ଏବଂ ଏସି ବକ୍ସ ପାଇଁ ଟିକେଟ ବିକ୍ରି କରାଯିବ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Online Ticket Sale For India Vs South Africa ODI At Barabati Stadium From June 1 | Odisha

Online Ticket Sale For India Vs South Africa ODI At Barabati Stadium From June 1 | Odisha

ବାରବାଟୀ ଟି-20 ପାଇଁ ଆସନ୍ତାକାଲି ଠାରୁ ଆରମ୍ଭ ହେବ ଟିକେଟ୍ ବିକ୍ରି । ସକାଳ ୧୧ଟାଠାରୁ ଆରମ୍ଭ ହେବ ଅନଲାଇନ୍ ଟିକେଟ୍ ବିକ୍ରି । ଅନଲାଇନରେ ମୋଟ ୫ ହଜାର ଟିକେଟ ବିକ୍ରି କରାଯିବ । ଗ୍ୟାଲେରୀ ନମ୍ବର ୨, ୪, ୭, ସ୍ପେଶାଲ ଏନକ୍ଲୋଜର, ନ୍ୟୁ ପାଭେଲିୟନ ଏବଂ ଏସି ବକ୍ସ ପାଇଁ ଟିକେଟ ବିକ୍ରି କରାଯିବ ।

Advertisment

ଟିକେଟ୍‌ ବୁକିଂ ପାଇଁ ନିଜର ପରିଚୟ ପ୍ରମାଣପତ୍ର ଦେଖାଇ ଫୋନ୍ ନମ୍ବର ଏବଂ ଇମେଲ ଆଇଡ଼ି ଦେଇ ବୁକ କରିବାକୁ ବଡିବ । ଜଣେ ବ୍ୟକ୍ତି କେବଳ ଦୁଇଟି ଟିକେଟ ବୁକିଂ କରିପାରିବେ । ଏହାସହ ୯ ତାରିଖରୁ ବାରବାଟୀ ଷ୍ଟାଡିୟମର ଟିକେଟ କାଉଣ୍ଟରରେ ଅଫଲାଇନ୍‌ରେ ଟିକେଟ ମିଳିବ ।

ସୂଚନା ଅନୁସାରେ, ବାରବାଟୀରେ ଆସନ୍ତା ଜୁନ ୧୨ ତାରିଖରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-20 ମ୍ୟାଚ୍ ।ଏପଟେ ମ୍ୟାଚ୍ ପାଇଁ ଓସିଏ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଷ୍ଟାଡିୟମକୁ ନୂଆ ରୂପରେ ସଜାଯାଉଛି ଏହାସହ ସବୁ ଲାଇଟ୍ ମଧ୍ୟ ଟେଷ୍ଟିଂ କରାଯାଇଛି ।

Advertisment

ଅନ୍ୟପକ୍ଷେ, ଷ୍ଟାଡିୟମର ପୁରା କ୍ଷମତା ସହିତ ଦର୍ଶକ ଉପସ୍ଥିତ ରହିବେ । ବାଲିଯାତ୍ରା ପଡିଆରେ ସାଧାରଣ ଦର୍ଶକଙ୍କ ପାଇଁ ଗାଡି ପାର୍କିଂ ସୁବିଧା କରାଯିବ । ମ୍ୟାଚ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ନା ଓ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ OCA ବୈଠକରେ ଉପସ୍ଥିତ ରହି ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ।

ବୈଠକ ପରେ ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଥିଲେ ଯେ, ଏହି ମ୍ୟାଚ୍ ପାଇଁ ଖେଳାଳି ଆସିବା ଠାରୁ ଯିବା ପର୍ଯ୍ୟନ୍ତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ। ୪୦ ହଜାର ଦର୍ଶକ ଖେଳ ଦେଖିବାକୁ ଆସିବେ। ଏଣୁ ପ୍ରାୟ ୧୫ ହଜାର ଗାଡ଼ି ଏଠାକୁ ଆସିବ। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ। ସେହିଭଳି ଗାଡ଼ି ପାର୍କିଂ ପାଇଁ ବାଲିଯାତ୍ରା ପଡ଼ିଆରେ ବ୍ୟବସ୍ଥା କରାଯିବ।

Barabati Stadium Online Ticket Booking India-South Africa T20
Advertisment
Advertisment