Advertisment

ଓଡ଼ିଆ ପୁଅ ହକି ଇଣ୍ଡିଆର ନୂଆ ମୁଖିଆ

ପ୍ରଥମ ଓଡ଼ିଆ ଭାବେ ହକି ଇଣ୍ଡିଆ ସଭାପତି ହେଲେ ଦିଲୀପ।

ଅଦ୍ୟତନ ହୋଇଛି
Dilip Tirkey

Dilip Tirkey

Advertisment

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା। ଭାରତର ପୂର୍ବତନ ଅଧିନାୟକ ତଥା ଅଲିମ୍ପିଆନ୍ ପଦ୍ମଶ୍ରୀ ଦିଲୀପ ତିର୍କୀ ହେଲେ ହକି ଇଣ୍ଡିଆ ସଭାପତି। ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେଲେ ଦିଲୀପ। ପ୍ରତିଦ୍ୱନ୍ଦ୍ୱିତାରେ ଥିବା ଅନ୍ୟ ୨ ଜଣ ନାମାଙ୍କନ ପ୍ରତ୍ୟାହାର କଲେ। ପ୍ରଥମ ଓଡ଼ିଆ ଭାବେ ହକି ଇଣ୍ଡିଆ ସଭାପତି ହେଲେ ଦିଲୀପ।

Advertisment

ପୂର୍ବତନ ଫୁଲ୍ ବ୍ୟାକ୍ ୪୪ ବର୍ଷିୟ ର୍ତିକୀ ବର୍ତ୍ତମାନ ଓଡିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଅଛନ୍ତି। ଅକ୍ଟୋବର ୯ ସୁଦ୍ଧା ହକି ଇଣ୍ଡିଆ ନିର୍ବାଚନ ପ୍ରକ୍ରିୟା ଶେଷ ହେବାର ଅଛି । ବିହାର ସରକାରର ପୂର୍ବତନ ର୍ନିବାଚନ ଅଧିକାରୀ ଅଜୟ ନାୟକଙ୍କୁ ଏହି ର୍ନିବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଭାବରେ ନିଯୁକ୍ତ କରାଯାଇଥିଲା।  

ଗତ ୧୮ ତାରିଖରେ ସେ ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ।  କ୍ରୀଡାକୁ ଏକ ନୂଆ ଉଚ୍ଚତାକୁ ଆଣିବା ତାଙ୍କର ଉଦ୍ଦେଶ୍ୟ ବୋଲି ନାମାଙ୍କନପତ୍ର ଦାଖଲ କରିବା ପରେ ତିର୍କୀ କହିଥିଲେ। ସମସ୍ତଙ୍କ ଆଶୀର୍ବାଦ ସହିତ ହକି ଇଣ୍ଡିଆ ସଭାପତି ପଦ ପାଇଁ ମୋର ନାମାଙ୍କନପତ୍ର ଦାଖଲ କରିଛି। ମୁଁ ଭାରତୀୟ ହକିକୁ ନୂତନ ଉଚ୍ଚତାକୁ ନେବାକୁ ପ୍ରତିଶ୍ରୁତିବଦ୍ଧ" ବୋଲି ତିର୍କୀ ଟୁଇଟ କରି କହିଥିଲେ।

Advertisment

୧୯୯୫ରୁ ୨୦୧୦ ଯାଏଁ ଭାରତୀୟ ହକି ଦଳରେ ନିଜ ଚତ୍ମକାର ପ୍ରଦର୍ଶନ ଦେଖାଇଥିଲେ ଦିଲୀପ। ସ୍ୱର୍ଣ୍ଣ, ରୌପ୍ୟ ଭଳି ଏକାଧିକ ମେଡାଲ୍ ସହ ତାଙ୍କ ନାଁରେ ରହିଛି ଅନେକ ରେକର୍ଡ। ଦେଶର ସବୁଠୁ ଅଧିକ ୪୧୨ ହକି ମ୍ୟାଚ୍ ସେ ଖେଳିଛନ୍ତି। ୨୦୦୩ ଏସିଆନ୍ ଗେମସରେ ଶ୍ରେଷ୍ଠ କ୍ୟାପଟେନ୍ ଭାବେ ତାଙ୍କୁ ମିଳିଛି ସ୍ବର୍ଣ୍ଣ। ହକିରେ ତାଙ୍କ ଅତୁଳନୀୟ ଅବଦାନ ପାଇଁ ୨୦୦୪ରେ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା। ଖାଲି ଖେଳରେ ନୁହେଁ ରାଜନୀତିରେ ତାଙ୍କର ରହିଛି ପାରଦର୍ଶିତା। ୨୦୧୨ରୁ ୨୦୧୮ ଯାଏଁ ଦିଲିପ ରାଜ୍ୟସଭା ସାଂସଦ ଥିଲେ। 

Hockey India Dilip Tirkey
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ