Advertisment

ଓଡ଼ିଆ ‌ଅଲମ୍ପିଆନ୍‌ଙ୍କ ଲାଗି ପୁରସ୍କାର ଘୋଷଣା

ଓଡ଼ିଶାରୁ ୬ ଜଣ ଆଥଲେଟ୍ ଟୋକିଓ ଅଲିମ୍ପିକରେ ଭାଗ ନେଇଛନ୍ତି। ସ୍ୱର୍ଣ୍ଣ ବିଜେତା, ରୌପ୍ୟ ବିଜେତା ଏବଂ ବ୍ରୋଞ୍ଜ ଜିତିଲେ କେତେ ଟଙ୍କାର ପୁରସ୍କାର ମିଳିବ ଘୋଷଣା କଲା ଆସୋସିଏସନ

ଓଡ଼ିଆ ‌ଅଲମ୍ପିଆନ୍‌ଙ୍କ ଲାଗି ପୁରସ୍କାର ଘୋଷଣା

Tokyo Olympics

Advertisment

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ ପଦକ ହାସଲ କଲେ ଓଡ଼ିଶା ଅଲିମ୍ପିକ ଆସୋସିଏସନ ଦେବ ଆର୍ଥିକ ପୁରସ୍କାର। ଓଡ଼ିଆ ଆଥଲେଟଙ୍କ ଲାଗି ଓଡ଼ିଶା ଅଲିମ୍ପିକ ଆସୋସିଏସନ ଏହି ପୁରସ୍କାର ରାଶି ଘୋଷଣା କରିଛି। ସ୍ୱର୍ଣ୍ଣ ବିଜେତାଙ୍କୁ ୫ ଲକ୍ଷ, ରୌପ୍ୟ ବିଜେତାଙ୍କୁ ୩ ଲକ୍ଷ ଏବଂ ବ୍ରୋଞ୍ଜ ଜିତିଲେ ୧ ଲକ୍ଷ ପୁରସ୍କାର ମିଳିବ ବୋଲି ଆସୋସିଏସନ  ପକ୍ଷରୁ କୁହାଯାଇଛି। ଓଡ଼ିଶାରୁ ୬ ଜଣ ଆଥଲେଟ୍ ଟୋକିଓ ଅଲିମ୍ପିକରେ ଭାଗ ନେଇଛନ୍ତି।

Advertisment

ଭାରତୀୟ ପୁରୁଷ ହକି ଦଳରେ ଦୁଇଜଣ ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ମହିଳା ହକି ଟିମରେ ଓଡିଶାରୁ ଦୀପଗ୍ରେସ ଏକ୍କା ଏବଂ ନମିତା ଟପ୍ପୋ ସାମିଲ ହୋଇଛନ୍ତି। ଆଥଲେଟିକ୍ସରେ ଦୂତୀ ଚାନ୍ଦ ସ୍ପ୍ରିଣ୍ଟ ଇଭେଣ୍ଟରେ ସ୍ଥାନ ପକ୍କା କରିଛନ୍ତି। ସେହିପରି ପାରା ଅଲିମ୍ପିକ୍ସରେ ପ୍ରମୋଦ ଭଗତ ଓଡିଆ ଖେଳାଳି ଭାବେ ପ୍ରତିନିଧିତ୍ୱ କରୁଛନ୍ତି।

ଓଡ଼ିଶା ଆଥଲେଟ ଅଲମ୍ପିକ୍‌ରେ ପଦକ ଜିତିଲେ ପୁରସ୍କାର ଦେବା ପାଇଁ ଆଗରୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଯେଉଁ ଓଡ଼ିଆ ଖେଳାଳି ଅଲମ୍ପିକ୍‌ରେ ସ୍ୱର୍ଣ୍ଣ ପଦକ ଜିତିବେ ସେମାନଙ୍କୁ ୬ କୋଟି ଟଙ୍କା ପୁରସ୍କାର ଦିଆଯିବ । ଏହାସହ ଯିଏ ରୌପ୍ୟ ପଦକ ଜିତିବ ତାଙ୍କୁ ୪ କୋଟି ଏବଂ ବ୍ରୋଞ୍ଜ ପଦକ ଜିତିଲେ ୨.୫ କୋଟି ଟଙ୍କା ଦିଆଯିବ । ଖାଲି ସେତିକି ନୁହେଁ ଭାଗ ନେବାକୁ ଥିବା ପ୍ରତିଯୋଗୀଙ୍କୁ ମଧ୍ୟ ୧୫ ଲକ୍ଷ ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

Advertisment

ସେହିପରି ଟୋକିଓ ଯିବାକୁ ଥିବା ଭାରତୀୟ ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଖେଳାଳିଙ୍କ ସହ ଉପସ୍ଥିତ ପରିଜନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। ଏହାସହ ଖେଳାଳିଙ୍କୁ ସେମାନଙ୍କ ପ୍ରସ୍ତୁତି ସଂପର୍କରେ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ। ପ୍ରତ୍ୟେକ ଖେଳାଳିଙ୍କୁ ସେମାନଙ୍କ ସମସ୍ୟା ଓ ପ୍ରସ୍ତୁତି ସଂପର୍କରେ ପଚାରିଥିଲେ। 

Advertisment

ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଥିଲେ। କହିଲେ ଦୂତି ଅର୍ଥ ଚମକ, ଟୋକିଓରେ ଚମକ ଅପେକ୍ଷାରେ ଭାରତ ବୋଲି ଦୂତିଙ୍କୁ ମୋଦି କହିଥିଲେ । ସକଳ ସଂଘର୍ଷ ସତ୍ତ୍ୱେ ନିଜର ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀଙ୍କୁ କହିଲେ ଦୂତି । ଦୂତିଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ମୋଦି ଧନ୍ୟବାଦ ଜଣାଇଥିଲେ।

Odisha News Odisha Government Tokyo Olympics Dutee Chand
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ