Advertisment

Flood light Issue: ମ୍ୟାଚ ଅଧାରେ ଲିଭିଲା ଫ୍ଲଡ୍ ଲାଇଟ୍, ଓସିଏକୁ ସ୍ପଷ୍ଟୀକରଣ ମାଗିଲେ କ୍ରୀଡାମନ୍ତ୍ରୀ

ବାରବାଟୀ ଷ୍ଟାଡିୟମରେ ମ୍ୟାଚ୍ ବେଳେ କେମିତି ଓ କାହିଁକି ଲିଭିଲା ଫ୍ଲଡ୍ ଲାଇଟ୍। ଏନେଇ OCAକୁ ସ୍ପଷ୍ଟୀକରଣ ମଗାଯିବ। ଏହି ସୂଚନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କେଉଁମାନେ ଦାୟିତ୍ବରେ ଥିଲେ, ତାହା ବିଚାର କରିବୁ ବୋଲି କହିଛନ୍ତି।

suraj suryavanshi

suraj suryavanshi

Advertisment

ବାରବାଟୀ ଷ୍ଟାଡିୟମରେ ମ୍ୟାଚ୍ ବେଳେ କେମିତି ଓ କାହିଁକି ଲିଭିଲା ଫ୍ଲଡ୍ ଲାଇଟ୍। ଏନେଇ OCAକୁ ସ୍ପଷ୍ଟୀକରଣ ମଗାଯିବ। ଏହି ସୂଚନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କେଉଁମାନେ ଦାୟିତ୍ବରେ ଥିଲେ, ତାହା ବିଚାର କରିବୁ ବୋଲି କହିଛନ୍ତି। ଅନ୍ୟପଟେ OCA ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, ଜେନେରେଟର ସମସ୍ୟା ପାଇଁ ଏପରି ହେଲା। ଯେପରି ପୁନରାବୃତ୍ତି ନହେବ ଧ୍ୟାନ ଦେବୁ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ହେଲା ଓ ବିକଳ୍ପ ବ୍ୟବସ୍ଥା ବିଳମ୍ବ ହେଲା। ଦ୍ବିତୀୟ ଜେନେରେଟର ଆଣିଲା ବେଳେ ବାଟରେ ଟିମ୍ ବସ୍ ଥିଲା। ଟିମ୍ ବସ୍ ଡ୍ରାଇଭରଙ୍କୁ ଖୋଜିବାରୁ ଟିକେ ବିଳମ୍ବ ହେଲା।

Advertisment

ଅଧିକ ପଢ଼ନ୍ତୁ: ଫେଲ ମାରିଲା ଫ୍ଲଡ ଲାଇଟ, ପ୍ୟାଭିଲିୟନକୁ ଫେରିଲେ ଉଭୟ ଦଳର ଖେଳାଳି 

ଭାରତର ବ୍ୟାଟିଂ ବେଳେ ଫ୍ଲଡ୍ ଲାଇଟରେ ସମସ୍ୟା ଯୋଗୁଁ ୨୦ରୁ ୨୫ ମିନିଟ୍ ମ୍ୟାଚ୍ ବନ୍ଦ ରହିଥିଲା । ମ୍ୟାଚର ସପ୍ତମ ଓଭର ଚାଲିଥିବା ବେଳେ ହଠାତ୍ ଗୋଟିଏ ଫ୍ଲଡ୍ ଲାଇଟ୍ ଲିଭି ଯାଇଥିଲା। ଫଳରେ ପଡ଼ିଆର କିଛି ସ୍ଥାନ ଅନ୍ଧାର ହୋଇଯାଇଥିଲା। ସେହି ସମୟରେ କ୍ରିଜରେ ଥିଲେ ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ୍ ଗିଲ୍। ଉଭୟେ କିଛି ସମୟ କ୍ରିଜରେ ରହିବା ପରେ ପାଭିଲିୟନ୍ ଫେରିଥିଲେ। ଏଭଳି ସମସ୍ୟାକୁ ନେଇ ବିରକ୍ତି ପ୍ରକାଶ କରିଥିଲେ ରୋହିତ ଶର୍ମା। ଦର୍ଶକ ବି ନିରାଶ ହୋଇଥିଲେ। ପାଖାପାଖି ୨୦ ରୁ ୨୫ ମିନିଟ ପରେ ଆରମ୍ଭ ହୋଇଥିଲା ମ୍ୟାଚ୍।

କ୍ୟାପଟେନ୍ ରୋହିତ ଶର୍ମାଙ୍କ ଧୂଆଁଧାର ଶତକୀୟ ଇନିଂସ। ଜାଡେଜାଙ୍କ ଯାଦୁଗରୀ ସ୍ପିନ୍। ଗିଲଙ୍କ ଅର୍ଦ୍ଧଶତକ ସହ ଶ୍ରେୟସ ଆୟାର ଓ ଅକ୍ଷର ପଟେଲଙ୍କ ଲଢୁଆ ବ୍ୟାଟିଂ, ବାରବାଟୀରେ ଟିମ୍ ଇଣ୍ଡିଆକୁ ଦେଇଛି ବଡ଼ ବିଜୟ। ଦ୍ବିତୀୟ ଦିନିକିଆରେ ଇଂଲଣ୍ଡକୁ ୪ ୱିକେଟରେ ହରାଇ ମ୍ୟାଚ୍ ଜିତିବା ସହ ଆଗୁଆ ୨-୦ରେ ସିରିଜ କବଜା କରିଛି ଟିମ୍ ଇଣ୍ଡିଆ। ବାରବାଟୀରେ ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଇଂଲିଶ ବାହିନୀ ୩୦୪ ରନ୍ କରିଥିଲା।

Advertisment

ଜବାବରେ ହାତରେ ୪ ଓଭର ୩ଟି ବଲ୍ ବାକି ଥାଇ ଟାର୍ଗେଟ ପୂରା କରିଥିଲା ଭାରତ। କ୍ୟାପଟେନ୍ ରୋହିତ ଶର୍ମା ବହୁ ଦିନ ପରେ ଫର୍ମକୁ ଫେରିବା ସହ ବିସ୍ଫୋରକ ସେଞ୍ଚୁରୀ ମାରିଥିଲେ। ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ବି ନେଲେ ରୋହିତ। ସେ କ୍ୟାରିୟରର ୩୨ତମ ଶତକ ହାସଲ କରିବା ସହ ୯୦ ବଲ ଖେଳି ୭ଟି ଛକା ଓ ୧୨ ଚୌକା ବଳରେ ରୋହିତ କରିଥିଲେ ୧୧୯ ରନ୍। ସେହିପରି ଶୁବମନ୍ ଗିଲ୍ ୬୦, ଶ୍ରେୟସ ଆୟାର ୪୪, ଅକ୍ଷର ପଟେଲ୍ କରିଥିଲେ ଅପରାଜିତ ୪୧ ରନ୍। ରୋହିତ ଶର୍ମା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଏଥିସହ ବାରବାଟୀରେ ଲଗାତାର ଅଷ୍ଟମ ୱାନ ଡେ ମ୍ୟାଚ୍ ଜିତିଛି ଟିମ୍ ଇଣ୍ଡିଆ। ଆସନ୍ତା ୧୨ ତାରିଖରେ ଅହମ୍ମଦାବାଦରେ ଖେଳାଯିବ ତୃତୀୟ ଦିନିକିଆ ମ୍ୟାଚ୍।

ଅଧିକ ପଢ଼ନ୍ତୁ: ରୋହିତ ଶର୍ମାଙ୍କ ଶତକ, ବୃହତ ବିଜୟ ସହ ସିରିଜ ଜିତିଲା ଭାରତ 

Barabati Stadium Suryabanshi Suraj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ