Advertisment

ନ୍ୟାସନାଲ ଓପନ ଜାଭିଲିନ୍ ଥ୍ରୋ ଚାମ୍ପିୟନସିପ୍‌ରେ ବ୍ରହ୍ମଗିରିର ପୁଅ ଚାମ୍ପିୟନ

ତୃତୀୟ ଜାତୀୟ ଓପନ ଜାଭିଲିନ୍ ଥ୍ରୋ ଚାମ୍ପିୟନସିପ୍‌ରେ ବ୍ରହ୍ମଗିରିର କିଶୋର କୁମାର ଜେନା ୭୪.୨୬ ମିଟର ଥ୍ରୋ କରି ଚାମ୍ପିୟନ ହୋଇଛନ୍ତି। ତାଙ୍କ ସହ ଆଲୋଚନା କରିଛନ୍ତି ଆମ ପୁରୀ ସିନିୟର ରିପୋର୍ଟର।

ଅଦ୍ୟତନ ହୋଇଛି
National Javelin Throw Championship

National Javelin Throw Championship

Advertisment

ପୁରୀ: ଜବାହାରଲାଲ ନେହରୁ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ତୃତୀୟ ଜାତୀୟ ଓପନ ଜାଭିଲିନ୍ ଥ୍ରୋ ଚାମ୍ପିୟନସିପ୍‌ରେ ବ୍ରହ୍ମଗିରିର କିଶୋର କୁମାର ଜେନା ୭୪.୨୬ ମିଟର ଥ୍ରୋ କରି ଚାମ୍ପିୟନ ହୋଇଛନ୍ତି। ଆଜି ସେ ଦିଲ୍ଲୀରୁ ଭୁବନେଶ୍ୱରରେ ପହଞ୍ଚି ନିଜ ଗାଁ ମାଟିକୁ ଫେରିଛନ୍ତି। ସାଙ୍ଗ, ସାଥୀ ଓ ଖେଳାଳିମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି। ମା ବାଟ ମଙ୍ଗଳାଙ୍କ ଆଶୀର୍ବାଦ ନେବା ପରେ କିଶୋର ଶ୍ରୀମନ୍ଦିରକୁ ଆସି ପତିତପାବନଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି। ଶ୍ରୀମନ୍ଦିର ସମ୍ମୁଖରେ ତାଙ୍କ ସହ ଆଲୋଚନା କରିଛନ୍ତି ଆମ ପୁରୀ ସିନିୟର ରିପୋର୍ଟର ମଧୁସୂଦନ ମିଶ୍ର 

Advertisment
  • ଆପଣଙ୍କ ପାଇଁ ଏହା କେତେ କଠିନ ଥିଲା?

ଜାତୀୟ ପ୍ରତିଯୋଗିତା ଖେଳିବା ପୂର୍ବରୁ ସମସ୍ତଙ୍କ ମନରେ ଭୟ ଥାଏ। କିନ୍ତୁ କ୍ୱାଲିଫାଏ ରାଉଣ୍ଡ ସରିଯିବା ପରେ ଏହା ଏତେ କଷ୍ଟକର ମୋ ପାଇଁ ନଥିଲା। । ଯାହା ବି ମାନସିକ ଚାପ ଥିଲା, ତାହା କ୍ୱାଲିଫାଏ ରାଉଣ୍ଡରୁ ହିଁ ସରିଯାଇଥିଲା। ମୁଁ ୭୪.୨୬ ଥ୍ରୋ ପକେଇଥିଲି। କିନ୍ତୁ ଏହାର କିଛି ଦିନ ପୂର୍ବରୁ ୭୬.୨୧ ଥ୍ରୋ କରିଥିଲି। ଏହା ଜାତୀୟ ରେକର୍ଡ ଠାରୁ କମ୍ ହୋଇଛି। ପ୍ରତିକୂଳ ପାଗ ତଥା ବର୍ଷା ପାଗ ଓ ପବନର ବେଗ ଥିବାରୁ ଥ୍ରୋ କରିବାରେ ସମସ୍ୟା ଦେଖାଦେଇଥିଲା। ଅନୁକୂଳ ପାଗ ହୋଇଥିଲେ ଭଲ ହୋଇଥାନ୍ତା।

  • ନୀରଜ ଚୋପ୍ରାଙ୍କ ସଫଳତା ଆପଣଙ୍କୁ କେତେ ଉତ୍ସାହିତ କରିବ?

ହଁ ନିଶ୍ଚିତ ! ଚଳିତ ଅଲମ୍ପିକ୍ସରେ ନୀରଜ ଚୋପ୍ରାଙ୍କ ପ୍ରଦର୍ଶନ ଭାରତ ପାଇଁ ସ୍ମରଣୀୟ। ତାଙ୍କର ଏହି ସଫଳତା ପରେ ଦେଶର ଅନେକ ଆଥଲେଟ୍‌ଙ୍କୁ ଏକ ନୂଆ ଆଶା ଦେଇଛି। ଜାଭେଲିନ୍‌ରେ ମଧ୍ୟ ଜାତୀୟ ସ୍ତରରେ ପରିବର୍ତ୍ତନ ଆସିଛି। ତାଙ୍କ ସହିତ ମୁଁ ବହୁତ ଥର ଖେଳିଛି। ସେ ଯେତେବେଳେ କଳିଙ୍ଗ ଷ୍ଟାଡିୟମ ଆସିଥିଲେ, ମୁଁ ସେତେବେଳେ ଭୋପାଳରେ ଥିଲୁ।

Advertisment
  • ଆଗାମୀ ଦିନ ପାଇଁ କଣ ଲକ୍ଷ୍ୟ ରଖିଛନ୍ତି?

ଏସିଆନ୍ ଗେମ୍ସ ଓ କମନ୍ ୱେଲ୍ଥ ଗେମ୍ସ ପଦକ ଆଣିବା ମୋର ଲକ୍ଷ୍ୟ। ୨୦୨୨ରେ ଏହା ପ୍ରତିଯୋଗିତା ହେବାକୁ ଯାଉଛି। ଏଥିପାଇଁ ମୁଁ ପ୍ରାକ୍ଟିସ୍ ଚଳାଉଛି।

Puri Javelin Throw Niraj Chopra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ