Advertisment

୨୮ ତାରିଖରେ ହେବ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ର ନିର୍ବାଚନ

ଓସିଏର ସଭାପତି, ସଂପାଦକ ସହ ମୋଟ ୫ଟି ପଦବୀ ପାଇଁ ଏହି ନିର୍ବାଚନ କରାଯିବ।

OCA Election

OCA Election

Advertisment

ଆସନ୍ତା ୨୮ ତାରିଖରେ ହେବ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ର ନିର୍ବାଚନ। ରାଜ୍ୟର ସବୁଠୁ ଧନୀ କ୍ରୀଡ଼ା ସଂଘର କର୍ମକର୍ତ୍ତା ନିର୍ବାଚନ ଲାଗି ଓସିଏ ନିର୍ବାଚନ ଅଧିକାରୀ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ୨୧ ତାରିଖ ମନୋନୟନପତ୍ର ଦାଖଲର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ୨୨ ତାରିଖରେ ମନୋନୟନପତ୍ରର ଯାଞ୍ଚ ଏବଂ ୨୩ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।

Advertisment

ଓସିଏର ସଭାପତି, ସଂପାଦକ ସହ ମୋଟ ୫ଟି ପଦବୀ ପାଇଁ ଏହି ନିର୍ବାଚନ କରାଯିବ। ତା ସହ ଜଣେ ଆପେକ୍ସ କାଉନସିଲ ମେମ୍ବରଙ୍କ ପାଇଁ ମଧ୍ୟ ନିର୍ବାଚନ ହେବ। ଚଳିତ ଥର ଏହି ନିର୍ବାଚନରେ ମୋଟ ୭୦ଟି କ୍ରୀଡ଼ା ସଂଗଠନ ଓ ୩ ଜଣ ଅନ୍ତର୍ଜାତୀୟ କ୍ରିକେଟର ମତଦାନ କରିବେ ଓସିଏର କର୍ମକର୍ତ୍ତା ନିର୍ବାଚନ ଲାଗି ତାରିଖ ଘୋଷଣା ପରେ ଏହାକୁ ନେଇ ତତ୍ପରତା ଆରମ୍ଭ ହୋଇଛି।

OCA Cricket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ