Advertisment

ପାକିସ୍ତାନ ପରେ ନ୍ୟୁଜିଲାଣ୍ଡ ଠାରୁ ୮ ୱିକେଟ୍‌ରେ ହାରିଲା ଭାରତ

ଆଜିର ମ୍ୟାଚ୍ ଉଭୟ ଟିମ୍ ପାଇଁ କର ବା ମର ଭଳି ସ୍ଥିତି ଥିଲା। କାହିଁକିନା ଉଭୟ ଦଳ ପାକିସ୍ତାନ ଠାରୁ ହାରିଥିଲେ। ଏହି ବିଜୟ ପରେ ନ୍ୟୁଜିଲାଣ୍ଡ ଟିମ୍ ପାଇଁ ସେମିଫାଇନାଲ୍ ରାସ୍ତା ସହଜ ହୋଇଛି।

ଅଦ୍ୟତନ ହୋଇଛି
ନ୍ୟୁଜିଲାଣ୍ଡଠୁ ହାରିଲା ଭାରତ

ନ୍ୟୁଜିଲାଣ୍ଡଠୁ ହାରିଲା ଭାରତ

Advertisment

ଦୁବାଇ: କିଓ୍ୱି ଟିମର ଘାତକ ବୋଲିଂ ଆଗରେ ଟିମ୍ ଇଣ୍ଡିଆ ଧରାଶାୟୀ। ଆଜି ଭାରତ-ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ବିଶ୍ୱକପ୍ ମୁକାବିଲାରେ ଭାରତର ଦ୍ୱିତୀୟ ପରାଜୟ।ପାକିସ୍ତାନ ପରେ ନ୍ୟୁଜିଲାଣ୍ଡ ଠାରୁ ୮ ୱିକେଟ୍‌ରେ ହାରିଲା ଭାରତ। ଲଗାତାର ୨ଟି ପରାଜୟ ଯୋଗୁଁ ଭାରତର ସେମି ଆଶା କ୍ଷୀଣ। ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌ରେ ୧୧୦ ରନ୍‌ କରିଥିଲା। ନ୍ୟୁଜିଲାଣ୍ଡ ୩୩ ବଲ ବାକିଥାଇ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା। 

Advertisment

ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ପରେ ଓପନିଂ ପାଇଁ ଓହ୍ଲାଇଥିଲେ କେଏଲ ରାହୁଲ ଓ ଇସାନ କିଷାନ। ତେବେ ଇଷାନ ମାତ୍ର ୪ ରନ କରି ଆଉଟ୍ ହେବା ପରେ ରାହୁଲ ମାତ୍ର ୧୬ ରନ୍ କରିବାକୁ ସମର୍ଥ ହୋଇଥିଲେ। ସେହିଭଳି ରୋହିତ ଶର୍ମାଙ୍କ ଇଂନିସ  ୧୪ ରନ୍‌ରେ ଶେଷ ହୋଇଥିଲା ବେଳେ କ୍ୟାପଟେନ୍ କୋହଲି ମାତ୍ର ୯ ରନରେ ପାଭଲିୟନ ଫେରି ଦର୍ଶକଙ୍କୁ ନିରାଶ କରିଛନ୍ତି।

ନ୍ୟୁଜିଲାଣ୍ଡର ସାଉଦି, ବୋଲ୍ଟ ଓ ସୋଧିଙ୍କ ମାପଚୁପ ବୋଲିଂ ଆଗରେ ହାର ମାନିଛିି ଭାରତୀୟ ଟପ୍ ଓ ମିଡିଲ ଅର୍ଡର। ଦଳ ପକ୍ଷରୁ କୌଣସି ଜଣେ ହେଲେ ବ୍ୟାଟମ୍ୟାନ୍ ଅର୍ଦ୍ଧଶତକ କରିବାକୁ ମଧ୍ୟ ସମର୍ଥ ହୋଇ ନାହାନ୍ତି। ଆଜିର ମ୍ୟାଚ୍ ଉଭୟ ଟିମ୍ ପାଇଁ କର ବା ମର ଭଳି ସ୍ଥିତି ଥିଲା। କାହିଁକିନା ଉଭୟ ଦଳ ପାକିସ୍ତାନ ଠାରୁ ହାରିଥିଲେ। ଏହି ବିଜୟ ପରେ ନ୍ୟୁଜିଲାଣ୍ଡ ଟିମ୍ ପାଇଁ ସେମିଫାଇନାଲ୍ ରାସ୍ତା ସହଜ ହୋଇଛି। 

Advertisment
India T20 World Cup T20 World Cup 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ