Advertisment

ଦଳରୁ ବାଦ୍ ପଡ଼ିଲେ କିଙ୍ଗ୍ କୋହଲି ! ହେଲେ କାରଣ କହୁନି BCCI

କୋହଲିଙ୍କୁ ବାଦ୍ ଦିଆଯାଇଛି ନା ବିଶ୍ରାମ ? ଆହତ କାରଣରୁ ବାଦ୍ ପଡ଼ିଛନ୍ତି କି କୋହଲି ?

ଅଦ୍ୟତନ ହୋଇଛି
Virat kohli

Virat kohli

Advertisment

ଭାରତୀୟ ଦଳରୁ ବିଦା ହେଲେ ପୂର୍ବତନ ଅଧିନାୟକ ତଥା ଦୁର୍ଦଶ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ! କଥାଟା ଟିକିଏ ଅଡ଼ୁଆ ଲାଗୁଥିବ । ହେଲେ କିଛି ଅଂଶରେ ଏହା ସତ । ଭାରତୀୟ କ୍ରିକେଟ୍‌ ଟିମ୍‌ରୁ କୋହଲି ଆଉଟ୍‌ ହୋଇଛନ୍ତି ସତ ହେଲେ ସବୁ ଦିନ ପାଇଁ ନୁହେଁ । ଭାରତୀୟ କ୍ରିକେଟ୍‌ ଦଳର ଆଗାମୀ ୱେଷ୍ଟଇଣ୍ଡିଜ୍ ଗସ୍ତରୁ କୋହଲିଙ୍କୁ ବାଦ୍‌ ଦିଆଯାଇଛି । ତାଙ୍କୁ ଏହି ଟୁର୍‌ ପାଇଁ ଦଳରେ ସାମିଲ କରାଯାଇ ନାହିଁ । ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତ ଟ-୨୦ ସିରିଜ୍‌ ଖେଳିବାକୁ ଯାଉଛି । ତେବେ କେବଳ ବିରାଟ କୋହଲି ନୁହଁନ୍ତି ଯଶପ୍ରିତ ବୁମରାଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି ।

Advertisment

ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା, ଇଶାନ କିଷାନ, କେ.ଏଲ୍ ରାହୁଲ୍, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ଶ୍ରେୟସ ଆୟାର, ଦୀନେଶ କାର୍ତ୍ତିକ, ରିଷବ ପନ୍ଥ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ, ଆର୍. ଅଶ୍ୱିନ୍, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଅଭେସ୍ ଖାନ୍, ହର୍ଷଲ ପଟେଲ ଏବଂ ଅର୍ଶଦୀପ ସିଂହ ସାମିଲ ଅଛନ୍ତି ।

ତେବେ ଆହତ କାରଣରୁ ବିରାଟଙ୍କୁ ବିଶ୍ରାମ ଦିଆଯାଇଥିବା କୁହାଯାଇଛି । କିନ୍ତୁ ସେନେଇ ବିସିସିଆଇ ତରଫରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ବାସ୍ତବରେ ଦେଖିବାକୁ ଗଲେ ପ୍ରାୟ ଦୁଇ ବର୍ଷ ହେଲା ବିରାଟଙ୍କ ବ୍ୟାଟ୍‌ରୁ ରନ୍ ବାହାରୁ ନାହିଁ । ତାଙ୍କ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରୁନାହାନ୍ତି କିଙ୍ଗ୍ କୋହଲି । ଦୁଇ ବର୍ଷରୁ ଅଧିକ ସମୟ ହେଲାଣି ସେ କୌଣସି ଫର୍ମାଟରେ ସେଞ୍ଚୁରି ମାରି ନାହାନ୍ତି । ତାଙ୍କ ଫର୍ମକୁ ନେଇ ଅନେକ ମହଲରେ ସମାଲୋଚନା କରାଯାଉଛି ।

Advertisment

ଏପରିକି କିଛି ଦିନ ତଳେ କପିଳ ଦେବ, ଭେଙ୍କଟେଶ ପ୍ରସାଦଙ୍କ ପରି କ୍ରିକେଟର ପ୍ରଶ୍ନ କରିଥିଲେ, କାହିଁକି ଟିମ୍‌ରୁ କୋହଲିଙ୍କୁ ବାଦ୍ ଦିଆଯାଇପାରିବ ନାହିଁ । ଅନେକ ଉଦୀୟମାନ ଯୁବ ପ୍ରତିଭା ଟିମ୍ ଇଣ୍ଡିଆର ଦ୍ୱାରଦେଶରେ କବାଟ ଠକ୍ ଠକ୍ କରୁଛନ୍ତି । ସେମାନଙ୍କୁ ଅବହେଳା କରି କୋହଲିଙ୍କୁ ଆଉ କେତେ ସୁଯୋଗ ଦିଆଯିବ ବୋଲି ପ୍ରଶ୍ନ କରିଥିଲେ । କିନ୍ତୁ ଟିମ୍ ମ୍ୟାନେଜମେଣ୍ଟ କୋହଲି ସପକ୍ଷରେ ଅଛି । ଇଂଲଣ୍ଡ ବିପକ୍ଷ ସିରିଜ ବେଳେ କ୍ୟାପଟେନ ରୋହିତ ଶର୍ମା ଖୋଲାଖୋଲି ଭାବେ କୋହଲିଙ୍କୁ ସମର୍ଥନ କରିଥିଲେ ।

ତଳିପେଟରେ ଆଘାତ ଯୋଗୁଁ ଇଂଲଣ୍ଡ ବିପକ୍ଷ ପ୍ରଥମ ଓ୍ୱାନ୍ ଡେ ଖେଳିନଥିଲେ କୋହଲି । ଦ୍ୱିତୀୟ ମ୍ୟାଚ ବି ଖେଳିବେ କି ନାହିଁ ସନ୍ଦେହ । କିନ୍ତୁ କାହିଁକି ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ କୋହଲିଙ୍କୁ ଟିମ୍‌ରେ ନିଆଯାଇ ନାହିଁ, ତାହା ସ୍ପଷ୍ଟ ହୋଇନାହିଁ । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ରୋହିତ ଶର୍ମା କ୍ୟାପଟେନ ରହିବେ । ଅନ୍ୟପଟେ ଟିମ୍‌କୁ ଫେରିଛନ୍ତି ରାହୁଲ, ଆର୍ ଅଶ୍ୱୀନ, କୁଲଦୀପ ଯାଦବ ।

Advertisment
Virat Kohli Cricket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ