IND vs NZ
ଅକ୍ଲାଣ୍ଡରେ ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଏକଦିବସୀୟ କ୍ରିକେଟ ଟକ୍କର । ଭାରତ ପ୍ରଥମେ ବ୍ୟାଟିଂ କରୁଛି । ନ୍ୟୁଜିଲାଣ୍ଡ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି ।
ଟି-ଟ୍ୱେଣ୍ଟି ସିରିଜ୍ ୧-୦ରେ ଜିତିବା ପରେ ଟିମ୍ ଇଣ୍ଡିଆର ମନୋବଳ ଦୃଢ ରହିଛି । ତେଣୁ ଏକଦିବସୀୟ ସିରିଜ୍ ଜିତିବାକୁ ଲକ୍ଷ୍ୟ ରଖିଛି ମ୍ୟାନ ଇନ୍ ବ୍ଲୁ ।
ସେପଟେ ଟି-ଟ୍ୱେଣ୍ଟି ସିରିଜ୍ର ବଦଲା ନେବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ । ଏଥର ଏକଦିବସୀୟ ସିରିଜ୍ ସଜହରେ ଛାଡ଼ିବା ଲକ୍ଷ୍ୟରେ ନାହିଁ ଘରୋଇ ଦଳ । ଏହି ଏକଦିବସୀୟ ସିରିଜ୍ରେ ମୋଟ ୩ଟି ମ୍ୟାଚ ଖେଳାଯିବ । ICC ଏକଦିବସୀୟ ରାଙ୍କିରେ ଭାରତ ତୃତୀୟ ସ୍ଥାନରେ ଥିବା ବେଳେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି । ଦୁଇ ଦଳ ପରସ୍ପର ବିରୋଧରେ ୧୦୫ଟି ଏକଦିବସୀୟ ମ୍ୟାଚ ଖେଳିଛନ୍ତି । ସେଥିରୁ ସେଥିମଧ୍ୟର ଭାରତ ୫୫ଟିରେ ବିଜୟୀ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ୪୯ ମ୍ୟାଚରେ ବିଜୟୀ ହୋଇଛି ।
ଦିନିକିଆ ଫର୍ମାଟରେ ଭାରତ ପକ୍ଷରୁ ଡେବ୍ୟୁ କରିଛନ୍ତି ଅର୍ଶଦୀପ ଓ ଯୁବା ଫାଷ୍ଟ ବୋଲର୍ ଉମ୍ରାନ ମଲ୍ଲିକ । ତେବେ ବ୍ୟାଟିଂ ଅର୍ଡର୍ରେ ଶିଖର ଧାୱନ, ଶ୍ରେୟସ ଅୟର, ସୂର୍ଯ୍ୟକୁମାର ଯାଦବ ରହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)