/odishatv-khabar/media/post_attachments/uploadimage/library/16_9/16_9_0/AUS_vs_NZ_1666440575.jpg)
AUS vs NZ
ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆରମ୍ଭରୁ ବଡ଼ ବିପର୍ଯ୍ୟୟ । ଉଦ୍ଘାଟନୀ ମ୍ୟାଚ୍ରେ ଘରୋଇ ମାଟିରେ ହାରିଲା ଆୟୋଜକ ଟିମ୍ । ଅଷ୍ଟ୍ରେଲିଆକୁ ୮୯ ରନ୍ରେ ହରାଇ ନ୍ୟୁଜିଲାଣ୍ଡ ବିଶ୍ୱକପ୍ରେ ବିଜୟ ଅଭିଯାନ ଆରମ୍ଭ କରିଛି । ଅଷ୍ଟ୍ରେଲିଆର ସିଡ୍ନୀରେ ଖେଳାଯାଇଥିବା ମ୍ୟାଚ୍ରେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍ ଜିତି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଛାଡ଼ିଥିଲା
Advertisment
ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଟିମ୍ ୩ ୱିକେଟ୍ ହରାଇ ୨୦ ଓଭରରେ ୨୦୦ ରନ୍ ସଂଗ୍ରହ କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ କନ୍ୱେ ସର୍ବାଧିକ ୯୨ ରନ୍ କରିଥିଲେ । ୨୦୧ ରନ୍ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା କଙ୍ଗାରୁ ଟିମ୍ ୧୭ ଓଭର ୧ ବଲ୍ରେ ମାତ୍ର ୧୧୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ।
ଅଷ୍ଟ୍ରେଲିଆ ପକ୍ଷରୁ ଗ୍ଲେନ୍ ମାକ୍ସେୱେଲ୍ ସର୍ବାଧିକ ୨୮ ରନ୍ କରିଥିବା ବେଳେ ଅଧିନାୟକ ଆରୋନ୍ ଫିଞ୍ଚ୍ ୧୩ ରନ୍ କରି ପାଭିଲିଅନ୍ ଫେରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି ଓ ମିଚେଲ ସାଣ୍ଟନର ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)