Advertisment

ନ୍ୟୁଜିଲାଣ୍ତ ବିପକ୍ଷ ଟେଷ୍ଟ ପାଇଁ ଘୋଷଣା ହେଲା ୧୬ ଜଣିଆ ଟିମ୍‌ ; ମଙ୍ଗ ଧରିବେ ରାହାଣେ

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ନେତୃତ୍ୱ ନେବେ ଆଜିଙ୍କ୍ୟ ରାହାଣେ । ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ବିସିସିଆଇ ପକ୍ଷରୁ ଆଜି ୧୬ ଜଣିଆ ଟିମ୍ ଘୋଷଣା କରାଯାଇଛି । ନିୟମିତ କ୍ୟାପଟେନ୍ ବିରାଟ କୋହଲିଙ୍କ ବଦଳରେ ପ୍ରଥମ ଟେଷ୍ଟ ପାଇଁ ରାହାଣେଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Ajinkya Rahane Test Captain

Ajinkya Rahane Test Captain

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ନେତୃତ୍ୱ ନେବେ ଆଜିଙ୍କ୍ୟ ରାହାଣେ । ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ବିସିସିଆଇ ପକ୍ଷରୁ ଆଜି ୧୬ ଜଣିଆ ଟିମ୍ ଘୋଷଣା କରାଯାଇଛି । ନିୟମିତ କ୍ୟାପଟେନ୍ ବିରାଟ କୋହଲିଙ୍କ ବଦଳରେ ପ୍ରଥମ ଟେଷ୍ଟ ପାଇଁ ରାହାଣେଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ତେବେ ଦ୍ୱିତୀୟ ଟେଷ୍ଟ ବେଳକୁ କୋହଲି ଟିମ୍‌ରେ ସାମିଲ ହୋଇ ଦଳର ନେତୃତ୍ୱ ନେବେ ବୋଲି ସୂଚନା ମିଳିଛି ।

Advertisment

ନ୍ୟୁଜିଲାଣ୍ତ ବିପକ୍ଷ ଟେଷ୍ଟ ଲାଜି ୧୬ ଜଣିଆ ଟିମ୍ ଘୋଷଣା କରିଛି ବିସିସିଆଇ। ଟିମରେ ଅଧିନାୟକ ଦାୟିତ୍ୱରେ ରହିବେ ଆଜିଙ୍କ୍ୟ ରାହାଣେ । ତେବେ ଟିମ୍‌ରେ ଚେତେଶ୍ୱର ପୂଜାରା, କେ.ଏଲ୍ ରାହୁଲ, ମୟଙ୍କ୍ ଅଗ୍ରୱାଲ, ସୁଭମନ୍ ଗିଲ, ସ୍ରେୟସ ଅୟର, ରିଦ୍ଧିମାନ ଶାହା, ରବିନ୍ଦ୍ର ଜାଡେଜା, ଆର୍ ଅଶ୍ୱିନ, ଅକ୍ଷର ପଟେଲ, ଯୟନ୍ତ ୟାଦବ, ଉମେଶ ୟାଦବ, ଇଶାନ୍ତ ଶର୍ମା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, କେଏସ ଭରତ ସାମିଲ ହୋଇଛନ୍ତି ।

ତେବେ ଏହି ଟେଷ୍ଟ ସିରିଜ ଲାଗି ରୋହିତ ଶର୍ମା, ରିଷଭ ପନ୍ଥ, ମହମ୍ମଦ ଶାମି ଏବଂ ଯଶପ୍ରୀତ୍ ବୁମ୍ରାଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇ ନାହିଁ । ବିସିସିଆଇ ପକ୍ଷରୁ ପ୍ରେସ୍ ମିଟ୍‌ରେ ଏମାନଙ୍କୁ ବାଦ୍ ଦିଆଯାଇଥିବାର କୌଣସି କାରଣ ଦର୍ଶାଯାଇ ନାହିଁ । ସେମାନଙ୍କୁ ବିଶ୍ରାମ ଦିଆଯାଇଥିବା ଅନୁମାନ କରାଯାଉଛି । ସେହିପରି ଶାର୍ଦ୍ଦୁଲ ଠାକୁରଙ୍କୁ ମଧ୍ୟ ଟେଷ୍ଟ ସିରିଜରେ ସାମିଲ କରାଯାଇନାହିଁ । ତେବେ ଶ୍ରେୟାସ୍ ଆୟାରଙ୍କୁ ପ୍ରଥମ ଥର ପାଇଁ ଦଳରେ ସ୍ଥାନ ମିଳିଛି । ସେହିପରି ଦୀର୍ଘ ୪ ବର୍ଷ ପରେ ଦଳକୁ ଫେରିଛନ୍ତି ସ୍ପିନ୍ ଅଲରାଉଣ୍ଡର ଜୟନ୍ତ ଯାଦବ । ଆସନ୍ତା ୨୫ ରେ କାନପୁରରେ ପ୍ରଥମ ଟେଷ୍ଟ ଏବଂ ଡିସେମ୍ବର ୩ ତାରିଖରେ ମୁମ୍ବାଇରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ତେବେ ତା ପୂର୍ବରୁ ନ୍ୟୁଜିଲାଣ୍ଡ ଭାରତ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟିଟ୍ୱେଣ୍ଟି ସିରିଜ ଖେଳାଯିବ ।

Advertisment

ରାହାଣେ ନିଜ ଅଧିନାୟକତ୍ୱରେ ଶେଷ ଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ଦଳକୁ ବିଜୟୀ କରାଇଥିଲେ । ହେଲେ ଏହା ପରଠୁ ତାଙ୍କ ବ୍ୟାଟ୍‌ ନୀରବ ହୋଇଯାଇଛି । କାରଣ ଏହାପରେ ଖେଳାଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ ମ୍ୟାଚ୍‌ରେ ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ତାଙ୍କ ପ୍ରଦର୍ଶନ ଖୁବ୍‌ ନୈରାଶ୍ୟଜନକ ରହିଥିଲା । ସେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ । ଏମିତିକି ଇଲଂଣ୍ଡ ବିପକ୍ଷରେ ଖେଳାଯାଇଥିବା ୪ଟି ଯାକ ଟେଷ୍ଟରେ ସେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ଏହି କାରଣରୁ ତାଙ୍କୁ ୧୧ ଜଣିଆ ତାଲିକାରେ ତାଙ୍କୁ ସାମିଲ କରାଯିବ କି ନାହିଁ, ସେନେଇ ଦ୍ୱନ୍ଦ୍ୱ ଉପୁଜୁଥିଲା । ତେବେ ଶେଷରେ ତାଙ୍କୁ ପ୍ରଥମ ଟେଷ୍ଟରେ ଅଧିନାୟକର ଭାର ଦିଆଯାଇଛି ।

Cricket Team India Squad For NewZealand
Advertisment
Advertisment